ETV Bharat / bharat

ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପଡିଛି କୋଭିଡ-୧୯ର ପ୍ରଭାବ - ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପଡିଛି କୋଭିଡ-୧୯ର ପ୍ରଭାବ

କୋଭିଡ-୧୯ ମହାମାରୀ ସହ ଲଢେଇ ଜାରି ରହିଥିବା ବେଳେ କଲେଜ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି ମହାମାରୀ । ବିଏମଲ ମୁଞ୍ଜଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ତଥାପି ଆଶାର କିରଣ ରହିଛି । ଏ ବର୍ଷ ସମସ୍ୟାର ସମାଧାନ ପାଇଁ ଅନେକ ଆଶା ରଖିଥିବା ସର୍ଭେରୁ ଜଣାପଡିଛି । ପ୍ରତି ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଅର୍ଥାତ ୪୯ ପ୍ରତିଶତ ଛାତ୍ର କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ବେଳେ ଚିନ୍ତା, ବ୍ୟଗ୍ରତା ଓ ଏକାକୀ ଜୀବନ ସହ ଖାପ ଖୁଆଇବା ଥିଲା ସବୁଠୁ କଠିନ ।

ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପଡିଛି କୋଭିଡ-୧୯ର ପ୍ରଭାବ

author img

By

Published : Mar 2, 2021, 6:30 AM IST

କୋଭିଡ-୧୯ ମହାମାରୀ ସହ ଲଢେଇ ଜାରି ରହିଥିବା ବେଳେ କଲେଜ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି ମହାମାରୀ । ବିଏମଲ ମୁଞ୍ଜଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ତଥାପି ଆଶାର କିରଣ ରହିଛି । ଏ ବର୍ଷ ସମସ୍ୟାର ସମାଧାନ ପାଇଁ ଅନେକ ଆଶା ରଖିଥିବା ସର୍ଭେରୁ ଜଣାପଡିଛି । ପ୍ରତି ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଅର୍ଥାତ ୪୯ ପ୍ରତିଶତ ଛାତ୍ର କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ବେଳେ ଚିନ୍ତା, ବ୍ୟଗ୍ରତା ଓ ଏକାକୀ ଜୀବନ ସହ ଖାପ ଖୁଆଇବା ଥିଲା ସବୁଠୁ କଠିନ । କୋଭିଡ-୧୦ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସବୁଠାରୁ ପ୍ରଭାବିତ କରିଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ପାଖାପାଖି ୨୬ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ଯେ, ବୌଦ୍ଧିକ ଭାବେ ସେମାନେ କୋଭିଡ-୧୯ ମହାମାରୀର ଦ୍ୱାରା ସୃଷ୍ଟ ହୋଇଥିବା ଆହ୍ୱାନର ମୁକାବିଲା କରି ପାରି ନ ଥିଲେ । ୧୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମତରେ ଘରେ ପଢାପଢି ପାଇଁ ଏକ ଉତ୍ସର୍ଗୀକୃତ ସ୍ଥାନର ଅଭାବ ସେମାନଙ୍କ ଉପରେ ପ୍ରଭାବ ପକାଇଛି । ମାତ୍ର ୧୦ ଦଶମିକ ୪୭ ପ୍ରତିଶତ କହିଛନ୍ତି ଯେ, ଦୁର୍ବଳ ଇଂଟରନେଟ ସଂଯୋଗ ସେମାନଙ୍କ ପାଇଁ ଉଦବେଗର କାରଣ ହୋଇଛି ।

ପୋଷ୍ଟ୍ କଲେଜ କ୍ୟାରିଅର ସଂପର୍କରେ ଉଦବେଦ ମାନସିକ ଚାପକୁ ବୃଦ୍ଧି କରିଛି । ୩୮ ପ୍ରତିଶତ କଲେଜ ଛାତ୍ରଛାତ୍ରୀ କହିଛନ୍ତି ଯେ, ଅନିଶ୍ଚିତ ପରିସ୍ଥିତି କାରଣରୁ ସେମାନେ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ।m ଏଭଳି ଦୃଶ୍ୟପଟ୍ଟରେ କଲେଜ ପକ୍ଷରୁ ଫଙ୍କସନାଲ କୋର୍ସ ପାଇଁ ଛାତ୍ରଛାତ୍ରୀଙ୍କ ଆଶା ରଖୁଥିବା ସର୍ଭେରୁ ଜଣାପଡିଛି । ସାଂପ୍ରତିକ ପରିସ୍ଥିତିରେ ଏହା ନିଉ ନର୍ମାଲରେ ପରିଣତ ହେବ ବୋଲି ସେମାନେ କହିଛନ୍ତି । ୫୧ ପ୍ରତିଶତ ଛାତ୍ରଛାତ୍ରୀ ଏହି ଆଶା ରଖନ୍ତି । ୩୨ ପ୍ରତିଶତ ଛାତ୍ରଛାତ୍ରୀ କଲେଜ ସେମାନଙ୍କୁ ଇଣ୍ଡଷ୍ଟ୍ରି ପ୍ଲେସମେଂଟ୍ ଦେଉ ବୋଲି କହିଛନ୍ତି ।

ସର୍ଭେ ଅନୁସାରେ ସୋସିଆଲ ଆଇସୋଲେସନ ସହ ଖାପ ଖୁଆଇବା ବେଶ୍ କଷ୍ଟକର ବୋଲି ଅଧିକାଂଶ ଛାତ୍ରଛାତ୍ରୀ କହିଛନ୍ତି । ୩୭ ପ୍ରତିଶତ କହିଛନ୍ତି ଯେ, ସେମାନେ ମହାମାରୀ କାଳରେ ବନ୍ଧୁମାନଙ୍କ ଅନୁପସ୍ଥିତି ଉପଲବ୍ଧ କରିଛନ୍ତି । ୨୫ ପ୍ରତିଶତ ସୋସିଆଲ ଇଭେଂଟ୍‌ର ଅନୁପସ୍ଥିତି ଉପଲବଧ କରୁଥିବା କହିଛନ୍ତି । ତେେ, ମହାମାରୀ ଯୋଗୁଁ ସୃଷ୍ଟି ନ୍ୟୁ ନର୍ମାଲ ନେଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି । ଭବିଷ୍ୟତ ନେଇ ୭୮ ପ୍ରତିଶତ ଛାତ୍ରଛାତ୍ରୀ ଆଶାବାଦୀ ଅଛନ୍ତି । ମହାମାରୀ ଆରମ୍ଭ ହେବା ବେଳେ ସେମାନେ ଏତେ ଆଶାବାଦୀ ନ ଥିଲେ ବୋଲି କହିଛନ୍ତି । ଖୁବ୍ ଶୀଘ୍ର ସ୍ୱାଭାବିକ ଜୀବନ ଯାତ୍ରା ଆରମ୍ଭ ହେବ ବୋଲି ସର୍ଭେରେ ଭାଗ ନେଇଥିବା ସଂଖ୍ୟାଧିକ ଛାତ୍ରଛାତ୍ରୀ କହିଛନ୍ତି । ୭୮ ପ୍ରତିଶତରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ଯେ,ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ସ୍ୱାଭାବିକ ଜୀବନ ଯାତ୍ରା ପୁଣି ଆରମ୍ଭ ହେବା ନେଇ ସେମାନେ ଆଶା କରନ୍ତି । ଭାରତର ଯୁବକମାନେ ସକାରାତ୍ମକ ମନୋଭାବ ଓ ଦୃଢତାର ପରିଚୟ ଦେଇଛନ୍ତି । ଏହି ଗୁଣ ହିଁ ସେମାନଙ୍କୁ ଅଦ୍ଭୂତପୂର୍ବ ଆହ୍ୱାନର ମୁକାବିଲା କରିବା ଶିଖାଇଛି । ୩୭ ପ୍ରତିଶତ ଯୁବକ କହିଛନ୍ତି ଯେ, ସେମାନେ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବୁଝିପାରିଛନ୍ତି । ୨୮ ପ୍ରତିଶତ ପରିବାର ଓ ବନ୍ଧୁବର୍ଗଙ୍କ ସହ ସଂପର୍କର ମୂଲ୍ୟ ବୁଝିପାରିଥିବା କହିଛନ୍ତି । ୧୨ ପ୍ରତିଶତ କହିଛନ୍ତି ଯେ, ମହାମାରୀକୁ ସେମାନେ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି ।

ହାତରେ ପ୍ରଚୁର ସମୟ ଥିବାରୁ ଯୁବକ ଓ କିଶୋରମାନେ ମହାମାରୀ ବେଳେ ଓଙ୍କିଟି ପ୍ଲାଟଫର୍ମ ଜରିଆରେ ନିଜର ମନୋରଂଜନ କରୁଥିଲେ । ସର୍ଭେରେ ୩୪ ଦଶମିକ ୪ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ଯେ,ସେମାନେ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ସବୁ ଉପଭୋଗ କରିଥିଲେ । ୧୩ ଦଶମିକ ୨ ପ୍ରତିଶତ ଭିଡିଓ ଗେମରେ ବ୍ୟସ୍ତ ରହିଥିଲେ । ୧୨ ଦଶମିକ ୫ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ଯେ, ସେମାନେ ନୂଆ ନୂଆ କଥା ଶିଖିଛନ୍ତି । ମହାମାରୀ ବେଳେ କଲେଜ କ୍ୟାମ୍ପସର ବାତାବରଣକୁ ମିସ୍ କରିଥିବା ଅନେକ ଛାତ୍ରଛାତ୍ରୀ କହିଛନ୍ତି । ସେମାନେ ଖୁବ ଶୀଘ୍ର କ୍ୟାମ୍ପସକୁ ଫେରିବା ଚାହାନ୍ତି । ସର୍ଭେ ଅନୁସାରେ ପ୍ରତି ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର ଭବିଷ୍ୟତର ପାଠପଢା ହାଇବ୍ରିଡ ହେବ ବୋଲି କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.