ETV Bharat / bharat

ବଜାରକୁ ଆସିଲା ଲଙ୍କା ରସଗୋଲା, ଥରେ ଚାଖିଲେ ହୋଇଯିବେ ଦିୱାନା

author img

By

Published : Mar 15, 2022, 9:01 AM IST

ବଜାରରେ ତିଆରି ହେଉଛି ଲଙ୍କା ରସଗୋଲା । ରାଗ ଓ ମିଠା ମିଶ୍ରିତ ଏହି ନିଆରା ମିଠାଟି ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ । ଅଧିକ ପଢ଼ନ୍ତୁ

mirchi rasgulla made in patna
ଲଙ୍କା ରସଗୋଲା, ଖାଇବାକୁ ଜମୁଛି ଭିଡ଼

ପାଟନା: ରସଗୋଲା ଦେଖିବା ମାତ୍ରେ ପାଟିରେ ପାଣି ଆସେ । ମିଠା ମାନଙ୍କ ମଧ୍ୟରେ ରାଜା କୁହାଯାଉଥିବା ରସଗୋଲାକୁ ବିଭିନ୍ନ ଜାଗାରେ ଭିନ୍ନ ଆକାରରେ ପ୍ରସ୍ତୁତ କରାଯାଏ । କେବେ ଶୁଣିଛନ୍ତି କି ଲଙ୍କାରେ ତିଆରି ହେଉଥିବା ରସଗୋଲା । ଆଜ୍ଞା ହଁ, ବଜାରରେ ଏବେ ବେଶ ଚାହିଦା ବଢ଼ାଇଛି ଲଙ୍କା ରସଗୋଲା । ବିହାରର ରାଜଧାନୀ ପାଟନାରେ ଥିବା ଏକ ରେସ୍ତୋରାଁରେ ଏହି ରସଗୋଲା ଦେଖିବାକୁ ମିଳିଛି ।

mirchi rasgulla made in patna
ଲଙ୍କା ରସଗୋଲା, ଖାଇବାକୁ ଜମୁଛି ଭିଡ଼

ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ସେତିକି ସ୍ବାଦିଷ୍ଟ ମଧ୍ୟ । ଏଭଳି ଏକ ନିଆରା ମିଠାର ସ୍ବାଦ ନେଉଛନ୍ତି ଲୋକେ । ରସଗୋଲାର ରଙ୍ଗ ସବୁଜ ହୋଇଥିବାରୁ ଏହା ସଭିଁଙ୍କୁ ଆକର୍ଷିତ କରୁଛି । ଦୁଇଟି ଅଲଗା ଅଲଗା ସ୍ବାଦକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମିଠା ହେଉଛି, ଲଙ୍କା ରସଗୋଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମିଠା ପସନ୍ଦ କରୁଥିବା ଲୋକ ମଧ୍ୟ ଏହି ଲଙ୍କା ରସଗୋଲାକୁ ବହୁତ ଆଗ୍ରହର ସହିତ ଖାଇ ଥାଆନ୍ତି । ତେବେ ସକାଳ ହେଉ ବା ସନ୍ଧ୍ୟା ଏହି ରସଗୋଲା ଖାଇବା ପାଇଁ ରେସ୍ତୋଁରାରେ ଗ୍ରାହକଙ୍କ ଭିଡ଼ ଲାଗିରହିଥାଏ ।

ଲଙ୍କା ରସଗୋଲା, ଖାଇବାକୁ ଜମୁଛି ଭିଡ଼

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.