ETV Bharat / bharat

ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ: ସ୍ବଚ୍ଛ ହୁଅ, ସୁରକ୍ଷିତ ରୁହ

author img

By

Published : May 28, 2021, 9:01 AM IST

Updated : May 28, 2021, 10:48 AM IST

ଋତୁସ୍ରାବ ସମୟରେ ସ୍ବଚ୍ଛତା ଅତି ଗୁରୁତ୍ବପୂର୍ଣ୍ଣ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ 28ରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ...

ମାସିକ ଋତୁସ୍ରାବ ସ୍ବଚ୍ଛତା ଦିବସ
ମାସିକ ଋତୁସ୍ରାବ ସ୍ବଚ୍ଛତା ଦିବସ

ହାଇଦ୍ରାବାଦ: ଋତୁସ୍ରାବ ସମୟରେ ସ୍ବଚ୍ଛତା ଅତି ଗୁରୁତ୍ବପୂର୍ଣ୍ଣ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ 28ରେ ମାସିକ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଯାଏ । ମହିଳାଙ୍କ ମଧ୍ୟରେ ମାସିକ ବାଓଲୋଜିକାଲ ଚକ୍ର ହିଁ ମାସିକ ଋତୁସ୍ରାବ । ଏହି ସମୟରେ ମହିଳାଙ୍କ ଗର୍ଭାଶୟର ଆବରଣ ଭାଙ୍ଗିଥାଏ ଓ ଯୋନି ଦେଇ ବାହାରକୁ ବାହାରିଯାଏ । ଋତୁସ୍ରାବ ଓ ସ୍ବଚ୍ଛତାକୁ ସମଗ୍ର ବିଶ୍ବର ଅଣଦେଖା କିମ୍ବା ଅବହେଳା କରାଯାଇଥାଏ । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତର୍କ କରାଇବା । ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ମେ 28ରେ ପାଳନର ଉଦ୍ଦେଶ୍ୟ ?

ଜର୍ମାନୀର ଏକ ଏନଜିଓ ‘WASH’ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ମାସିକ ଋତୁସ୍ରାବର ହାରାହାରି ବ୍ୟବଧାନ 28 ଦିନ । ମାସକୁ 5 ଦିନ ସମସ୍ତ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ହୋଇଥାଏ । ତେଣୁ ‘28-5’କୁ ହିସାବକୁ ନେଇ ପ୍ରତିବର୍ଷ ମେ 28ରେ ଏହାକୁ ପାଳନ କରାଯାଏ ।

ଇତିହାସ-

ମେ 2013ରେ ସମଗ୍ର ବିଶ୍ବ ଏହି ଦିବସ ପାଳନ କରିଥିଲା । WASH ସଂଗଠନ ସୋସିଆଲ ମିଡିଆରେ 28 ଦିନିଆ କ୍ୟାମ୍ପେନିଂ ଆରମ୍ଭ କରିଥିଲେ । ଅନ୍ୟ ସଂଗଠନ ବି ଏହି ଦିବସ ପାଳନ କରିବାକୁ ଇଚ୍ଛୁକ କି ନାହିଁ, ତାହା ଜାଣିବା ପାଇଁ ଏହି କ୍ୟାମ୍ପେନିଂ ଆରମ୍ଭ ହୋଇଥିଲା । ଏହାପରେ ଅନେକ ସଂଗଠନରୁ ସକରାତ୍ମକ ପ୍ରତିକ୍ରିୟା ମିଳିଥିଲା ।

ମାସିକ ଋତୁସ୍ରାବ ଦିବସର ଗୁରୁତ୍ବ-

ଋତୁସ୍ରାବ ସମୟରେ ସ୍ବଚ୍ଛତା ବିଷୟରେ ଅନେକ ଏବେ ବି ଅଜ୍ଞ । ଖାସ୍ କରି ଗାଁ ମାନଙ୍କରେ ଝିଅ ଓ ମହିଳା ଏନେଇ ଆଲୋଚନା କରିବାକୁ ଲାଜ କରନ୍ତି । ଏହି ସମୟରେ କେଉଁ କେଉଁ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ଜରୁରୀ, ସେମାନଙ୍କୁ ଜଣା ନଥାଏ ଫଳରେ ଅନେକ ରୋଗବ୍ୟାଧିର ଶିକାର ହୁଅନ୍ତି । ଅନେକ ୟୁଟେରସ୍ କ୍ୟାନ୍ସର ପାଇଁ ଅସୁରକ୍ଷିତ ଋତୁସ୍ରାବ ଦାୟୀ । ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରିଯିବା ଉଚିତ୍ । ଏହାକୁ ନେଇ କ୍ୟାମ୍ପେନିଂ କରିବା ଆବଶ୍ୟକ । ଲୋକଙ୍କ ମଧ୍ୟରେ ଏହାକୁ ନେଇ ଲାଜ କିମ୍ବା ଘୃଣା ନୁହେଁ ବରଂ ସଚେତନତା ରହିବା ଜରୁରୀ ।

କୋଭିଡ-19 ଓ ଋତୁସ୍ରାବ ସ୍ବଚ୍ଛତା-

କୋଭିଡ ମହାମାରୀ ସମୟରେ ଲକଡାଉନ୍ । ଲକଡାଉନରେ ମଧ୍ୟ ଜରୁରୀକାଳିନ ସେବା ଜାରି ରହିଥିଲା । ଦେଶରେ 24 ଘଣ୍ଟା ନାପକିନ୍ କମ୍ପାନୀ କାର୍ଯ୍ୟ କରୁଛି । ଅନ୍ୟପକ୍ଷେ ଗ୍ରାମାଞ୍ଚଳ ମାନଙ୍କରେ କିନ୍ତୁ ଏହି ସବୁ ସୁବିଧା ପହଞ୍ଚିବାରେ ଅସଫଳ ହେଉଛି । ଅନେକ ବିଶେଷଜ୍ଞ ଏବଂ ସଂଗଠନ ଅନୁଯାୟୀ, ମହାମାରୀ ସମୟରେ ଋତୁସ୍ରାବର ସ୍ବଚ୍ଛତା ଉତ୍ପାଦ ପାଇବାରେ ସମାଜର ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଥିଲେ। ୟୁନିସେଫର ଆନାଲିସିସ୍ ଅନୁଯାୟୀ, କେବଳ ସାଧାରଣ ମହିଳା ନୁହେଁ ବରଂ ସମ୍ମୁଖ ଯୋଦ୍ଧା ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ପ୍ରାୟ 70 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ନିଜ ମାସିକ ଋତୁସ୍ରାବକୁ ପରିଚାଳିତ କରିବାରେ ଅସଫଳ ।

ୟୁନିସେଫ୍ ରିପୋର୍ଟ ଅନୁସାରେ,

  • ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଋତୁସ୍ରାବ ସ୍ବଚ୍ଛତା ସାମଗ୍ରୀର ଅଭାବ ।
  • ପିପିଇ କିଟ୍ ଲଗାଇବା ଦ୍ବାରା ଋତୁସ୍ରାବ ସମୟରେ ନାପକିନ୍ ପରିବର୍ତ୍ତନରେ ସମସ୍ୟା ଦେଖିବାକୁ ମିଳିଥାଏ ।
  • ମହିଳା ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ମାସିକ ଋତୁସ୍ରାବର ସ୍ବଚ୍ଛତା ଆବଶ୍ୟକତାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2021, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.