ନୂଆଦିଲ୍ଲୀ: ଶରଣାର୍ଥୀ ପ୍ରସଙ୍ଗରେ ତଥ୍ୟ ରଖିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଶ୍ରୀଲଙ୍କା ସଙ୍କଟକୁ ନେଇ ଏହି ତଥ୍ୟ ଗୃହ ମନ୍ତ୍ରଣାଳୟ ପ୍ରଦାନ କରିଥିବା ଜଣାପଡିଛି । ତେବେ ଭାରତରେ ୫୮,୮୪୩ ଶ୍ରୀଲଙ୍କାରୁ ଆସିଥିବା ଶରଣାର୍ଥୀ ରହିଥିବାବେଳେ ୭୨,୩୧୨ ତୀବ୍ବତୀୟ ଶରଣାର୍ଥୀ ରହିଛନ୍ତି ।
ସମ୍ପ୍ରତି ୨୦୨୦-୨୧ରେ ଦାଖଲ କରାଯାଇଥିବା ବାର୍ଷିକ ରିପୋର୍ଟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧ ଜାନୁଆରୀ ୨୦୨୧ ସୁଦ୍ଧା ଭାରତରେ ଶ୍ରୀଲଙ୍କାନ ଶରଣାର୍ଥୀ ୫୮,୮୪୩ ବସବାସ କରୁଛନ୍ତି । ଏଥିସହ ଏମାନେ ତାମିଲନାଡୁରେ ୧୦୮ଟି ଶରଣାର୍ଥୀ କ୍ୟାମ୍ପରେ ରହୁଥିବାବେଳେ ଓଡିଶାରେ ୫୪ଟି କ୍ୟାମ୍ପରେ ରହିଛନ୍ତି । ଏହା ସହିତ ପ୍ରାୟ ୩୪,୧୩୫ ଜଣ ଶରଣାର୍ଥୀ କ୍ୟାମ୍ପ ବାହରେ ରହୁଥିବା ତାମିଲନାଡୁ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ସେହିପରି ଶ୍ରୀଲଙ୍କାରୁ ପ୍ରତ୍ୟାବର୍ତ୍ତନ କରିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିକୋଣରୁ ତୁରନ୍ତ ଆବଶ୍ୟକୀୟ ରିଲିଫ୍ ସୁବିଧା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ସୁବିଧା ମଧ୍ୟରେ ରହିବା ପାଇଁ ଘର, ଟଙ୍କା, ସବସିଡି ରାସନ, ପୋଷାକ, ରୋଷେଇ ଉପକରଣ, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏହା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ପ୍ରଥମେ ରାଜ୍ଯ ସରକାର ପ୍ରଦାନ କରିବା ସହ ପରବର୍ତ୍ତୀ ସମୟରେ ରାଜ୍ୟଗୁଡିକ ଏହି ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି ।
ସେହିଭଳି ଶରଣାର୍ଥୀଙ୍କ ରହିବା ଓ ଅନ୍ୟାନ୍ୟ ଆବଶ୍ୟକତା ପୂର୍ଣ୍ଣ କରିବା ଲାଗି କେନ୍ଦ୍ର ସରକାର ୧,୧୫୪ କୋଟି ଟଙ୍କା ଜୁଲାଇ ୧୯୮୩ରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଖର୍ଚ୍ଚ କରିଛନ୍ତି । ଏଥିସହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ପ୍ରାୟ ୩ ଲକ୍ଷ ୪ ହଜାର ୨୬୯ ଜଣ ଶ୍ରୀଲଙ୍କାନ ଶରଣାର୍ଥୀ ବିଭିନ୍ନ ପର୍ଯ୍ୟୟରେ ଭାରତକୁ ଜୁଲାଇ ୧୯୮୩ ଏବଂ ଅଗଷ୍ଟ ୨୦୧୨ରେ ଆସିଛନ୍ତି । ତେବେ କେନ୍ଦ୍ର ସରକାର ଏହି ଶରଣାର୍ଥୀଙ୍କୁ ମାନବିକତା ଭିତ୍ତିଭୂମି ଜରିଆରରେ ରିଲିଫ୍ ପ୍ରଦାନ କରିବା ସହ ଶ୍ରୀଲଙ୍କା ଫେରିବା ଲାଗି ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି ।
ଅପରପକ୍ଷରେ ମାର୍ଚ୍ଚ ୧୯୯୫ରେ ୯୯, ୪୬୯ ଜଣ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ମାର୍ଚ୍ଚ ୧୯୯୫ ପରେ କୌଣସି ଶରଣାର୍ଥୀ ସଂଗଠିତ ଭାବେ ପଠାଯାଇ ନାହିଁ ବୋଲି ମନ୍ତ୍ରଣାଳୟ କହିଛି । ସେହିପରି କିଛି ଶରଣାର୍ଥୀ ନିଜ ଉଦ୍ୟମରେ ଶ୍ରୀଲଙ୍କା ଫେରିଥିବା ବେଳେ ଆଉ କିଛି ଅନ୍ଯ ଦେଶକୁ ପଳାଇଥିଲେ । ସେହିଭଳି ୨୦୧୯ରେ ସେଣ୍ଟ୍ରାଲ ତିବ୍ବେତାନ ରିଲିଫ୍ କମିଟି(Central Tibetan Relief Committee) ପକ୍ଷରୁ କରାଯାଇଥିବା ଜନଗଣନା ଅନୁସାରେ ୩୧ ଡିସେମ୍ବର ୨୦୨୦ ସୁଦ୍ଧା ଭାରତରେ ୭୨,୩୧୨ ଜଣ ତିବ୍ବତୀୟ ଶରଣାର୍ଥୀ ରହୁଛନ୍ତି ।
ତେବେ ଏମାନେ ଭାରତର ବିଭନ୍ନ ରାଜ୍ୟରେ ନିଜ ଉଦ୍ୟମରେ ରହିଥିବା ବେଳେ ଆଉ କିଛି ସ୍ଥାନରେ ରାଜ୍ୟ ସରକାରଙ୍କ କୃଷି ଏବଂ ହସ୍ତଶିଳ୍ପ ଅଧିନରେ ବସବାସ କରୁଛନ୍ତି । ସେହିପରି କର୍ଣ୍ଣାଟକରେ ସର୍ବାଧିକ ୨୧,୩୫୩ ଜଣ ତୀବ୍ବତୀୟ ଶରଣାର୍ଥୀ ରହୁଥିବା ବେଳେ ହିମାଚଳ ପ୍ରଦେଶରେ ୧୪,୯୭୩, ଅରୁଣାଚଳ ପ୍ରଦେଶରେ ୪,୭୫୯, ଉତ୍ତରାଖଣ୍ଡ-୪,୮୨୮, ପଶ୍ଚିମବଙ୍ଗ-୩,୦୭୯ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬ ହଜାର, ୯୮୭ ଜଣ ରହୁଛନ୍ତି ।
ଏପଟେ ତିବ୍ଦତୀୟ ଶରଣାର୍ଥୀଙ୍କ ଥଇଥାନ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି ଏବଂ କେବଳ ଗୋଟିଏ ଅବଶିଷ୍ଟ ଗୃହ ଯୋଜନା ଉତ୍ତରାଖଣ୍ଡରେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି । ସମାନତା ଓ ଅନ୍ୟାନ୍ୟ ସୁବିଧାକୁ ନଜରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ଯ ସରକାର ତିବ୍ବତୀୟ ଶରଣାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ୨୦୧୪ ତୀବ୍ବତୀୟ ଥଇଥାନ ନିୟମରେ ଥଇଥାନ କରାଯାଇଛି । ସେହିଭଳି ପ୍ରଶାସନିକ ତଥା ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ଖର୍ଚ୍ଚ ତୁଲାଇବା ପାଇଁ ୨୦୧୫-୬ରୁ ୨୦୧୯-୨୦ ବର୍ଷ ମଧ୍ୟରେ ପାଞ୍ଚ ବର୍ଷ ମଧ୍ୟରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ସେଣ୍ଟ୍ରାଲ ତିବ୍ବେତାନ ରିଲିଫ୍ କମିଟ(Central Tibetan Relief Committee)କୁ ୪୦ କୋଟି ଟଙ୍କା ଅନୁଦାନ ପ୍ରଦାନ ଯୋଜନାକୁ ଭାରତ ସରକାର ଅନୁମତି ଦେଇଛନ୍ତି ।
ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ୩୬ଟି ତିବ୍ଦତୀୟ ବସ୍ତିବାସିନ୍ଦା କାର୍ଯ୍ୟାଳୟର ୪୦ କୋଟି ଟଙ୍କା ଖର୍ଚ୍ଚ ଲାଗି ଅନୁମୋଦନ ହୋଇ ସାରିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି । ତେବେ ୧୯୫୯ ମସିହାରେ ତିବ୍ଦତରୁ ଧର୍ମଗୁରୁ ଦଲାଇ ଲାମା ଭାରତ ଆସିବା ପରେ ତିବ୍ଦତୀୟ ଶରଣାର୍ଥୀମାନେ ଭାରତକୁ ଆସିବାକୁ ଲାଗିଥିଲେ । ଏଥିସହ ଏହି ସମୟରେ ଭାରତ ସରକାର ସେମାନଙ୍କୁ ଆଶ୍ରୟ ଦେବା ସହିତ ଅସ୍ଥାୟୀ ସମାଧାନ ଦିଗରେ ସହାୟତା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ଏମାନଙ୍କ ଜାତି ଏବଂ ସାଂସ୍କୃତିକ ପରିଚୟ ବଜାୟ ରଖିବା ପାଇଁ ଭାରତ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି ।
@IANS