ETV Bharat / bharat

ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ, 1999 ଆଇସି-814 ବିମାନ ଅପହରଣରେ ଥିଲା ସାମିଲ - ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ

ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ
ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ
author img

By

Published : Apr 14, 2022, 1:49 PM IST

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ଏବଂ ଚିଫ୍ କମାଣ୍ଡର ଅଛି ଜରଗର ।

ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ଜରଗରକୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ୧୯୬୭ ଅଧିନରେ ଆତଙ୍କବାଦୀ ଘୋଷିତ କରାଯାଇଛି । ୧୯୯୯ର ଡିସେମ୍ବର 24ରେ ଇଣ୍ଡିଆନ ଏୟାରଲାଇନ୍ସର ଆଇସି-814 ବିମାନକୁ ଅପହରଣ କରିବା ଘଟଣାରେ ଜରଗରକୁ ମୁକ୍ତ କରାଯାଇଥିଲା । ବର୍ତ୍ତମାନ ସେ ପାକିସ୍ତାନରେ ରହୁଛି । କାଶ୍ମୀର ସୀମାରେ ଆତଙ୍କ ସୃଷ୍ଟି କରୁଥିବା ନେଇ ତାକୁ ଆତଙ୍କୀବାଦ ଘୋଷଣା କରାଯାଇଛି ।

ଏକ ଗଣାମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜୁନ 2019ରେ ଜରଗର ନେତୃତ୍ବାଧୀନ ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନର ଦୁଇ ଆତଙ୍କୀ ଦକ୍ଷିଣ କାଶ୍ମୀର ଅନନ୍ତନାଗରେ ସିଆରପିଏଫଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ 5 ଜଣ ଯବାନ ଶହୀଦ ହୋଇଥିଲେ । କିଛି ଯବାନ ଆହତ ହୋଇଥିଲେ । ବର୍ତ୍ତମାନ କିଛି ବର୍ଷ ହେବ ଏହି ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନ ଆତଙ୍କୀ ସଂଗଠନ ନିଷ୍କ୍ରିୟ ଅଛନ୍ତି ।

ପ୍ରକାଶ ଥାଉ କି, କିଛି ଦିନ ତଳେ ୨୦୧୯ରେ ଜମ୍ମୁକାଶ୍ମୀର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ପାକିସ୍ତାନୀ ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରି ଆତଙ୍କବାଦୀ ଘୋଷଣା କରିଥିଲେ ଗୃହମନ୍ତ୍ରଣାଳୟ । ଏହି ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ବସକୁ ଟାର୍ଗେଟ୍ କରାଯାଇଥିଲା । ଯେଉଁ ଆକ୍ରମଣରେ ୪୦ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.