ଲକ୍ଷ୍ନୌ: ଥମୁନି ଲଜ୍ଜା । 5 ବର୍ଷର ଶିଶୁ ସହ ଦୁଷ୍କର୍ମ କଲା ନାବାଳକ ଦାଦା । ଉତ୍ତରପ୍ରଦେଶ ହାମିରପୁର ଜିଲ୍ଲା କୋଟଓ୍ବାଲି ଥାନା ଅଞ୍ଚଳରୁ ଏଭଳି ପାଶବିକତା ସାମ୍ନାକୁ ଆସିଛି । ଜଣେ 16 ବର୍ଷୀୟ ନାବାଳକ ନିଜ 5 ବର୍ଷୀୟା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନାଯୋଗ୍ୟ, ଶିଶୁକନ୍ୟାଟି ନିଜ ଘର ଦୁଆର ନିକଟରେ ଖେଳୁଥିବା ବେଳେ ତା'ର 16 ବର୍ଷୀୟ ସମ୍ପର୍କୀୟ ଦାଦା ବିସ୍କୁଟ ଦେବା ବାହାନାରେ ଶିଶୁଟିକୁ ନିଜ ଘରକୁ ଡାକି ନେଇଥିଲା । ସେଠାରେ ତା' ସହ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ଶିଶୁଟି କାନ୍ଦି କାନ୍ଦି ଅଭିଯୁକ୍ତର ଘରୁ ପଳାଇ ଆସି ନିଜ ମାଆକୁ ସମ୍ପୂର୍ଣ୍ଣ ଘଟଣା ବାବଦରେ ଜଣାଇଥିଲା ।
ଏନେଇ ଶିଶୁଟିର ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଭାରତୀୟ ଦଣ୍ଡ ବିଧାନ ଆଇନ ଓ ପୋସ୍କୋ ଆକ୍ଟ ଆଧାରରେ ନାବାଳକଟିକୁ ଗିରଫ କରିଛି ।