ETV Bharat / bharat

Naba Das murder case: ସଂସଦରେ ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, CBI ତଦନ୍ତ ପାଇଁ ଦାବି - ସାଂସଦ ସୁରେଶ ପୂଜାରୀ

ଲୋକସଭାରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଲେ ବିଜେପି ସାଂସଦ ସୁରେଶ ପୂଜାରୀ । 15 ଦିନ ପରେ ମଧ୍ୟ ହତ୍ୟାର କାରଣ ଜାଣିବାରେ କ୍ରାଇମବ୍ରାଞ୍ଚ ବିଫଳ । ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ କଲେ ଦାବି । ଅଧିକ ପଢନ୍ତୁ

ସଂସଦରେ ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ, CBI ତଦନ୍ତ ଦାବି କଲେ ସାଂସଦ ସୁରେଶ ପୂଜାରୀ

author img

By

Published : Feb 13, 2023, 6:26 PM IST

ନୂଆଦିଲ୍ଲୀ: ସଂସଦରେ ଉଠିଲା ପୂର୍ବତନ ସ୍ବାସ୍ଥ୍ଯମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣା । ବରିଷ୍ଠ ଭାଜପା ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ଆଜି(ସୋମବାର) ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାକୁ ଦୀର୍ଘ 15 ଦିନ ବିତିବାକୁ ବସିଥିବା ବେଳେ ହତ୍ୟାର କାରଣ ସ୍ପଷ୍ଟ କରିବାରେ କ୍ରାଇମବ୍ରାଞ୍ଚ ବିଫଳ । ତେଣୁ ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI)କୁ ହସ୍ତାନ୍ତର କରିବା ପାଇଁ ସାଂସଦ ପୂଜାରୀ ଦାବି କରିଛନ୍ତି ।

ଲୋକସଭାରେ ସାଂସଦ ସୁରେଶ ପୂଜାରୀ କହିଥିଲେ,‘‘ଜାନୁଆରୀ 29 ରେ ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ଝାରସୁଗୁଡାରେ ଜଣେ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ 15 ଦିନ ବିତିଥିବା ବେଳେ ଏହାର କାରଣ ଖୋଜିବାରେ କ୍ରାଇମବ୍ରାଞ୍ଚ ବିଫଳ । ଓଡ଼ିଶା ସରକାର କେବଳ ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କେନ୍ଦ୍ରୀୟ ସହୟତା ନେଇଛନ୍ତି । ହେଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଦ୍ବାରା ତଦନ୍ତ କରାଇବା ପାଇଁ ଭୟ କରୁଛନ୍ତି ।’’

ଗତକାଲି(ଶନିବାର) ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଶେଷ ହୋଇଛି । ଏଫଏସଏଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମାନସିକ ଅସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କୁରଥିଲା । ଗତ କିଛି ମାସ ହେବ ସେ ଔଷଧ ସେବନ ନକରିବାରୁ ତାର ମାନସିକ ବିକୃତି ଆରମ୍ଭ ହୋଇଥିଲା । ଅସ୍ଥିରତା ବଢିବା କାରଣରୁ ସେଦିନ ସେ ସୁରକ୍ଷା ଦାୟିତ୍ବରେ ଥିବାବେଳେ ମନ୍ତ୍ରୀ ନବ ଦାସଙ୍କୁ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ନାର୍କୋ ଟେଷ୍ଟ ସମୟରେ ସ୍ବୀକାର କରିଛି । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗୋପାଳର ନାର୍କୋ ଟେଷ୍ଟ ପରେ ତାକୁ ଓଡ଼ିଶା ଅଣାଯାଇଛି । ନାର୍କୋ ଟେଷ୍ଟ ଶେଷ ହୋଇଥିଲେ ସୁଦ୍ଧା ହତ୍ୟାକାଣ୍ଡ ପଛର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରିନାହିଁ ।

29 ତାରିଖରେ ଝାରସୁଗୁଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି ଚଳାଇଥିବା ସ୍ଥାନୀୟ ପୋଲିସ କହିଥିଲା । ଗୋପାଳକୁ ତୁରନ୍ତ ଗିରଫ କରାଯାଇଥିଲା । ମନ୍ତ୍ରୀ ଦାସଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏୟାର ଲିଫ୍ଟ କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାକୁ ଏକ ଷଡଯନ୍ତ୍ର ବୋଲି ବିରୋଧୀ କହୁଥିବା ବେଳେ ପୋଲିସ ଅଭିଯୁକ୍ତ ଗୋପାଳକୁ କ୍ରମାଗତ ଜେରା ପରେ ମଧ୍ୟ ନିର୍ଦ୍ଦିଷ୍ଟ କାରଣରେ ପହଞ୍ଚି ନପାରିବା ସନ୍ଦେହକୁ ଆହୁରି ବଢାଇଛି । ଘଟଣାକୁ ଦୀର୍ଘ 15 ଦିନ ବିତିଛି । ଏକାଧିକ ପର୍ଯ୍ୟାୟର ରିମାଣ୍ଡ, ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ଶେଷ ହୋଇଥିଲେ ସୁଦ୍ଧା ମଧ୍ୟ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସ୍ପଷ୍ଟ ନକରିବା ସନ୍ଦେହକୁ ଘନୀଭୂତ କରୁଛି । ଏହାରି ମଧ୍ୟରେ ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଛି । ପୂର୍ବରୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ହାଇକୋର୍ଟରେ ମଧ୍ୟ ଏକ ସଂଗଠନ ପକ୍ଷରୁ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା । ଯାହାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.