ETV Bharat / bharat

Mumbai Murder: ୱେବ ସିରିଜ ଦେଖି ହତ୍ୟା କରିଥିଲା ଅଭିଯୁକ୍ତ, ଦୁର୍ଗନ୍ଧ ନହେବା ପାଇଁ ସିଝାଇଥିଲା

author img

By

Published : Jun 10, 2023, 9:03 AM IST

ପୀଡିତା ସରସ୍ବତୀଙ୍କୁ ବିବାହ କରିଥିଲା ଅଭିଯୁକ୍ତ । ୱେବ ସିରିଜ ଦେଖି ହତ୍ୟା ଯୋଜନା କରିଥିଲା । ଅଧିକ ପଢନ୍ତୁ

Mumbai Murder
Mumbai Murder

ମୁମ୍ବାଇ: ଲିଭ୍ ଇନ ପାର୍ଟନରକୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ମନୋଜ ପୋଲିସକୁ ବିଭ୍ରାନ୍ତିକର ସୂଚନା ଦେଇଥିବା ତଦନ୍ତରୁ ଜଣାପଡିଛି । ମନୋଜ ଓ ପୀଡିତା ବିବାହ କରିଥିଲେ । ପୀଡିତା ଅନାଥ ନଥିଲେ । ତାଙ୍କର ୪ ଜଣ ଭଉଣୀ ଅଛନ୍ତି । ସେ ଚାକିରି ସନ୍ଧାନରେ ମୁମ୍ବାଇ ଆସିଥିଲେ । ଏଠାରେ ମନୋଜ ସହ ତାଙ୍କର ଦେଖା ହୋଇଥିଲା । ଚାକିରି ନମିଳିବାରୁ ଦୁହେଁ ମୀରା ରୋଡ ସ୍ଥିତ ଫ୍ଲାଟରେ ଏକାଠି ରହୁଥିଲେ । ୨୦୧୪ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ ମନୋଜ ମୃତଦେହ ନଷ୍ଟ କରିବା ପାଇଁ ଅନଲାଇନରେ ଟିପ୍ସ ଖୋଜିଥିଲା । ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡରୁ ଅନୁପ୍ରାଣିତ ହୋଇ ଏବଂ ଏକ ୱେବସିରିଜ ଦେଖି ମର୍ଡର ପ୍ଲାନ ବନାଇଥିଲା ।

ସରସ୍ବତୀ ଅନାଥ ବୋଲି ଅଭିଯୁକ୍ତ ଦାବି କରୁଥିବା ବେଳେ ତଦନ୍ତରୁ ଜଣାପଡିଛି ଯେ, ପୀଡିତା ସରସ୍ବତୀ ବୈଦ୍ୟ ୫ ଭଉଣୀ ଅଟନ୍ତି । ପୀଡିତା ସବୁଠୁ ସାନ । ମାଟ୍ରିକ ପରେ ସେ ଔରଙ୍ଗାବାଦର ଏକ ଅନାଥ ଆଶ୍ରମ ପଳାଇ ଆସିଥିଲେ । ନିଜ ଭଉଣୀମାନଙ୍କ ସହ କିଛି ଦିନ ଔରଙ୍ଗାବାଦରେ ରହିଥିଲେ । ଏହି ସମୟରେ ତାଙ୍କର ବାପାମାଆଙ୍କ ବିବାହ ବିଚ୍ଛେଦ ହୋଇଥିଲା । କିଛି ଦିନ ପରେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ନିଖୋଜ ହୋଇଯାଇଥିଲେ । ଏହାପରେ ସେ ନିଜ ଭଉଣୀଙ୍କୁ ଛାଡି ଚାକିରି ପାଇଁ ମୁମ୍ବାଇ ଆସିଥିଲେ । ଚାକିରି ଖୋଜୁଥିବା ବେଳେ ରାସନ ଦୋକାନରେ କାମ କରୁଥିବା ମନୋଜ ସେନଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ପରେ ମନ୍ଦିରରେ ବିବାହ କରିଥିଲେ ଏବଂ ମୀରା ରୋଡ ଅଞ୍ଚଳରେ ରହିଆସୁଥିଲେ ।

ଏହାମଧ୍ୟ ପଢନ୍ତୁ: Mumbai Murder: 3 ଜୁନରେ ଜୀବନ ହାରିଥିଲେ ମହିଳା ! ଭୟରେ ଷଡଯନ୍ତ୍ର ରଚିଥିଲା ପ୍ରେମିକ

ୱେବ ସିରିଜ ଦେଖି ହତ୍ୟା ଯୋଜନା କରିଥିଲା: ଗତ ବୁଧବାର ମନୋଜ ଏଚଆଇଭି ସଂକ୍ରମିତ ଥିବା ପୋଲିସକୁ କହିଥିଲା । ଏଥିପାଇଁ ସେ ୨୦୦୮ରୁ ମେଡିସିନ ଖାଉଥିବା ଜଣାଇଥିଲା । ତେବେ ଏହା ସତ କି ମିଛ ଏଯାଏଁ ସ୍ପଷ୍ଟ ହୋଇପାରିନି । ତଦନ୍ତରୁ ଜଣାପଡିଛି ଯେ, ହତ୍ୟା ପୂର୍ବରୁ ମନୋଜ ଗୁଗଲରେ ସର୍ଚ୍ଚ କରିଥିଲା । କେମିତି ମୃତଦେହ ନଷ୍ଟ କରାଯିବ ଓ ଦୁର୍ଗନ୍ଧକୁ ରୋକି ହେବ, ତାହା ଖୋଜି ଥିଲା । ଅନଲାଇନ ଟିପ୍ସ ଅନୁସାରେ, ସେ ମୃତଦେହକୁ କରତରେ କାଟି ଟିକି ଟିକି କରିବା ପରେ ପ୍ରେସର କୁକରରେ ସିଝାଇଥିଲା ଓ ବାଲଟିରେ ରଖିଥିଲା । ଗୋଟିଏ ୱେବ ସିରିଜରୁ ସେ ଏହି ଉପାୟ ପାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଅଭିଯୁକ୍ତ ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡରୁ ମଧ୍ୟ ଅନୁପ୍ରାଣିତ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.