ETV Bharat / bharat

ରିଜିଜୁଙ୍କ ପରେ ବଦଳିଲେ ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲ, ମିଳିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ

author img

By

Published : May 18, 2023, 6:16 PM IST

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ପରେ ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲଙ୍କୁ ମଧ୍ୟ କରାଗଲା ପରିବର୍ତ୍ତନ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଭାବେ ମିଳିଲା ନୂଆ ଦାୟିତ୍ବ । ଅଧିକ ପଢନ୍ତୁ

ରିଜଜୁଙ୍କ ପରେ ବଦଳିଲେ ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ମନ୍ତ୍ରଣାଳୟ ପରିବର୍ତ୍ତନ ପରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲଙ୍କ ମଧ୍ୟ ମନ୍ତ୍ରଣାଳୟ ପରିବର୍ତ୍ତନ କରାଯାଇଛି । ତାଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦରୁ ହଟାଯାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଏହି ଅଦଳ ବଦଳକୁ ଅନୁମୋଦନ କରିଛନ୍ତି ।

ଆଜି ପୂର୍ବାହ୍ନରେ କେନ୍ଦ୍ର ଆଇନମନ୍ତ୍ରୀ ପଦରୁ କିରଣ ରିଜିଜୁଙ୍କୁ ଅପସାରିତ କରାଯାଇ ଭୂବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଆଇନ ମନ୍ତ୍ରୀ ଭାବେ ଅର୍ଜୁନ ରାମ ମେଘୱାଲଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଭୂବିଜ୍ଞାନ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ । ଏବେ ଏହି ଦାୟିତ୍ବ କିରଣ ରିଜିଜୁଙ୍କ ହାତକୁ ଯାଇଛି । ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ବଦଳିବାର କିଛି ଘଣ୍ଟା ପରେ ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ ନୂଆ ଆଇନମନ୍ତ୍ରୀ

2009 ମସିହାରେ ଅଜୁର୍ନ ରାମ ମେଘୱାଲ ପ୍ରଥମ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । 2013 ମସିହାରେ ତାଙ୍କୁ ଶ୍ରେଷ୍ଠ ସଂସଦ ଭାବେ ମଧ୍ୟ ସମ୍ମାନୀତ କରାଯାଇଥିଲା । ପୂର୍ବରୁ ସେ ମୋଦି କ୍ୟାବିନେଟରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ । ପୂର୍ବରୁ ଆଇନ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁ 2019ରେ ମୋଦି ସରକାରର ଦ୍ବିତୀୟ ପାଳି ଆରମ୍ଭ ହେବା ପରେ କ୍ରୀଡ଼‌ା ଓ ଯୁବ ବ୍ୟାପାର ମନ୍ତ୍ରୀ ହୋଇଥିଲେ । ପରେ ତାଙ୍କୁ 2021ରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ଅଦଳ ବଦଳରେ ଆଇନ୍‌ ଓ ନ୍ୟାୟ ମନ୍ତ୍ରଣାଳୟ ମିଳିଥିଲା ।

ତେବେ ଦାୟିତ୍ବରେ ରହିବା ସମୟରେ ବହୁଚର୍ଚ୍ଚିତ କଲେଜିୟମ ବିବାଦ ନେଇ ବେଶ ଚର୍ଚ୍ଚାକୁ ଆସିଥିଲେ ରିଜିଜୁ । ବିଚାରପତି ନିଯୁକ୍ତି ପାଇଁ ନ୍ୟାୟପାଳିକାରେ ଦୀର୍ଘ ଦଶନ୍ଧି ଧରି ପ୍ରଚଳିତ କଲେଜିୟମ ବ୍ୟବସ୍ଥାକୁ ଏକ ଅସ୍ପଷ୍ଟ ଓ ଅପାରଦର୍ଶୀ ବ୍ୟବସ୍ଥା ଭାବେ ଚିତ୍ରଣ କରି ଚର୍ଚ୍ଚାକୁ ଆସିଥିଲେ ରିଜିଜୁ । ଏହି ବ୍ୟବସ୍ଥାରେ ସଂଶୋଧନ ସହ ବିଚାରପତି ନିଯୁକ୍ତିରେ ସରକାରଙ୍କ ଭାଗିଦାରୀ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସେ ପରୋକ୍ଷ ସଙ୍କେତ ମଧ୍ୟ ଦେଇଥିଲେ ।

ହେଲେ ତାଙ୍କୁ ଆଜି ଅଚାନକ ଆଇନ ମନ୍ତ୍ରୀ ପଦରୁ ଅପସାରଣ କରାଯାଇ ଭୂବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି । ତାର ମାତ୍ର କିଛି ଘଣ୍ଟା ପରେ ତାଙ୍କ ସହଯୋଗୀ ତଥା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲଙ୍କୁ ମଧ୍ୟ ଆଇନ ମନ୍ତ୍ରଣାଳୟରୁ ଅପସାରଣ କରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.