ETV Bharat / bharat

I&B Ministry issues advisory: ବିଚଳିତ କରୁଥିବା ଭିଡିଓ ଓ ଫଟୋ ପ୍ରସାରଣ ବନ୍ଦ ନିର୍ଦ୍ଦେଶ

author img

By

Published : Jan 9, 2023, 8:22 PM IST

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting) ଗାଇଡ ଲାଇନରେ କହିଛି, ‘‘ଟେଲିଭିଜନ ଚ୍ୟାନେଲ ଗୁଡିକ ପ୍ରୋଗ୍ରାମ କୋର୍ଡ ବିରୋଧୀ (Programme Code) ଖବର ପ୍ରସାରଣ ନ କରନ୍ତୁ । ଅଧିକ ପଢନ୍ତୁ

I&B Ministry issues advisory
I&B Ministry issues advisory

ନୂଆଦିଲ୍ଲୀ: ବିଚଳିତ କରୁଥିବା ଭିଡିଓ, ଫଟୋ ଟେଲିଭିଜନରେ ପ୍ରସାରଣ ବନ୍ଦ କର । ରକ୍ତ, ମୃତ ଶରୀର, ଅର୍ଦ୍ଧନଗ୍ନ ଶରୀର ଓ ଶାରୀରିକ ନିର୍ଯାତନା ଭଳି ଦୃଶ୍ୟ ଗୁଡିକ ଟେଲିଭିଜନରେ ପ୍ରସାରଣ କରାନଯାଉ । ସୋମବାର ଦେଶର ସମସ୍ତ ଘରୋଇ ଟେଲିଭିଜନ ଚ୍ୟାନେଲ ଗୁଡିକ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ଗାଇଡ ଲାଇନ ଜାରି କରିଛି (Ministry of Information and Broadcasting releases advisory ) ।

I&B Ministry issues advisory
I&B Ministry issues advisory

ଏହାବି ପଢନ୍ତୁ- ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା, ୟୁଟ୍ୟୁବ ଭିଡିଓ ଦେଖି ବର୍ଷକୁ ୬୦ ଲକ୍ଷ ରୋଜଗାର କରୁଛନ୍ତି ଯୁବତୀ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting) ଗାଇଡ ଲାଇନରେ କହିଛି, ‘‘ଟେଲିଭିଜନ ଚ୍ୟାନେଲ ଗୁଡିକ ପ୍ରୋଗ୍ରାମ କୋଡ ବିରୋଧୀ (Programme Code) ଖବର ପ୍ରସାରଣ ନ କରନ୍ତୁ । ଟେଲିଭିଜନରେ ସମାଜକୁ ବିଚଳିତ କରୁଥିବା ଭିଡିଓ, ଫଟୋ ପ୍ରସାରଣ ନହେଉ । ରକ୍ତ ଛିଟା, ମୃତ ଶରୀର, ଅର୍ଦ୍ଧନଗ୍ନ ଶରୀର ଓ ଶାରୀରିକ ନିର୍ଯାତନା ଭଳି ଦୃଶ୍ୟ ଗୁଡିକ ଟେଲିଭିଜନରେ ପ୍ରସାରଣ କରାନଯାଉ । ଏହା ପ୍ରସାରଣ ଦ୍ବାରା ଶିଶୁ ମହିଳାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ସାମ୍ପ୍ରତିକ ସମୟରେ ଦେଶର ବିଭିନ୍ନ ଚ୍ୟାନେଲ ଗୁଡିକରେ ‘ପ୍ରୋଗ୍ରାମ କୋର୍ଡ’ ଉଲ୍ଲଙ୍ଘନ କରି ଏଭଳି ଦୃଶ୍ୟ ପ୍ରସାରଣ ହେବାରେ ଲାଗିଛି । ତୁରନ୍ତ ପ୍ରୋଗାମ କୋଡକୁ ଅନୁସରଣ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।"

I&B Ministry issues advisory
I&B Ministry issues advisory

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆହୁରି କହିଛି, ବର୍ତ୍ତମାନ ସୋସିଆଲ ମିଡିଆରୁ ସଂଗୃହୀତ ବିଭିନ୍ନ ହିଂସାତ୍ମକ ଭିଡିଓ, ଫଟୋ ଗୁଡିକୁ ବିନା ଯାଞ୍ଚ ସହ ଏଡିଟ କରାନଯାଇ ପ୍ରସାରଣ କରାଯାଉଛି । ରିପୋର୍ଟଂ ବେଳେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉ ନାହିଁ । ଯାହା ସମାଜ ଉପରେ ବିଶେଷ କରି ମହିଳା ଓ ଶିଶୁଙ୍କ ଉପରେ କୁପ୍ରଭାବ ପକାଉଛି ।

ଏହାବି ପଢନ୍ତୁ- ଖଲିସ୍ତାନ ଟାଇଗର ଫୋର୍ସ ସହଯୋଗୀ ଅର୍ଶଦୀପ ସିଂ ଗିଲ ଆତଙ୍କବାଦୀ ଘୋଷିତ

ମନ୍ତ୍ରଣାଳୟ ନିକଟ ଭବିଷ୍ୟତରେ ଦେଶର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଘଟଣାକୁ ମଧ୍ୟ ଉଦାହରଣ ଦେଇ ଏକ ତାଲିକା ଜାରି କରିଛି । ଯେଉଁ ଘଟଣା ଗୁଡିକ ପ୍ରସାରଣରେ ପ୍ରୋଗାମ କୋର୍ଡକୁ ଉଲ୍ଲଙ୍ଘନ କରାଯାଇଛି । ତେଣୁ ତୁରନ୍ତ ଟେଲିଭିଜନ ଚ୍ୟାନେଲ ଗୁଡିକ ପ୍ରୋଗାମ କୋର୍ଡ କୁ ଅନୁପାଳନ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.