ETV Bharat / bharat

India-China border: ଅତିରିକ୍ତ 3 ITBP ବାଟାଲିୟନ ମୁତୟନକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ

author img

By ETV Bharat Odisha Team

Published : Sep 11, 2023, 10:54 PM IST

ଭାରତ-ଚୀନ୍ ସୀମା ସଂଲଗ୍ନ ସମ୍ବେଦନଶୀଳ ଏରିଆରେ ଅତିରିକ୍ତ 3 ITBP ବାଟାଲିୟନ ହେବେ ମୁତୟନ । ଫୋକସରେ ଅରୁଣାଚଳ ପ୍ରଦେଶ । ଅଧିକ ପଢନ୍ତୁ

India-China border: ଅତିରିକ୍ତ 2 ITBP ବାଟାଲିୟନ ମୁତୟନକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ

ନୂଆଦିଲ୍ଲୀ: ଭାରତ-ଚୀନ୍ ସମା ସଂଲଗ୍ନ ସମ୍ବେଦନଶୀଳ ଏରିଆରେ ଇଣ୍ଡୋ-ତିବ୍ଦତ ସୀମା ପୋଲିସ୍ (ଆଇଟିବିପି) ର 3ଟି ଅତିରିକ୍ତ ବାଟାଲିୟନ ନିୟୋଜନ ପାଇଁ ଅନୁମୋଦନ ଦେଇଛି ଗୃହ ମନ୍ତ୍ରଣାଳୟ । ଦୁଇ ଦେଶର ସର୍ବାଧିକ ସମ୍ବେଦନଶୀଳ ଅରୁଣାଚଳ ପ୍ରଦେଶରେ ଆଇଟିବିପିର ଅଧିକ ବର୍ଡର ଆଉଟ୍ ପୋଷ୍ଟ (BOP) ସ୍ଥାପନ କରିବାକୁ ମଧ୍ୟ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପୋଷ୍ଟମାନଙ୍କରେ ଯବାନମାନେ ନିୟୋଜିତ ରହିବେ । ସରକାରୀ ସୂତ୍ରରୁ ଇଟିଭି ଭରତକୁ ମିଳିଥିବା ସୂଚନା ଅନୁସାରେ, ଫେବୃଆରୀରେ ଆଇଟିବିପିର 7ଟି ଅତିରିକ୍ତ ବାଟାଲିୟନ ପ୍ରତିଷ୍ଠାକୁ କେନ୍ଦ୍ର ଅନୁମୋଦନ କରିଥିଲା । ଏବେ ନୂଆ 7ଟି ନୂତନ ମଞ୍ଜୁରୀପ୍ରାପ୍ତ ବାଟାଲିୟନ ମଧ୍ୟରୁ 3ଟି ବର୍ତ୍ତମାନ ସମସ୍ତ ପ୍ରକ୍ରିୟା ଶେଷ କରି ନିୟୋଜନ ପାଇଁ ପ୍ରସ୍ତୁତ ହୋଇସାରିଛି । ଏହାକୁ ଉତ୍ତର ପୂର୍ବ ପଠାଯିବ ।

ପ୍ରତିରକ୍ଷା ସୂତ୍ରରୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଧିକ ଆଇଟିବିପି ପୋଷ୍ଟ ସ୍ଥାପନ ଏବଂ ନୂତନ ବାଟାଲିୟନର ନିୟୋଜନ ଭାରତୀୟ ସୁରକ୍ଷା ଏଜେନ୍ସିମାନଙ୍କୁ ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାରେ ସାହାଯ୍ୟ କରିବ । ବର୍ଡର ଆଉଟ୍ ପୋଷ୍ଟ (BOP)ର ସୀମାର ସୁରକ୍ଷାକୁ ବଢାଇବାରେ ସାହାଯ୍ୟ କରିପାରିବ । ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ମୋଟ 3,488 କିଲୋମିଟର ସୀମା ମଧ୍ୟରୁ ଅରୁଣାଚଳରେ କେବଳ 1126 କିଲୋମିଟର ସୀମା ରହିଛି । ସେହପରି ଜାମ୍ମୁ କାଶ୍ମୀର 1597 କିଲୋମିଟର, ହିମାଚଳ ପ୍ରଦେଶରେ 200 କିଲୋମିଟର, ଉତ୍ତର ପ୍ରଦେଶ 345 କିଲୋମିଟର ଏବଂ ସିକ୍କିମ୍ 220 କିଲୋମିଟର ଭାରତୀୟ ସୀମା ଚୀନ୍ ସୀମା ସଲଗ୍ନ ରହିଛି । ଏବେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲକୁ ଅଧିକ ସ୍ପଷ୍ଟ ଏବଂ ନିଶ୍ଚିତ କରିବା ପ୍ରକ୍ରିୟା ଚାଲିଛି । ଏହି ଅଞ୍ଚଳ ଉଚ୍ଚ ଉଚ୍ଚତା ବିଶିଷ୍ଟ ଅଞ୍ଚଳ ଏବଂ ଏଠାରେ ଘଞ୍ଚ ଜନସଂଖ୍ୟା ରହିଛି ।

ଏହା ମଧ୍ୟ ପଢନ୍ତୁ:-G20 gala dinner: ରାଷ୍ଟ୍ରପତିଙ୍କ ନୈଶ୍ୟଭୋଜିର କିଛି ଝଲକ

ତେବେ ଅନ୍ୟ କୌଣସି ରାଜ୍ୟରେ ଚୀନ ସହ ସୀମା ବିବାଦ ଏତେ ମାତ୍ରାରେ ନଥିବା ବେଳେ ପୂର୍ବ-ଲଦାଖ ସେକ୍ଟର ଓ ଅରୁଣାଚଳ ପ୍ରଦେଶରେ ଏହି ବିବାଦ ସର୍ବାଧିକ ରହିଛି । ଏବେ ଚୀନ ଜାରି କରିଥିବା ନୂଆ ମ୍ୟାପରେ ଅରୁଣାଚଳ ପ୍ରଦେଶରକୁ ନିଜ ଅଞ୍ଚଳ ବୋଲି ମଧ୍ୟ ଦର୍ଶାଇବାକୁ ପଛାଇନାହିଁ । ଏହା ପରେ ଭାରତ ଚୀନ ମଧ୍ୟରେ ସମ୍ପର୍କ ସାମାନ୍ୟ ତିକ୍ତତାରେ ବଦଳିଛି । ଏପରି ସ୍ଥଳେ ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶକୁ ଫୋକସରେ ରଖିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.