ETV Bharat / bharat

ଏମିତି ଏକ ସ୍କୁଲ: ୩୬୫ ଦିନ ଖୋଲା, ଦୁଇ ହାତରେ ଲେଖନ୍ତି ଛାତ୍ରଛାତ୍ରୀ - ଜିଲ୍ଲା ପରିଷଦ ବିଦ୍ୟାଳୟ

ନାଶିକ ଠାରୁ 75 କିଲୋମିଟର ଦୂରରେ ତ୍ରିମ୍ବାକେଶ୍ବର ତାଲୁକାରେ ହିୱାଲି ଗାଁ । ଜିଲ୍ଲା ପରିଷଦ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା କାରଣରୁ ରାଜ୍ୟର ସବୁଆଡେ ଚର୍ଚ୍ଚାକୁ ଆସିଛି ଏହି ଗାଁ । ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟଜନକ ସ୍କୁଲ: ୩୬୫ ଦିନ ଖୋଲା , ଦୁଇ ହାତରେ ଲେଖୁଛନ୍ତି ଛାତ୍ରଛାତ୍ରୀ

author img

By

Published : Dec 1, 2022, 7:16 AM IST

ମୁମ୍ବାଇ: ନାଶିକ ଠାରୁ 75 କିଲୋମିଟର ଦୂରରେ ତ୍ରିମ୍ବାକେଶ୍ବର ତାଲୁକାରେ ହିୱାଲି ନାମକ ଏକ ଗାଁ ରହିଛି । ଏଠାରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା କାରଣରୁ ରାଜ୍ୟର ସବୁଆଡେ ଚର୍ଚ୍ଚାକୁ ଆସିଛି ଏହି ଗାଁ । କାରଣ ଏହି ବିଦ୍ୟାଳୟରେ ବର୍ଷକ ୩୬୫ ଦିନରେ ଗୋଟିଏ ଦିନ ମଧ୍ୟ ଛୁଟି ନ ଥାଏ । ଏଥିସହ ପ୍ରତିଦିନ ସକାଳ ୮ଟା ରୁ ସନ୍ଧ୍ୟା ୮ ଯାଁଏ ୧୨ ଘଣ୍ଟା ଧରି ଶିକ୍ଷା ଦିଆଯାଇଥାଏ । ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାକାର ଛାତ୍ରମାନେ ଦୁଇ ହାତରେ ଏକା ସହିତ ଲେଖି ପାରନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ 1000 ପର୍ଯ୍ୟନ୍ତ ପଢିପାରନ୍ତି ଏଥିସହ ସାଧାରଣ ଜ୍ଞାନ, ଜାତୀୟ ରାଜପଥ, ଭାରତୀୟ ସମ୍ବିଧାନର ସମସ୍ତ ଧାରା, ଦେଶର ରାଜଧାନୀ ଭଳି ଅନେକ କଥା ଜାଣିଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକକୁ ନ ଦେଖି ଶିକ୍ଷାଦାନ କରାଯାଇଥାଏ । ଏହାଛଡା ସବୁଠାରୁ କୌତୁହଳ ବିଷୟ ଯେ ଏହି ଛାତ୍ରମାନଙ୍କୁ ପ୍ରତିଯୋଗୀତା ପରୀକ୍ଷାରେ ପଚରାଯାଇଥିବା ଗାଣିତିକ ଏବଂ ଯୁକ୍ତିଯୁକ୍ତ ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ଦିଅନ୍ତି । ଏନେଇ ଶିକ୍ଷକ କେଶବ ଗାଭିଟ୍ କହିଛନ୍ତି ଯେ କେବଳ ପୁସ୍ତକ ଜ୍ଞାନ ପ୍ରଦାନ କରିବା ପରିବର୍ତ୍ତେ ଛାତ୍ରମାନଙ୍କୁ ନିଯୁକ୍ତି ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ଧ୍ୟାନ ଦେଉଛନ୍ତି।

ଅନ୍ୟପଟେ ୧୨ ଘଣ୍ଟା ମଧ୍ୟରୁ ଦିନରେ ୮ ଘଣ୍ଟା ପୁସ୍ତକ ଜ୍ଞାନ ଏବଂ ଅବଶିଷ୍ଟ ୭ ଘଣ୍ଟା ଭବିଷ୍ୟତର ନିଯୁକ୍ତି ଭିତ୍ତିକ ଜ୍ଞାନ ଶିକ୍ଷକମାନଙ୍କ ଦ୍ବାରା ପ୍ରଦାନ କରାଯାଇଥାଏ । ଯେଉଁଥିରେ ଛାତ୍ରମାନଙ୍କୁ ପ୍ଲମ୍ବର, ଫିଟର୍, ଇଲେକ୍ଟ୍ରିକାଲ୍, କାର୍ପେରର, ପେଣ୍ଟିଂ ଇତ୍ୟାଦି ଶିକ୍ଷା ଦିଆଯାଏ । ୟୁଟ୍ୟୁବ୍ ମାଧ୍ୟମରେ ଏହି ବିଦ୍ୟାଳୟର ଛାତ୍ରମାନଙ୍କୁ ୱାର୍ଲି ପେଣ୍ଟିଂ ମଧ୍ୟ ଶିକ୍ଷା ଦିଆଯାଇଥାଏ । ସେହିପରି ବିଦ୍ୟାଳୟ ତରଫରୁ ଦୁଇଥର ଭୋଜନ ଦିଆଯାଉଥିବାରୁ ପିଲାଙ୍କୁ ଛାଡି ନିଶ୍ଚିନ୍ତ ରୁହନ୍ତି ।

ବିଦ୍ୟାଳୟ ଦିନକୁ 12 ଘଣ୍ଟା ସହିତ 365 ଦିନ ପାଇଁ ଖୋଲା ରହିଥିବା ବେଳେ ଛାତ୍ରମାନେ ଦୁଇ ହାତରେ ସମାନ କଲମ ବ୍ୟବହାର କରି ପୁସ୍ତକର ବାମ ଏବଂ ଡାହାଣ ପୃଷ୍ଠାରେ ଦୁଇଟି ଭିନ୍ନ ବିଷୟ ଲେଖନ୍ତି । ଏହାଛଡା 100% ଛାତ୍ର ବୃତ୍ତି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.