ETV Bharat / bharat

BJP ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେନି ନକଭି, ଲଢିବେ ଲୋକସଭା ଉପ ନିର୍ବାଚନ !

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଶେଷ । ବିଜେପି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେନି ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନକଭି । ଜୁଲାଇ 7ରେ ସରୁଛି କାର୍ଯ୍ୟକାଳ ଲୋକସଭା ଉପ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

author img

By

Published : May 31, 2022, 6:22 PM IST

BJP ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେନି ନକଭି

ନୂଆଦିଲ୍ଲୀ: ଜୁନ 10ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଶେଷ ତାରିଖରେ ନାମାଙ୍କନ ଭରିଛନ୍ତି ବିଭିନ୍ନ ପ୍ରାର୍ଥୀ । ତେବେ ମୋଦି କ୍ୟାବିନେଟରେ ଏକମାତ୍ର ସଂଖ୍ୟାଲଘୁ ଭାବେ ମନ୍ତ୍ରୀ ଥିବା ମୁଖତାର ଆବାସ ନକଭିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିନାହିଁ ଦଳ । ତେବେ ଜୁଲାଇ 7ରେ ନକଭିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ସ୍ଥାନ ନମିଳିବାକୁ ନେଇ ଭିନ୍ନ ଆକଳନ କରାଯାଇଛି । ନକଭି ଲୋକସଭା ଉପ ନିର୍ବାଚନ ଲଢିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଜନତା ପାର୍ଟି ତୃତୀୟ ଥର ପାଇଁ ରାଜ୍ୟସଭାକୁ ମନୋନୀତ କରିବାରେ ପୂର୍ବ ନୀତିରେ ପରିବର୍ତ୍ତନ ଆଣିଛି । ସେହି ଦୃଷ୍ଟିରୁ ନକଭି ଚଳିତ ଥର ତୃତୀୟ ଟର୍ମ ଶେଷ କରୁଥିବା ବେଳେ ତାଙ୍କ ନାମ ଦଳ ବିଚାରକୁ ନେଇ ନଥାଇପାରେ । ଅନ୍ୟ ଏକ ସୂତ୍ର ଅନୁସାରେ ଉତ୍ତର ପ୍ରଦେଶର ରାମପୁର ଆସନକୁ ପ୍ରତିନିଧିତ୍ବ କରୁଥିବା ନକଭିଙ୍କୁ ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ଇସ୍ତାଫା ପରେ ଖାଲି ପଡିଥିବା ସଂସଦୀୟ କ୍ଷେତ୍ରରୁ ଉପ ନିର୍ବାଚନରେ ମୈଦାନକୁ ଓହ୍ଲାଇପାରେ ଦଳ । ଏହି ଆସନରେ ଜୁନ 23 ରେ ଉପନିର୍ବାଚନ ହେବା ନେଇ ତାରିଖ ସ୍ଥିର କରାଯାଇଛି । ସେହିପରି କିଛି ରାଜ୍ୟରେ ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ନକଭିଙ୍କୁ ରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତି ମିଳିବା ନେଇ ଚର୍ଚ୍ଚା ହେଉଛି ।

1975 ଜରୁରୀକାଳୀନ ସ୍ଥିତିରେ ନକଭି ଜଣେ ଛାତ୍ରନେତା ଭାବେ ଜେଲ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମୁଖ୍ୟସ୍ରୋତ ରାଜନୀତିରେ ସାମିଲ ହୋଇଥିଲେ । 1998 ମସିହାରେ ସେ ବାଜପେୟୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ତେବେ 2014ରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବା ପରେ ନକଭି କ୍ରମାଗତ ଭାବେ ସଂଖ୍ୟାଲଘୁ ମନ୍ତ୍ରୀ ଦାୟିତ୍ବରେ ରହି ଆସିଥିଲେ । ଜୁଲାଇ 7ରେ ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.