ETV Bharat / bharat

ବିଜେପିରେ ସାମିଲ ହେବେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ !

author img

By

Published : Feb 18, 2021, 4:15 PM IST

ମେଟ୍ରୋ ମ୍ୟାନ ନାଁରେ ଜଣାଶୁଣା ଇ. ଶ୍ରୀଧରନ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ବିଜେପିରେ ସାମିଲ ହେବେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ !
ବିଜେପିରେ ସାମିଲ ହେବେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ !

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଗୋଟି ଚାଳନା କରିଛି ଭାରତୀୟ ଜନତା ପାର୍ଟି । ମେଟ୍ରୋ ମ୍ୟାନ ନାଁରେ ଜଣାଶୁଣା ଇ. ଶ୍ରୀଧରନ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଜୋର ଧରିଛି ଚର୍ଚ୍ଚା । କେରଳରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛି ବିଜେପି ।

ସୂଚନା ଅନୁଯାୟୀ 21 ଫେବୃଆରୀରେ କେରଳରେ ବିଜେପିର ବିଜୟ ଯାତ୍ରା ଅବସରରେ ଦଳର ରାଜ୍ୟସଭାପତି କେ ସୁଦର୍ଶନଙ୍କ ଉପସ୍ଥିତିରେ ମେଟ୍ରୋ ମ୍ୟାନ ପଦ୍ମ ଧରି ପାରନ୍ତି ବୋଲି କୁହାଯାଉଛି । ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ମେଟ୍ରୋ ମ୍ୟାନ ଶ୍ରୀଧରନ ଦେଶର ବିକାଶର ପ୍ରତୀକ ଭାବେ ଜଣାଶୁଣା ।

ମେଟ୍ରୋ ମ୍ୟାନ ଶ୍ରୀଧରନ ଆଗାମୀ କେରଳ ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, ମୋତେ ଆଶା ଅଛି କି ବିଜେପି କାଳରେ ଜନସାଧାରଣଙ୍କ ପାଇଁ କରିଛି କରିବ । ଅନ୍ୟ ରାଜନୈତିକ ଦଳ ଆଜି ଯାଏଁ କେରଳର ବିକାଶ କରିପାରିନଥିବା ସେ କହିଛନ୍ତି ।

ଇ ଶ୍ରୀଧରନ କେବଳ ମେଟ୍ରୋ ନୁହେଁ, କୋଙ୍କଣ ରେଲୱେରେ ଉତ୍କୃଷ୍ଠ ଯୋଗଦାନ ପାଇଁ ମଧ୍ୟ ପରିଚିତ । 2001ରେ ତାଙ୍କୁ ପଦ୍ମଶ୍ରୀ ଓ 2008ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ, ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ମଧ୍ୟ 2005ରେ ଶ୍ରୀଧରନଙ୍କୁ ଚାଭାଲିୟର ଡି ଲା ଲିଜିଅନ ଆୱାର୍ଡରେ ସମ୍ମାନିତ କରିଥିଲେ । ସେହିପରି ଆମେରିକାର ବିଶ୍ବ ପ୍ରସିଦ୍ଧ ପତ୍ରିକା ଟାଇମ୍ସ ମେଗାଜିନ ମଧ୍ୟ ଶ୍ରୀଧରନଙ୍କୁ ଏସିଆର ହିରୋ କହି ସମ୍ବୋଧନ କରିସାରିଛି । ବିଶ୍ବରେ ଯାତାୟାତ ସୁଗମ କରିବା ପାଇଁ ଶ୍ରୀଧରନ ୟୁଏନଓରେ ମଧ୍ୟ ନିଜର ସେବା ପ୍ରଦାନ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.