ETV Bharat / bharat

1971 ଭାରତ-ପାକିସ୍ତାନ ଯୁଦ୍ଧକୁ 50 ବର୍ଷ, ମୁମ୍ବାଇରେ ମିନି ମାରାଥନ ଆୟୋଜନ

author img

By

Published : Aug 22, 2021, 5:13 PM IST

1971 ମସିହା ଭାରତ-ପାକିସ୍ତାନ ଯୁଦ୍ଧକୁ ସ୍ମରଣ କରି ମୁମ୍ବାଇରେ ଆୟୋଜିତ ହୋଇଛି ମିନି ମାରାଥନ । ପାକିସ୍ତାନକୁ ପରାଜିତ କରିଥିଲା ଭାରତ । ଆଉ ଗଠିତ ହୋଇଥିଲା ବାଂଲାଦେଶ । ଅଧିକ ପଢନ୍ତୁ...

1971 ଭାରତ-ପାକିସ୍ତାନ ଯୁଦ୍ଧ 50 ବର୍ଷ ପୂର୍ତ୍ତି ସ୍ମରଣରେ ମୁମ୍ବାଇରେ ମିନି ମାରାଥନ

ମୁମ୍ବାଇ: ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧକୁ ପୂରିଥିଲା ୫୦ ବର୍ଷ । ଏହି ଦିବସକୁ ସ୍ମରଣ କରିବା ପାଇଁ ମୁମ୍ବାଇରେ ଏକ ମିନି ମାରାଥନର ଆୟୋଜନ କରାଯାଇଛି । ଏହି ମାରାଥନ କୋଲାବାର ନାରିମନ ପଏଣ୍ଟରୁ ବାହାରି ଆରସି ଚର୍ଚ୍ଚରେ ପହଞ୍ଚିଥିଲା । ଏହି ଦିବସକୁ 'ସ୍ବର୍ଣ୍ଣିମ ବିଜୟ ବର୍ଷ' ଭାବେ ଗତବର୍ଷ ଡିସେମ୍ବର 16ରେ ପାଳିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

1971 ମସିହାରେ ପାକିସ୍ତାନ ବିରୋଧରେ ଭାରତର ବିଜୟକୁ ମନେ ପକାଇବା ପାଇଁ ଲଦାଖର ବାଟାଲିଅନ NCC କ୍ୟାଡ଼େଟ ପକ୍ଷରୁ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ସେନାଙ୍କ ଦ୍ବାରା ଦେଶ ପାଇଁ ଦିଆଯାଇଥିବା ତ୍ୟାଗ, ବଳିଦାନକୁ ଦର୍ଶାଇଯାଇଥିଲା । ଭାରତ ଏହି ଯୁଦ୍ଧରେ ବିଜୟୀ ଲାଭ କରିବା ପରେ ବାଂଲାଦେଶ ଏକ ନୂଆ ଦେଶ ଭାବେ ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି ଶ୍ରୀନଗରର ଲୋକ ସମ୍ପର୍କ ଅଧିକାରୀ କର୍ଣ୍ଣେଲ ଏମରନ ମୁସାଭି ।

ବାଂଲାଦେଶ ଏକ ସ୍ବତନ୍ତ୍ର ଦେଶ ଭାବେ ସୃଷ୍ଟି ହେବାରେ ଭାରତର ରହିଛି ବଡ଼ ଭୂମିକା । ଏହି ଯୁଦ୍ଧରେ ନିଜ ବୀରତ୍ବ ପ୍ରଦର୍ଶନ କରିଥିଲେ ଭାରତୀୟ ସେନା । ମାତ୍ର ୧୩ ଦିନ ଯୁଦ୍ଧରେ ଆତ୍ମସମର୍ପଣ କରଥିଲା ପାକିସ୍ତାନ । ଆଉ ଏହାପରେ ବାଂଲାଦେଶ ସୃଷ୍ଟି ହୋଇଥିଲା । ପ୍ରତିବର୍ଷ ଡିସେମ୍ବର ୧୬ ତାରିଖକୁ ଭାରତରେ ବିଜୟ ଦିବସ ଭାବେ ପାଳନ କରାଯାଏ । ଏହି ବିଜୟ ଦିବସର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣ କରି ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନାମ ରଖିଥିଲେ ସ୍ବର୍ଣ୍ଣିମ ବିଜୟ ମଶାଲ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.