ETV Bharat / bharat

ମା’ର ଗଳିତ ମୃତଦେହ ସହ ଗୋଟିଏ କୋଠରୀରେ ରହୁଥିଲା ମାନସିକ ଭିନ୍ନକ୍ଷମ ଝିଅ - କୋଲକାତା ଖବର

କୋଲକାତାରେ ମା’ର ଗଳିତ ମୃତଦେହ ସହ ଗୋଟିଏ କୋଠରୀରେ ରହୁଥିଲା ମାନସିକ ଭିନ୍ନକ୍ଷମ ଝିଅ । ଦୁର୍ଗନ୍ଧ ହେବାରୁ ସନ୍ଦେହ କରି ଉଦ୍ଧାର କଲେ ପଡୋଶୀ । ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

ମା’ର ଗଳିତ ମୃତଦେହ ସହ ଗୋଟିଏ କୋଠରୀରେ ରହୁଥିଲା ମାନସିକ ଭିନ୍ନକ୍ଷମ ଝିଅ

author img

By

Published : Feb 13, 2023, 10:49 PM IST

କୋଲକାତା: ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ନହୋଇପାରି କଠୋରୀରେ ପଡିରହିଥିଲା ମୃତଦେହ । ମୃତଦେହ ସହ ଏକାଧିକ ଦିନ ଉକ୍ତ କୋଠରୀରେ ଥିଲେ ମୃତ ବୃଦ୍ଧାଙ୍କ ମାନସିକ ଭିନ୍ନକ୍ଷମ ଝିଅ । ମୃତଦେହ ଗଳିତ ଅବସ୍ଥାରେ ଦୁର୍ଗନ୍ଧ ହେବା ପରେ ପ଼ଡୋଶୀ ଏସମ୍ପର୍କରେ ସନ୍ଦେହ କରିଥିଲେ । ପରେ କଠୋରୀରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଥିବା ଜଣାପଡିଥିଲା । ଗଳିତ ମୃତଦେହ ସହ ଗତ କିଛି ଦିନ ହେବ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀ ମଧ୍ୟ ରହିଆସୁଥିବା ଜଣାପଡିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ କୋଲକାତା ସହରର ଏକ ବ୍ୟସ୍ତବହୁଳ ସ୍ଥାନରେ ଦେଖିବାକୁ ମିଳିଛି ।

କୋଲକାତାର ବେଲଘାଟ ରୟ ଲେନର ଓ୍ବାର୍ଡ ନମ୍ବର4 ରେ ଏହି ପରିବାର ରହୁଥିଲେ । ଜଣେ ବୃଦ୍ଧାଙ୍କ ସହ ତାଙ୍କର ଜଣେ ଝିଅ ରହୁଥିଲେ । ଯୁବତୀଜଣଙ୍କ ମାନସିକ ବିକାରଗ୍ରସ୍ତ ଥିଲେ । ଗତ କିଛି ଦିନ ତଳେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏସମ୍ପର୍କରେ ଝିଅ କାହାକୁ କହିନଥିଲେ କିମ୍ବା ମୃତଦେହ ସତ୍କାର ହୋଇପାରିନଥିଲା । ଫଳରେ ଏକାଧିକ ଦିନ ମୃତଦେହ ପଡିରହି ଗଳିତ ମୃତଦହେରେ ପରିଣତ ହୋଇଥିଲା । ଦୁର୍ଗନ୍ଧ ହେବା ପରେ ପଡୋଶୀଙ୍କୁ ସନ୍ଦେହ ହେବା ପରେ ସେମାନେ ଘର ଭିତରେ ଏକ ମୃତଦେହ ଥିବା ଜାଣବାକୁ ପାଇଥିଲେ । ମୃତଦେହ ସହିତ ମୃତ ମହିଳାଙ୍କ ମାନସିକ ଭିନ୍ନକ୍ଷମ ଝିଅ ମଧ୍ୟ ରହିଆସୁଥିବା କଥା ଜଣାପଡିଥିଲା । ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ସେ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି ।

ଯୁବତୀଙ୍କ ଠାରୁ ଏସବୁ ଜଣାପଡିବା ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଥମିକ ଜେରା ପରେ ମହିଳାଜଣଙ୍କ 90 ବର୍ଷୀୟା ନମିତା ଘୋଷାଲ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ କେବେ ତାଙ୍କର ମୃତ୍ୟୁ ହୋଇଥିଲା ଓ କିପରି ହୋଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ବାର୍ଦ୍ଧକ୍ୟ କାରଣରୁ ତାଙ୍କ ଦେହାନ୍ତ ହେବା ପରେ ତାଙ୍କ ମାନସିକ ଭିନ୍ନକ୍ଷମ ଝିଅ ଅନ୍ତିମ ସଂସ୍କାର କରିନଥିବା କିମ୍ବା ଘଟଣା ସମ୍ପର୍କରେ କାହାକୁ ଜଣାଇନଥିବା ପୋଲିସ ସନ୍ଦେହ କରୁଛି । ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ ଗିରଫ କରି ଜେରା କରୁଛି ପୋଲିସ ।

ପଡୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ନମିତା ଦୀର୍ଘ ବର୍ଷ ସେଠାରେ ଭଡାରେ ରହିଆସୁଥିଲେ । ସାଙ୍ଗରେ ତାଙ୍କର ଜଣେ ଭିନ୍ନକ୍ଷମ ଝିଅ ମଧ୍ୟ ଥିଲେ । ଗତ କିଛି ବର୍ଷ ପୂର୍ବେ ନମିତାଙ୍କର ସ୍ବାମୀଙ୍କର ଦେହାନ୍ତ ହୋଇଥିଲା । ନମିତା ମଧ୍ୟ ବୟସାଧିକ କାରଣରୁ ଏକାଧିକ ରୋଗରେ ପୀଡିତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ । ବୋଧହୁଏ ନିକଟରେ ତାଙ୍କର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.