ETV Bharat / bharat

ମା’ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ, 2 ଗିରଫ

ଝାଡଖଣ୍ଡର ଦେଓଘରରେ ଜଙ୍ଗଲକୁ ଅପହରଣ କରିନେଇ ମା’ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ (Minor gang raped in Jharkhand)। 2 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଅନ୍ୟ 3 ଏବେ ବି ଫେରାର । ତଦନ୍ତ ପାଇଁ ଗଠନ ହେଲା ଏସଆଇଟି । ଅଧିକ ପଢନ୍ତୁ

author img

By

Published : Oct 10, 2022, 10:52 PM IST

ମା’ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ, 2 ଗିରଫ
ମା’ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ, 2 ଗିରଫ

ରାଞ୍ଚି: ମା’ ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ (Minor gang raped in Jharkhand)। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଦେଓଘର ଅଞ୍ଚଳରେ । ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ପୀଡିତାଙ୍କ ଅଭିଯୋଗ ଓ ପ୍ରାଥମିକ ତଦନ୍ତରୁ ଏଥିରେ 5ଜଣ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ 2 ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

  • Jharkhand | After this incident (gang rape by 6 people under Pathrol PS limits) came to light, police took immediate action & got the survivor's medical examination done. Search on for all those who were involved; SIT constituted: Deoghar SP Subhash Chandra Jat pic.twitter.com/OmdY6fo4HU

    — ANI (@ANI) October 10, 2022 " class="align-text-top noRightClick twitterSection" data=" ">

ଅଭିଯୋଗ ଅନୁସାରେ, ଗତକାଲି (ରବିବାର) ସଂଧ୍ୟାରେ ଏହି ଘଟଣା ଘଟିଛି (Minor gang raped in Jharkhand)। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ନାବାଳିକା ଝିଅ ସହ ରାସ୍ତାରେ ଯାଉଥିବା ବେଳେ 5 ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ସେମାନଙ୍କୁ ବଳପୂର୍ବକ ନିକଟସ୍ଥ ଏକ ଜଙ୍ଗଲକୁ ଉଠାଇ ନେଇଥିଲେ । ମହିଳାଜଣଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ସମ୍ମୁଖରେ ତାଙ୍କ ନାବାଳିକା ଝିଅ ସହ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିଥିଲେ । ପରେ କୌଣସି ପ୍ରକାର ଉଭୟ ମହିଳା ଓ ତାଙ୍କ ଝିଅଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାବାଳିକା ପୀଡିତାର ଅବସ୍ଥା ଗମ୍ଭୀର ଥିବା ବେଳେ ଚିକିତ୍ସା ଜାରି ରହିଛି ।

ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାର ତ୍ବରିତ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ମଧ୍ୟ ଗଠନ କରାଯାଇଛି । ଏହି ଘଟଣାରେ 5 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି । ସେମାନଙ୍କୁ ଜେରା ଜାରି ରହିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହେବେ । ପୀଡିତାଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ କରାଯାଇଥିବା ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.