ETV Bharat / bharat

ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ ଶହଶହ ଯାତ୍ରୀ, ଦେବଦୂତ୍ତ ସାଜିଲେ ନାବାଳକ

author img

By ETV Bharat Odisha Team

Published : Sep 24, 2023, 8:38 AM IST

ପଶ୍ଚିମବଙ୍ଗରେ ଅଳ୍ପକେ ଏକ ଟ୍ରେନ୍‌ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି । ଜଣେ ନାବାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଅଧିକ ପଢ଼ନ୍ତୁ

ଚଳନ୍ତା ଟ୍ରେନକୁ ରୋକିଲେ ନାବାଳକ, ଟଳିଲା ବଡ ଦୁର୍ଘଟଣା

କୋଲକାତା: ଉପସ୍ଥିତ ବୁଦ୍ଧି ଖଟାଇଲେ ନାବାଳକ । ପଶ୍ଚିମବଙ୍ଗରେ ଏକ ବଡ଼ ରେଳ ଦୁର୍ଘଟଣାକୁ ରୋକିଛନ୍ତି ଜଣେ ନାବାଳକ । ସିଆଲଦାରୁ ସିଲଚର ଯାଉଥିବା କାଞ୍ଚନଜୁଙ୍ଗା ଏକ୍ସପ୍ରେସ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଗତ କିଛି ଦିନ ହେବ ଲଘୁଚାପ ଫଳରେ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ରେଳ ଧାରଣାରେ ଏକ ବିରାଟ ଗର୍ତ୍ତ ସୃଷ୍ଚି ହୋଇଥିଲା । କାଞ୍ଚନଜୁଙ୍ଗା ଏକ୍ସପ୍ରେସ ସିଆଲଦାରୁ ସିଲଚର ଯାଉଥିବା ସମୟରେ ଜଣେ ୧୧ ବର୍ଷୀୟ ନାବାଳକର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ରେଳ ଦୁର୍ଘଟଣାକୁ ରୋକାଯାଇ ପାରିଛି ।

ସୂଚନାଯୋଗ୍ୟ, ହରିଚନ୍ଦନପୁର ବ୍ଲକର କରିଆଲି ଗାଁର ଇସମାଇଲ ଶେଖଙ୍କ ୧୧ ବର୍ଷର ପୁଅ ମୁର୍ସେଲିମ । ଗତ ଶୁକ୍ରବାର ଦିନ ଅପରାହ୍ନ 3ଟା ସମୟରେ ଆଉଟ୍ର ଭାଲୁକା ରେଳ ଷ୍ଟେସନ ପାଖରେଥିବା ଏକ ପୋଖରୀକୁ ସେ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ସେ ରେଳ ଧାରଣା ତଳେ ପ୍ରବଳ ବର୍ଷା ଯୋଗୁଁ ମାଟି ଖସି ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ :-Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ

ଏହି ସମୟରେ ସିଲଦାରୁ ସିଲଚର କାଞ୍ଚନଜୁଙ୍ଗା ଏକ୍ସପ୍ରେସ ସେହି ଲାଇନରେ ଦୃତ ଗତିରେ ଆସୁଥିବା ଦେଖିବାକୁ ପାଇଥିଲେ । ମୁର୍ସେଲିମଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଦୂରରୁ ନିଜେ ପିନ୍ଧିଥିବା ନାଲି ସାର୍ଟଟିକୁ କାଢି ଟ୍ରେନକୁୁ ଦେଖାଇଥିଲେ । ଯାହାଫଳରେ ଦୂରରୁ ପ୍ରଥମେ ଟ୍ରେନ ଗାର୍ଡ୍‌ ଏହା ଦେଖି ଟ୍ରନ୍‌ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଲୋକପାଇଲଟ ଟ୍ରେନ୍‌ ଅଟକାଇବା ପରେ ଗାର୍ଡ ଯାଇ ଇଞ୍ଜିନ୍‌ ଓ ପରେ ରେଳ ଟ୍ରାକ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ରେଳ ଧାରଣା ଉପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦ୍ୱାରା ଏକ ବଡ଼ ଦୁର୍ଘଟଣା ଘଟି ପାରି ଥାଆନ୍ତା । କିନ୍ତୁ ନାବାଳକଙ୍କ ସାହାସିକତା ଓ ବୁଦ୍ଧି ଯୋଗୁଁ ଏଭଳି ଏକ ଦୁର୍ଘଟଣା ଟଳି ଯାଇଛି ।

ଏହା ପରେ ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ସେହି ଗାତକୁ ମରାମତି କରିଥିଲେ । ପରେ କାଞ୍ଚନଜଙ୍ଗା ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ବାହିରି ଥିଲା । ଏହି ଘଟଣା ପରେ ନର୍ଥ-ଇଷ୍ଟ ଫ୍ରଣ୍ଟିୟର ରେଳ ଜୋନ ରେଳବାଇ କର୍ତ୍ତୃପକ୍ଷ ମୁର୍ସେଲିମଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କୁ ପୁରସ୍କୃତ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ନାବାଳକର ସାହାସକିତା ଓ ଉପସ୍ଥିତ ବୁଦ୍ଧି ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ମଧ୍ୟ ପଢନ୍ତୁ.. ଫେରିଲା ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲା, କାଠଗଡାରେ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀ

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.