ETV Bharat / bharat

କର୍ଣ୍ଣାଟକ କ୍ୟାବିନେଟ ବିସ୍ତାର, ଶପଥ ନେଲା ବୋମାଇଙ୍କ ନୂଆ ଟିମ୍‌

author img

By

Published : Aug 4, 2021, 3:59 PM IST

ଶପଥ ନେଲା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନୂଆ ଟିମ୍‌ । ବୁଧବାର କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟରେ ମୋଟ ୨୯ ମନ୍ତ୍ରୀ ନେଇଛନ୍ତି ଶପଥ । ଅଧିକ ପଢନ୍ତୁ...

କର୍ଣ୍ଣାଟକ କ୍ୟାବିନେଟ ବିସ୍ତାର, ଶପଥ ନେଲା ବୋମାଇଙ୍କ ନୂଆ ଟିମ୍‌
କର୍ଣ୍ଣାଟକ କ୍ୟାବିନେଟ ବିସ୍ତାର, ଶପଥ ନେଲା ବୋମାଇଙ୍କ ନୂଆ ଟିମ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ହୋଇଛି କ୍ୟାବିନେଟ ବିସ୍ତାର । ବିଏସ ୟେଦିୟୁରପ୍ପାଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନୂଆ ଟିମ୍‌ ନେଇଛି ଶପଥ । ବୁଧବାର ମୋଟ ୨୯ ମନ୍ତ୍ରୀ ନେଇଛନ୍ତି ଶପଥ ।

ବାସବରାଜ ବୋମାଇଙ୍କ ନୂଆ ଟିମ୍‌ରେ ୭ ଓବିସି ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତିରୁ ୪, ଲିଙ୍ଗାୟତ ସମୁଦାୟରୁ ୮ ଏବଂ ଭୋକ୍କାଲିଗା ସମୁଦାୟରୁ ୭ ମନ୍ତ୍ରୀଙ୍କୁ ମିଳିଛି ସ୍ଥାନ । ସେହପିରି ଜଣେ ମହିଳା ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ସବୁଠୁ ବଡ କଥା ହେଲା ନୂଆ ସରକାରରେ କୌଣସି ଉପ-ମୁଖ୍ୟମନ୍ତ୍ରୀ ଶପଥ ନେଇ ନାହାଁନ୍ତି ।

ଗତ ସପ୍ତାହରେ ବୋମାଇଙ୍କୁ କର୍ଣ୍ଣାଟକ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଥିଲା । ୨୮ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ବାସବରାଜ । ସମସ୍ତଙ୍କ ସହମତି ପରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବାସବରାଜଙ୍କ ନାଁ ଉପରେ ବାଜିଥିଲା ମୋହର । ଜନତା ଦଳରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ବାସବରାଜ ବୋମାଇ ୟେଦିୟୁରପ୍ପା ସରକାରରେ ଗୃହମନ୍ତ୍ରୀ ମଧ୍ୟ ଥିଲେ । ବୋମାଇ ୟେଦିୟୁରପ୍ପାଙ୍କ ବେଶ ନିକଟତର ବୋଲି କୁହାଯାଏ ।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ସାନ ପୁଅ ତଥା ବିଜେପି ରାଜ୍ୟ ଉପସଭାପତି ୱାଇ ବିଜୟେନ୍ଦ୍ରଙ୍କୁ ବୋମାଇଙ୍କ ଟିମ୍‌ରେ ମିଳିନି ସ୍ଥାନ । ମନ୍ତ୍ରୀମଣ୍ଡଳ ବିସ୍ତାର ସମ୍ବନ୍ଧରେ ହାଇକମାଣ୍ଡଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା । ମଙ୍ଗଳବାର ରାତିରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ପରେ ବୁଧବାର ସକାଳେ ତାଲିକାକୁ ଚୂଡାନ୍ତ ରୂପ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.