ETV Bharat / bharat

Road Mishap: ନଦୀକୁ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୨ ଜୀବନ

author img

By

Published : Jun 28, 2023, 10:13 AM IST

Updated : Jun 28, 2023, 11:04 AM IST

ପୁଣି ଗୋଟିଏ ଭୟଙ୍କର ଦୁର୍ଘଟଣା । ଭରାସାମ୍ୟ ହରାଇ ନଦୀକୁ ଓଲଟିଲା ମିନି ଟ୍ରକ । ଚାଲିଗଲା ୧୨ ଜୀବନ । ଅଧିକ ପଢନ୍ତୁ

Road Mishap in MP
Road Mishap in MP

ଭୋପାଳ: ମଧ୍ୟପ୍ରଦେଶ ଦତିୟା ଜିଲ୍ଲାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ଦ୍ରୁତଗାମୀ ଟ୍ରକ ନଦୀକୁ ଓଲଟି ପଡିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ମୃତାହତ ବିବାହ ଉତ୍ସବରେ ଯୋଗ ଦେବାକୁ ମିନି ଟ୍ରକରେ ଯାଉଥିଲେ । ବାଟରେ ବୁହାରା ଗାଁ ନିକଟରେ ଥିବା ନିର୍ମାଣଧୀନ ବ୍ରିଜରେ ଭାରସାମ୍ୟ ହରାଇ ଟ୍ରକ ନଦୀକୁ ଓଲଟି ପଡିଛି । ଯାହାଫଳରେ ପୁଣି ଅନେକ ନିରୀହ ଜୀବନ ଚାଲିଯାଇଛି । ଏବେସୁଦ୍ଧା ୩ ଜଣ ଶିଶୁ, ଜଣେ ବୃଦ୍ଧ ମହିଳା ଏବଂ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଟ୍ରକରେ ୫୦ରୁ ଅଧିକ ଲୋକ ଥିଲେ । ସମସ୍ତେ ବିବାହ ଉତ୍ସବରେ ଯୋଗ ଦେବାକୁ ଗ୍ବାଲିୟରର ବିଲହେଟି ଗାଁରୁ ଜତରା ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ବାଟରେ ନିର୍ମାଣଧୀନ ବ୍ରିଜ ଉପରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ସମସ୍ତ ମୃତାହତ କନ୍ୟାପକ୍ଷ ଲୋକ । ବିବାହ ପାଇଁ କନ୍ୟାକୁ ନେଇ ବରଘରକୁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ବିବାହ ଉତ୍ସବର ଖୁସି ନିମିଷକରେ ଶୋକରେ ପରିଣତ ହୋଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତାହତଙ୍କ ସଂଖ୍ୟା ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମୃତଦେହ ଗୁଡିକ ଉଦ୍ଧାର କରାଯିବା ସହ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦତିୟା ଏସପି ପ୍ରଦୀପ ଶର୍ମା ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ: ୬ ମୃତ, ୬ ଗୁରୁତର

ଏହି ଦୁର୍ଘଟଣା ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାର ତୁରନ୍ତ ବାଦ୍ ସେ ଅଧିକାରୀଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୀଡିତ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2023, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.