ETV Bharat / bharat

ଚଳନ୍ତା ଟ୍ରେନରେ ନାବାଳିକା କବାଡି ଖେଳାଳିଙ୍କୁ ଦୁଷ୍କର୍ମ ଅଭିଯୋଗ - ହରିୟାଣାରରେ ଚଳନ୍ତା ଟ୍ରେନରେ ନାବାଳିକାକୁ ଦୁଷ୍କର୍ମ

ଚଳନ୍ତା ଟ୍ରେନରେ ନାବାଳିକାକୁ ଦୁଷ୍କର୍ମ । ହରିୟାଣାର ଭିବାନୀରେ ଜଣେ ନାବାଳିକା କବାଡି ଖେଳାଳିଙ୍କ ସହ ଚଳନ୍ତା ଟ୍ରେନରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ । ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ତୋଶାମ ପୋଲିସ ଷ୍ଟେସନରେ ପୋକ୍ସ(POCSO) ଆକ୍ଟରେ ମାମଲା ରୁଜୁ । ଅଧିକ ପଢନ୍ତୁ

ଚଳନ୍ତା ଟ୍ରେନରେ ନାବାଳିକାକୁ ଦୁଷ୍କର୍ମ, ଥାନାରେ ଅଭିଯୋଗ

author img

By

Published : Apr 25, 2022, 10:35 PM IST

ଚଣ୍ଡୀଗଡ: ଚଳନ୍ତା ଟ୍ରେନରେ ନାବାଳିକାକୁ ଦୁଷ୍କର୍ମ । ହରିୟାଣାର ଭିବାନୀରେ ଜଣେ ନାବାଳିକା କବାଡି ଖେଳାଳିଙ୍କ ସହ ଚଳନ୍ତା ଟ୍ରେନରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ତୋଶାମ ପୋଲିସ ଷ୍ଟେସନରେ ପୋଲିସ ପୋକ୍ସୋ(POCSO) ଆକ୍ଟରେ ମାମଲା ରୁଜୁ କରିିଛି ।

ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି ଯେ, କବାଡି ଏକାଡେମୀରେ ଆଡମିଶନ ବାହାନା କରି ଢାଙ୍ଗର ଗାଁର ବାସିନ୍ଦା ମୋନୁ ଫେବ୍ରୁଆରୀରେ ତାଙ୍କ ଝିଅକୁ ଇନ୍ଦୋରକୁ ନେଇଥିଲେ । ତେବେ ଝିଅକୁ ଏକାଡେମୀର ପରିବେଶ ପସନ୍ଦ ନ ହେବାରୁ ଦୁହେଁ ଟ୍ରେନରେ ଦିଲ୍ଲୀରୁ ଗାଁକୁ ଫେରୁଥିଲେ । ରାତି ପ୍ରାୟ ୧୨ଟା ବେଳେ ଅଭିଯୁକ୍ତ ନାବାଳିକାକୁ କିଛି ନିଶା ଦ୍ରବ୍ୟ ଖୁଆଇ ଏହି କାମ କରିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚଳନ୍ତା ଟ୍ରେନର ଶୌଚାଳୟରେ ବାରମ୍ବାର ନାବାଳିକାକୁ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ମାଆ ପ୍ରଥମେ କୈଋ ପୋଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ । ଏଥିସହ ଅଭିଯୁକ୍ତ ଏହି ଘଟଣା କାହାକୁ ନ କହିବା ଲାଗି ପୀଡିତାକୁ ଧମକ ଦେଇଥିଲା ବୋଲି ପୀଡିତାର ମାଆ କହିଛନ୍ତି ।

ଏପଟେ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ତାଙ୍କ ପରିବାର ଓ ପୀଡିତାକୁ ଜୀବନରୁ ମାରିଦେବାକୁ ଧମକ ଦେଉଛି । ସେହିଭଳି ପୀଡିତାଙ୍କ ମାଆ କହିଛନ୍ତି ଯେ, ତୋଶାମ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ଏଥିସହ ସେ ଏହି ଘଟଣାର ତଦନ୍ତ କରୁଥିବା ମହିଳା ଅଧିକାରୀଙ୍କୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ବୋଲି କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ପୋଲିସ ଅଧୀକ୍ଷକଙ୍କ ନିକଟରେ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.