ETV Bharat / bharat

ପଲକ୍କଡରେ ଆଗୁଆ 'ମେଟ୍ରୋ ମ୍ୟାନ'

author img

By

Published : May 2, 2021, 1:47 PM IST

କେରଳର ପଲକ୍କଡରେ ମେଟ୍ରୋ ମ୍ୟାନ ତଥା ବିଜେପି ପକ୍ଷରୁ ନିର୍ବାଚନ ଲଢୁଥିବା ଇ ଶ୍ରୀଧରନ ଆଗୁଆ ରହିଛନ୍ତି । ଅଧିକ ପଢନ୍ତୁ...

ପଲକ୍କଡରେ ଆଗୁଆ 'ମେଟ୍ରୋ ମ୍ୟାନ' ଇ ଶ୍ରୀଧରନ
ପଲକ୍କଡରେ ଆଗୁଆ 'ମେଟ୍ରୋ ମ୍ୟାନ' ଇ ଶ୍ରୀଧରନ

ଥିରୁଅନନ୍ତପୁରମ: କେରଳର ପଲକ୍କଡ ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ତଥା ମେଟ୍ରୋ ମ୍ୟାନ ଇ ଶ୍ରୀଧରନ ଆଗୁଆ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିରୋଧୀ କଂଗ୍ରେସ ପ୍ରାର୍ଥୀ ଶାଫି ପାରମ୍ବିଲ ଓ ସିପିଆଇ ପ୍ରାର୍ଥୀ ସିପି ପ୍ରମୋଦ ବିରୋଧରେ ପ୍ରାୟ 3038 ସିଟରେ ସେ ଆଗୁଆ ରହିଛନ୍ତି ।

ଦେଶରେ ମେଟ୍ରୋ ରେଳ ବ୍ୟବସ୍ଥାକୁ ଡିଜାଇନ କରିଥିବା ଇଞ୍ଜିନିୟର ବିଜେପିରେ ଯୋଗ ଦେଇଥିଲେ । ତେବେ ଶ୍ରୀଧରନଙ୍କ ଜରିଆରେ ବିଧାନସଭା ଆସନ ଜିତିବା ପାଇଁ ଆଶା ରଖିଛି । ପୂର୍ବରୁ ଏହି ଆସନରେ ୟୁ଼ଡିଏଫ ବିଜୟୀ ଲାଭ କରିଥିଲା । ସେପଟେ ବର୍ତ୍ତମାନ ସୁଦ୍ଧା ଏଲଡିଏଫ 77 ସିଟରେ ଆଗୁଆ ରହିଥିବା ବେଳେ ୟୁଡିଏଫ 40 ଓ ଏନଡିଏ ମାତ୍ର ଗୋଟିଏ ସିଟରେ ଆଗୁଆ ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ 4653 ଭୋଟରେ ଧରମାଦମ ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛନ୍ତି । ଥ୍ରୀସୁରରେ ଅଭିନେତା ତଥା ରାଜ୍ୟସଭା ସାଂସଦ ସୁରେଶ ଗୋପି ଏନଡିଏ ପକ୍ଷରୁ 1530 ସିଟରେ ଆଗୁଆ ରହିଛନ୍ତି । ଭୋଟ ଗଣତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଏଲଡିଏଫ 90 ସିଟ ଆଗୁଆ ଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ଏହା 77ଟି ସିଟରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.