ଶ୍ରୀନଗର: କାଶ୍ମୀରର କୁପଓ୍ବାଡାରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା । ସୁରକ୍ଷା ବଳର ଏନକାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିହତ । ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ମିଳିବା ପରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସ । ଏଥିରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହେବା ସହ ଜଣେ ଆତଙ୍କୀକୁ ସଫା କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ ।
-
One unidentified #terrorist killed in an #encounter at Jumagund area of #Kupwara. Army & Police are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) January 1, 2022 " class="align-text-top noRightClick twitterSection" data="
">One unidentified #terrorist killed in an #encounter at Jumagund area of #Kupwara. Army & Police are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) January 1, 2022One unidentified #terrorist killed in an #encounter at Jumagund area of #Kupwara. Army & Police are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) January 1, 2022
ଏହା ମଧ୍ୟ ପଢନ୍ତୁ:-ଘାଟିରେ ସକ୍ରିୟ ଅଛନ୍ତି 2ଶହରୁ କମ ଆତଙ୍କୀ: JK IGP
ନିପାତ ହୋଇଥିବା ଆତଙ୍କୀର ପରିଚୟ ସ୍ପଷ୍ଟ ହୋଇ ନ ଥିବାବେଳେ ସେ କେଉଁ ସଂଗଠନର ସଦସ୍ୟ ଥିଲା ସେ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସୁରକ୍ଷା ବଳ ଅପରେସନ ଜାରି ରଖିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୁରକ୍ଷା ବାହିନୀର କ୍ରମାଗତ ଏନକାଉଣ୍ଟରରେ ଗତ କିିଛି ମାସ ମଧ୍ୟରେ ବହୁୁ ଆତଙ୍କୀ ନିପାତ ହୋଇ ସାରିଲେଣି । ତେବେ ଘାଟିରେ ମାତ୍ର ୨ ଶହରୁ କମ ଆତଙ୍କୀ ସକ୍ରିୟ ଥିବା ସୂଚନା ଦେଇଥିଲେ କାଶ୍ମୀର ଆଇଜିପି ବିଜୟ କୁମାର । ଯାହା ଘାଟି ଇତିହାସରେ ପ୍ରଥମ ବୋଲି ମଧ୍ୟ କହିଥିଲେ କାଶ୍ମୀର ଆଇଜିପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ