ETV Bharat / bharat

ବିଜେପି କ୍ୟାମ୍ପରେ ମେଟ୍ରୋ ମ୍ୟାନ ଶ୍ରୀଧରନ, କେରଳରେ ଫୁଟିବ କି ପଦ୍ମ ? - ମେଟ୍ରୋମ୍ୟାନ ଶ୍ରୀଧରନ

ବିଜେପିରେ ସାମିଲ ହୋଇଛନ୍ତି ମେଟ୍ରୋମ୍ୟାନ ଶ୍ରୀଧରନ । ମାଲପୁରମର ବିଜୟ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଶ୍ରୀଧରନ । ଅଧିକ ପଢନ୍ତୁ...

ବିଜେପିରେ ସାମିଲ ହେଲେ ମେଟ୍ରୋ ମ୍ୟାନ ଶ୍ରୀଧରନ

author img

By

Published : Feb 25, 2021, 10:40 PM IST

ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ମେଟ୍ରୋମ୍ୟାନ ଶ୍ରୀଧରନ । ମାଲପୁରମର ବିଜୟ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଶ୍ରୀଧରନ ।

ବିଜେପିରେ ସାମିଲ ନେଇ ନିଷ୍ପତ୍ତି ନେଇଥିବା ଶ୍ରୀଧରନ କେରଳ ନିର୍ବାଚ ପୂର୍ବରୁ ବଡ ବୟାନ ଦେଇଥିଲେ । ସେ କହିଥିଲେ କେରଳରେ ବିଜେପିକୁ କ୍ଷମତାକୁ ଆଣିବା ଲକ୍ଷ୍ୟରେ ମୁଁ ରାଜନୈତିକ ମୈଦାନରେ ପ୍ରବେଶ କରୁଛି । ତେବେ ରାଜ୍ୟର ହୀତ ପାଇଁ କାମ କରିବି ବୋଲି କହିଥଇଲେ ଶ୍ରୀଧରନ ।

ଇ ଶ୍ରୀଧରନ କେବଳ ମେଟ୍ରୋ ନୁହେଁ, କୋଙ୍କଣ ରେଲୱେରେ ଉତ୍କୃଷ୍ଟ ଯୋଗଦାନ ପାଇଁ ମଧ୍ୟ ପରିଚିତ । 2001ରେ ତାଙ୍କୁ ପଦ୍ମଶ୍ରୀ ଓ 2008ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ, ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ମଧ୍ୟ 2005ରେ ଶ୍ରୀଧରନଙ୍କୁ ଚାଭାଲିୟର ଡି ଲା ଲିଜିଅନ ଆୱାର୍ଡରେ ସମ୍ମାନିତ କରିଥିଲେ । ସେହିପରି ଆମେରିକାର ବିଶ୍ବ ପ୍ରସିଦ୍ଧ ପତ୍ରିକା ଟାଇମ୍ସ ମେଗାଜିନ ମଧ୍ୟ ଶ୍ରୀଧରନଙ୍କୁ ଏସିଆର ହିରୋ କହି ସମ୍ବୋଧନ କରିସାରିଛି । ବିଶ୍ବରେ ଯାତାୟାତ ସୁଗମ କରିବା ପାଇଁ ଶ୍ରୀଧରନ ୟୁଏନଓରେ ମଧ୍ୟ ନିଜର ସେବା ପ୍ରଦାନ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.