ଡେରାଡୁନ: ଆଗକୁ ଆସୁଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା । ଇସ୍ତଫା ଦେଲେ ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ହରକ ସିଂ ରାୱତ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଟିମରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ହରକ ସିଂ ।
ଦଳରେ ଚାଲିଥିବା ଅନ୍ତଃକନ୍ଦଳ ଯୋଗୁଁ ରାୱତ ଇସ୍ତଫା ଦେଇଛନ୍ତି । ଉତ୍ତରାଖଣ୍ଡର ଟାଣୁଆ ନେତାଙ୍କ ମଧ୍ୟରୁ ହରକ ସିଂ ରାୱତ ଅନ୍ୟତମ । ୨୦୧୬ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ହରକ ସିଂ ରାୱତ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ