ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କୁଲଗାମ୍ ଜିଲ୍ଲାର ନୌପରା-ଖେରପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏହାକୁ ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି ।
ତୃବଜୀ ଅଞ୍ଚଳର ନୌପରା-ଖେରପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରେସନ ଆରମ୍ଭ ହୋଇଥିଲା । ତେବେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଛନ୍ତି । ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ ।
ଦୁଇ ଆତଙ୍କୀ କେଉଁ ଅଞ୍ଚଳର ଓ କେଉଁ ସଙ୍ଗଠନର ତାହାକୁ ନେଇ କୌଣସି ସୂଚନା ମିଳିନାହିଁ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।