ETV Bharat / bharat

Punjab drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ

author img

By

Published : Dec 22, 2021, 6:27 PM IST

ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ନୋଟିସ ଜାରି ପାଇଁ ସୁପାରିଶ କରିଥିଲା ପଞ୍ଜାବ ପୋଲିସ । ଡ୍ରଗ୍ସ ମାମଲାରେ ତଦନ୍ତ ପରିସରରେ ଅଛନ୍ତି ବିକ୍ରମ । ଅଧିକ ପଢନ୍ତୁ

Punjab drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ
Punjab drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ

ଚଣ୍ଡିଗଡ: ଅକାଳି ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ ମନଜିଥିଆଙ୍କ ବିରୋଧରେ ଜାରି ହୋଇଛି ଲୁକ-ଆଉଟ ନୋଟିସ । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବିକ୍ରମଙ୍କ ପାଇଁ ଅଡୁଆ ବଢିବା ସହ ସେ ଏବେ ଦେଶ ଛାଡି ଯାଇପାରିବେ ନାହିଁ ।

ପଞ୍ଜାବ ପୋଲିସ ବିକ୍ରମଙ୍କ ବିରୋଧରେ ଲୁକ-ଆଉଟ ନୋଟିସ ଜାରି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଇମିଗ୍ରେସନ ବ୍ୟୁରୋକୁ ସୁପାରିଶ କରିଥିଲା । ତେବେ ପଞ୍ଜାବ ପୋଲିସର ସୁପାରିଶ କ୍ରମେ ଏହି ନୋଟିସ ଜାରି କରିଛି ଗୃହ ମନ୍ତ୍ରଣାଳୟ । ଫଳରେ ତଦନ୍ତର ପରିସରରେ ଥିବା ମନଜିଥିଆ ବିନା ଅନୁମତିରେ ଦେଶ ଛାଡିପାରିବେ ନାହିଁ । ନାର୍କୋଟିକ୍ ଡ୍ରଗ୍ସ ଅଧିନିୟମ, 1985 ର ଧାରା 25, 27-A ଏବଂ 29 ଅନୁଯାୟୀ ବିକ୍ରମଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପଞ୍ଜାବ ପୋଲିସ ।

Punjab drugs casPunjab drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସe: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ
PunjaPunjab drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସb drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ

ମିଳିଥିବା ସୂଚନା ଅନୁସାରେ, 2018 ମସିହାରେ ତତ୍କାଳୀନ ADGP ଏବଂ STF ମୁଖ୍ୟ ହରପ୍ରୀତ ସିଦ୍ଧୁଙ୍କ ଦ୍ବାରା ଦାଖଲ ହୋଇଥିବା 34 ପୃଷ୍ଠାର STF ରିପୋର୍ଟ ଆଧାରରେ ମନଜିଥିଆଙ୍କ ବିରୋଧରେ ଏତଲା ପଞ୍ଜୀକୃତ କରିଥିଲା ପଞ୍ଜାବ ପ୍ରଦେଶ ପୋଲିସ । ସେପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । AAP ନେତା ରାଘବ ଚଢା ମଧ୍ୟ ବିକ୍ରମ ମନଜିଥିଆଙ୍କୁ ବଞ୍ଚାଇବା ପାଇଁ ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ବାଦଲଙ୍କ ସହ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏକ ଗୁପ୍ତ ବୁଝାମଣା କରିଥିବା ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.