ETV Bharat / bharat

Disha Salian Death: ତଦନ୍ତ ପାଇଁ ଗଠନ ହେବ SIT ଟିମ, ଫଡନାଭିସଙ୍କ ସୂଚନା

author img

By

Published : Dec 22, 2022, 10:17 PM IST

ବଲିଉଡ଼ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ଘଟଣା ( Disha Salian Death Case) । ତଦନ୍ତ ପାଇଁ ଖୁବଶୀଘ୍ର SIT ଟିମ ଗଠନ ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis on Disha Salian Death Case) । ଅଧିକ ପଢନ୍ତୁ

Disha Salian Death case
Disha Salian Death case

ମୁମ୍ବାଇ: ବଲିଉଡ଼ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ଘଟଣା ( Disha Salian Death Case) । ତଦନ୍ତ ପାଇଁ ଖୁବଶୀଘ୍ର ସ୍ବତନ୍ତ୍ର ଟାସ୍କ ଫୋର୍ସ (SIT) ଗଠନ ହେବା ନେଇ ଗୁରୁବାର ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Maharashtra deputy chief minister Devendra Fadnavis) । ଦିଶାଙ୍କ ମୃତ୍ୟୁର ସପ୍ତାହ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ଖବର ଆସିଥିଲା ।

ବିଜେପି ବିଧାୟକ ନୀତିଶ ରାଣେ ଗୁରୁବାର ଏହି ପ୍ରସଙ୍ଗ ଉଠାଇ ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ପାଇଁ ଦାବି କରିଥିଲେ । ଏନେଇ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଫଡନାଭିସ କହିଛନ୍ତି, "ଏହି ମାମଲାର ତଦନ୍ତ କରୁଛି ମହାରାଷ୍ଟ୍ର ପୋଲିସ । ତୁରନ୍ତ ଏହାର ତଦନ୍ତ ନେଇ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ ହେବ ।" ସେପଟେ ନୀତିଶ ରାଣେ ଅଭିଯୋଗ କରିଛନ୍ତି ଯେ, ଦିଶା ସଲିଆନଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ସମ୍ପର୍କରେ ତାଙ୍କର ବଏଫ୍ରେଣ୍ଡ ରୋହନ ରାଏକୁ ସବୁ ଜଣାଥିବା ବେଳେ ସେ ମୃତ୍ୟୁ ପରେ ଗାଏବ ହୋଇଯାଇଛି ।

ଏହା ବି ପଢନ୍ତୁ- ଆତ୍ମହତ୍ୟା ପୂର୍ବରୁ ବନ୍ଧୁଙ୍କ ସହ 45 ମିନିଟ୍ କଥା ହୋଇଥିଲେ ଦିଶା ସାଲିଆନ

ଗତ ୨୦୨୦ ଜୁନ ୮ ତାରିଖରେ ଦିଶା ସାଲିଆନ ୧୪ ମହଲାରୁ ଖସିପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଏଯାବତ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ ଖସିପଡ଼ି ମୃତ୍ୟୁବରଣ କରିଥିଲେ ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଦିଶାଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପରେ ଲୋକପ୍ରିୟ ବଲିଉଡ଼ ତଥା ଟେଲି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟିଥିଲା । ଗତ ୨୦୨୧ ମସିହାରେ ଏହି ମାମଲାରେ କୌଣସି ପ୍ରମାଣ ନ ମିଳିବା କହି କେସକୁ ବନ୍ଦ କରିଛି ମୁମ୍ବାଇ ପୋଲିସ । ଦିଶା ସାଲିଆନଙ୍କୁ ମୃତ୍ୟୁ ପୂର୍ବରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଥିବା ବେଳେ ତାଙ୍କ ପିତାଙ୍କୁ ଏହାକୁ ଖଣ୍ଡନ କରିଥିବାର ଏକ ରିପୋର୍ଟ ଅତିରିକ୍ତ ପୋଲିସ କମିଶନର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.