ETV Bharat / bharat

ଆଶା ଛାଡି ଦେଇଥିଲା ପରିବାର, 10 ବର୍ଷ ପରେ ଫେରିଲେ ଯୁବତୀ

ନିଖୋଜ ହେବାର ୧୦ ବର୍ଷ ପରେ ଘରକୁ ଫେରିଲେ ଯୁବତୀ । ଉତ୍ତର ବେଙ୍ଗଲ ମେଡିକାଲ କଲେଜ ଏବଂ ହସ୍ପିଟାଲର ପଦକ୍ଷେପ ଯୋଗୁଁ ମୀନା ମିର୍ଦା ତାଙ୍କ ପ୍ରିୟଜନଙ୍କ ସହିତ ଫେରିପାରନ୍ତି । ୧୦ ବର୍ଷ ପରେ ଯୁବତୀଜଣକ ଘରକୁ ଫେରିଥିବାରୁ ପରିବାରଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଅଧିକ ପଢନ୍ତୁ

author img

By

Published : Dec 17, 2022, 1:53 PM IST

Mentally unstable Siliguri woman
Mentally unstable Siliguri woman

କୋଲକାତା: କଥାରେ ଅଛି ଭଗବାନଙ୍କ ଲୀଳା ବଡ ବିଚିତ୍ର । ଦଇବ ଦଉଡି ମଣିଷ ଗାଇ, ଯେଣିକି ଟାଣଇ ସେଣିକି ଯାଇ । ଏହି ଉକ୍ତିଟି ପ୍ରତିପାଦିତ ହୋଇଛି କୋଲକାତାର ସିଲିଗୁଡିରେ । ନିଖୋଜ ହେବାର ୧୦ ବର୍ଷ ପରେ ଘରକୁ ଫେରିଲେ ଯୁବତୀ (Mentally unstable Siliguri woman returns home after 10 years) । ସେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ୧୦ ବର୍ଷ ପୂର୍ବେ ଡୋର୍ସର ଏକ ଚା' ବଗିଚାରେ ନିଖୋଜ ହୋଇଯାଇଥିଲେ । ଉତ୍ତର ବେଙ୍ଗଲ ମେଡିକାଲ କଲେଜ ଏବଂ ହସ୍ପିଟାଲର ପଦକ୍ଷେପ ଯୋଗୁଁ ମୀନା ମିର୍ଦା ତାଙ୍କ ପ୍ରିୟଜନଙ୍କ ସହିତ ଫେରିପାରନ୍ତି । ୧୦ ବର୍ଷ ପରେ ଯୁବତୀଜଣକ ଘରକୁ ଫେରିଥିବାରୁ ପରିବାରଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଶ୍ଚର୍ଯ୍ୟ ! ଗୋଟିଏ ଘରର ୪ଟି ରୁମ୍ ମହାରାଷ୍ଟ୍ରରେ, ରୋଷେଇ ଘର ତେଲେଙ୍ଗାନାରେ

ତେବେ ମେଟେଲି ବ୍ଲକ କିଲକୋଟ ଚା' ବଗିଚା ଅଞ୍ଚଳରେ ମୀନା ମିର୍ଦାଙ୍କ ଘର ହୋଇଥିବା ବେଳେ ସେ ପିଲରୁ ମାନସିକ ସ୍ତରରେ ଅସୁସ୍ଥ ରହିଥିଲେ । ବେଳେବେଳେ ସେ ଘରୁ କୁଆଡେ ଚାଲିଯାଇ ଗୋଟିଏ କି ଦୁ୍ଇଦିନ ପରେ ଘରକୁ ଫେରୁଥିଲେ । ତେବେ ୧୦ ବର୍ଷ ପୂର୍ବେ ହଠାତ କୁଆଡେ ଚାଲିଯାଇଥିଲେ ମୀନା । କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ । ମୀନାଙ୍କ ପରିବାରଲୋକଙ୍କ ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ସେ ଖୋଜାଖୋଜି କରିବା ବନ୍ଦ କରିଦେଇଥିଲେ । ପରିବାରଲୋକେ ତାଙ୍କୁ ଫେରିପାଇବା ଆଶା ଛାଡି ଦେଇଥିଲେ ।

ଏମତି ଘରକୁ ଫେରିଥିଲେ ଯୁବତୀ

ନଭେମ୍ବର ୩୦ ତାରଖରେ ମାନସିକ ରୋଗାଗ୍ରସ୍ତ ଯୁବତୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ସେ ନିଜର ପରିଚୟ ମଧ୍ୟ କହିପାରୁନଥିଲେ । କିନ୍ତୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ଫେରାଇଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୀନାଙ୍କ ଏକ ଫଟୋକୁ ସୋସିଆଲ ମିଡିଆ ସହ ପୋଲିସ ଏବଂ ସାମାଜିକ କର୍ମୀଙ୍କୁ ପଠାଇଥିଲେ । ଏହାସହ ମେଡିକାଲ କଲେଜ କର୍ତ୍ତୃପକ୍ଷ ସିଲିଗୁରି ଲିଗାଲ୍ ଏଡ୍ ଫୋରମର ସାହାଯ୍ୟ ଲୋଡିଥିଲେ । ଫୋରମର ସଭାପତି ଅମିତ ସାର୍କ ଏବଂ ହାସିମାରା ଚାଣକ୍ୟ ଶୁକ୍ଲା ଦେବନାଥଙ୍କ ଯୋଗୁଁ ମହିଳାଙ୍କ ପରିବାରକୁ 24 ଘଣ୍ଟା ମଧ୍ୟରେ ଅନୁସନ୍ଧାନ କରାଯାଇଥିଲା । ଏହାପରେ ମୀନାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.