ETV Bharat / bharat

ତାମିଲନାଡୁରେ ଲଜ୍ଜା: 12 ବର୍ଷୀୟ ନାବାଳକ ଛୁଆର ମା’ ହେଲେ 17 ବର୍ଷୀୟ ନାବାଳିକା

ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା । ଜଣେ ୧୨ ବର୍ଷୀୟ ନାବାଳକ ଦ୍ବାରା ଦୁଷ୍କର୍ମ ଶିକାର ହେବା ପରେ ୧୭ ବର୍ଷୀୟ ନାବାଳିକା ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ନାବାଳକ ନାଁରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ

author img

By

Published : Apr 23, 2022, 10:14 AM IST

ଚେନ୍ନାଇ: ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା । ଜଣେ ୧୨ ବର୍ଷ ନାବାଳକ ଦୁଷ୍କର୍ମ କରିବା ପରେ ଜଣେ ୧୭ ବର୍ଷୀୟ ନାବାଳିକା ହୋଇଛନ୍ତି ଗର୍ଭବତୀ । ପରେ ସେ ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି ।

ସେହିପରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଥାନଜାଭୁର ପୋଲିସ ଜଣେ ୧୨ ବର୍ଷର ନାବାଳକକୁ ଗିରଫ ମଧ୍ୟ କରିଛି । ସୂଚନାଅନୁସାରେ, ଥାନଜାଭୁର ଜଣେ ୧୭ ବର୍ଷୀୟ ନାବାଳିକର ପେଟ ଯନ୍ତ୍ରଣା ହେବାରୁ ଘରେ ଲୋକେ ଗତ ୧୭ ତାରିଖରେ ତାକୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରିଥିଲେ । ତେବେ ସେଠାରେ ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ପରୀକ୍ଷା କରିବା ପରେ ନାବାଳିକ ଗର୍ଭବତୀ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।

ସେହିଭଳି ନାବାଳିକା ସେହି ଦିନ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା । ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ମେଡିକାଲରେ ପହିଞ୍ଚି ନାବାଳିକାକୁ ପଚରାଉଚରା କରିବା ପରେ ସେ ସବୁ କଥା କହିଥିଲା । ତେବେ ନାବାଳିକାର ଘର ପାଖରେ ରହୁଥିବା ଜଣେ ନାବାଳକ ଦୁଷ୍କର୍ମ କରିଥିବା ସେ କହିଥିଲା ।

ଅନ୍ୟପଟେ ପୋଲିସ ସବୁ ଘଟଣା ଜାଣିବା ପରେ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ଏଥିସହ ନାବାଳକକୁ କୋର୍ଟରେ ହାଜର କରିବା ପୂର୍ବରୁ ପୋଲିସ ବାଳ ସୁଧାର ଗୃହ ପଠାଇଛି । ଏପଟେ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ଏହି ଘଟଣାରେ ସମ୍ପୃକ୍ତ ନାବାଳକର ସମ୍ପୃକ୍ତି ରହିଛି ନାଁ ଆଉ କାହାର ଅଛି ତାକୁ ନେଇ ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.