ETV Bharat / bharat

ବିଜେପିରେ ସାମିଲ ହେବା ପୂର୍ବରୁ ମେଟ୍ରୋ ମ୍ୟାନଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ

author img

By

Published : Feb 19, 2021, 5:06 PM IST

ବିଜେପିରେ ସାମିଲ ନେଇ ନିଷ୍ପତ୍ତି ନେଇଥିବା ଶ୍ରୀଧରନ କେରଳ ନିର୍ବାଚ ପୂର୍ବରୁ ବଡ ବୟାନ ଦେଇଛନ୍ତି । ଶ୍ରୀଧରନ ଏହା ମଧ୍ୟ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ ରହିଛି । ଅଧିକ ପଢନ୍ତୁ...

ବିଜେପିରେ ସାମିଲ ହେବା ପୂର୍ବରୁ ମେଟ୍ରୋ ମ୍ୟାନଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ
ବିଜେପିରେ ସାମିଲ ହେବା ପୂର୍ବରୁ ମେଟ୍ରୋ ମ୍ୟାନଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା 21 ଫେବୃଆରୀରେ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ମେଟ୍ରୋ ମ୍ୟାନ ଇ. ଶ୍ରୀଧରନ । ବିଜେପିରେ ସାମିଲ ନେଇ ନିଷ୍ପତ୍ତି ନେଇଥିବା ଶ୍ରୀଧରନ କେରଳ ନିର୍ବାଚ ପୂର୍ବରୁ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କେରଳରେ ବିଜେପିକୁ କ୍ଷମତାକୁ ଆଣିବା ଲକ୍ଷରେ ମୁଁ ରାଜନୈତିକ ମୈଦାନରେ ପ୍ରବେଶ କରୁଛି । ତେବେ ରାଜ୍ୟର ହୀତ ପାଇଁ କାମ କରିବି ବୋଲି କହିଛନ୍ତି ଶ୍ରୀଧରନ ।

ଶ୍ରୀଧରନ ଏହା ମଧ୍ୟ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ ରହିଛି । ଯଦି ବିଜେପି କେରଳ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରେ, ତାହେଲେ ରାଜ୍ୟ ଋଣ ଭାରରୁ ମୁକ୍ତି ପାଇବ । ଭତ୍ତିଭୂମି ବିକାଶ ଦିଗରେ ଅଧିକ ଧ୍ୟାନ ଦିଆଯିବ ।

ଅନ୍ୟପକ୍ଷେ ରାଜ୍ୟପାଳ ପଦ ସମ୍ଭାଳିବାକୁ ଆଗ୍ରହ ନଥିବା କହିଛନ୍ତି ଶ୍ରୀଧରନ । ଏଭଲି ସମ୍ବିଧାନିକ ପଦରେ ରହି ରାଜ୍ୟର ବିକାଶପରେ ଯୋଗଦାନ ଦେଇପାରିବି ନାହିଁ । ରାଜ୍ୟ ପାଇଁ କିଛି କରିବା ଲକ୍ଷରେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମେଟ୍ରୋ ମ୍ୟାନ । ସେ କହିଛନ୍ତି, ମୁଁ ଆରମ୍ଭରୁ ହିଁ ବିଜେପିର ସମର୍ଥକ ରହିଆସିଛି । ତେବେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ସାକ୍ଷାତ କରି ଅନେକ ବିକାଶ କାର୍ଯ୍ୟ ଉପରେ ଆଲୋଚନା କରିଥିଲି । ଏହା ମଧ୍ୟ ମୋ ବିଜେପିରେ ସାମିଲ ହେବାର ଏକ କାରଣ ବୋଲି କହିଛନ୍ତି ଶ୍ରୀଧରନ ।

ମେଟ୍ରୋ ମ୍ୟାନ ନାଁରେ ଜଣାଶୁଣା ଇ. ଶ୍ରୀଧରନ 21 ଫେବୃଆରୀରେ କେରଳରେ ବିଜେପିର ବିଜୟ ଯାତ୍ରା ଅବସରରେ ଦଳର ରାଜ୍ୟସଭାପତି କେ ସୁଦର୍ଶନଙ୍କ ଉପସ୍ଥିତିରେ ପଦ୍ମ ଧରିବେ । କେରଳରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଶ୍ରୀଧରନଙ୍କୁ ଅନୁରୋଧ କରିଛି ବିଜେପି । ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ମେଟ୍ରୋ ମ୍ୟାନ ଶ୍ରୀଧରନ ଦେଶର ବିକାଶର ପ୍ରତୀକ ଭାବେ ଜଣାଶୁଣା ।

ଇ ଶ୍ରୀଧରନ କେବଳ ମେଟ୍ରୋ ନୁହେଁ, କୋଙ୍କଣ ରେଲୱେରେ ଉତ୍କୃଷ୍ଠ ଯୋଗଦାନ ପାଇଁ ମଧ୍ୟ ପରିଚିତ । 2001ରେ ତାଙ୍କୁ ପଦ୍ମଶ୍ରୀ ଓ 2008ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ, ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ମଧ୍ୟ 2005ରେ ଶ୍ରୀଧରନଙ୍କୁ ଚାଭାଲିୟର ଡି ଲା ଲିଜିଅନ ଆୱାର୍ଡରେ ସମ୍ମାନିତ କରିଥିଲେ । ସେହିପରି ଆମେରିକାର ବିଶ୍ବ ପ୍ରସିଦ୍ଧ ପତ୍ରିକା ଟାଇମ୍ସ ମେଗାଜିନ ମଧ୍ୟ ଶ୍ରୀଧରନଙ୍କୁ ଏସିଆର ହିରୋ କହି ସମ୍ବୋଧନ କରିସାରିଛି । ବିଶ୍ବରେ ଯାତାୟାତ ସୁଗମ କରିବା ପାଇଁ ଶ୍ରୀଧରନ ୟୁଏନଓରେ ମଧ୍ୟ ନିଜର ସେବା ପ୍ରଦାନ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.