ETV Bharat / bharat

କଠୋର ହେଲା କେନ୍ଦ୍ର, ବଙ୍ଗ ହିଂସା ଉପରେ ଶୀଘ୍ର ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ - ପଶ୍ଚିମବଙ୍ଗ ସରକାର

ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ବାହାରିବା ପରେ ହୋଇଥିବା ହିଂସା ଘଟଣାକୁ ନେଇ କଠୋର ହୋଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏନେଇ ରାଜ୍ୟର ମଖ୍ୟ ସଚିବଙ୍କୁ ଚିଠି ଲେଖି ତୁରନ୍ତ ରିପୋର୍ଟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ । ଅଧିକ ପଢନ୍ତୁ...

କଠୋର ହେଲା କେନ୍ଦ୍ର, ବଙ୍ଗ ହିଂସା ଉପରେ ଶୀଘ୍ର ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ

author img

By

Published : May 5, 2021, 9:55 PM IST

ନୂଆଦିଲ୍ଲୀ: ନିର୍ବାଚନୀ ହିଂସା ପରେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢିପାରେ ସଂଘର୍ଷ । ରାଜ୍ୟରେ ନିର୍ବାଚନ ଫଳାଫଳ ବାହାରିବା ପରେ ହୋଇଥିବା ହିଂସା ଘଟଣାକୁ ନେଇ କଠୋର ହୋଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏନେଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତୁରନ୍ତ ରିପୋର୍ଟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ ।

ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ସଚିବ କଡା ଆଭିମୁଖ୍ୟ ଆପଣାଇ କହିଛି, ବଙ୍ଗରେ ଏବେ ହିଂସା ଜାରି ରହିଛି । ଏହା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ କଣ ପାଇଁ ହେଉନାହିଁ ? ଯଦି ବଙ୍ଗ ସରକାର ଏହା ଉପରେ ଜବାବ ନ ଦିଅନ୍ତି, ତାହେଲେ ଏହାକୁ ଗମ୍ଭୀରତାର ସହ ନିଆଯିବ ବୋଲି କହିଛନ୍ତି ଗୃହମନ୍ତ୍ରଣାଳୟ ।

ମେ 3ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାର ତଥ୍ୟାତ୍ମକ ରିପୋର୍ଟ ମାଗିଥିଲେ । ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ହୋଇଥିବା ହିଂସାର 48 ଘଣ୍ଟା ପରେ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ କୌଣସି ରିପୋର୍ଟ ପଠାଇ ନାହାଁନ୍ତି ପଶ୍ଚିମବଙ୍ଗ ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.