ETV Bharat / bharat

ଫିଲ୍ମ ଷ୍ଟାଇଲରେ ରେଡ, ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଲୁଟି ନେଲେ ନକଲି CBI ଅଫିସର - ବ୍ୟବସାୟୀଙ୍କ ଘରୁ ଲୁଟିନେଲେ ନକଲି ସିବିଆଇ

ଫିଲ୍ମ Special 26 ଷ୍ଟାଇଲରେ ବ୍ୟବସାୟୀଙ୍କ ଘରୁ ଲୁଟିଲା ନକଲି ସିବିଆଇ । କୋଲକାତାର ଭୋବାନୀପୋରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ

ଫିଲ୍ମ ଷ୍ଟାଇଲରେ ରେଡ
ଫିଲ୍ମ ଷ୍ଟାଇଲରେ ରେଡ
author img

By

Published : Dec 14, 2022, 12:43 PM IST

କୋଲକାତା: ନକଲି ଅଫିସରଙ୍କ ଅସଲି ରେଡ । ଫିଲ୍ମ Special 26 ଷ୍ଟାଇଲରେ ଘର ପଶି ରେଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋଲକାତାର ଭୋବାନୀପୋରରେ । ନକଲି ସିବିଆଇ ଅଫିସର ସାଜି ରେଡ କରି ଲୁଟିନେଲେ ୩୦ଲକ୍ଷ ଟଙ୍କାର ସୁନା ଗହଣା । ଏନେଇ ଗତକାଲି(ମଙ୍ଗଳବାର) ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଅଭିଯୋଗ ଅନୁସାରେ, ସୋମବାର ଦିନ ସକାଳ ୮ଟା ସମୟରେ ୭ରୁ ୮ ଜଣ ବ୍ୟକ୍ତି ନିଜକୁ ସିବିଆଇ ଅଫିସର ଦର୍ଶାଇ ସୁରେଶ ବଧଓ୍ବାଙ୍କ ଘରେ ପହଞ୍ଚିଥିଲେ । ସୁରେଶ ରୁପଚାନ୍ଦ ମୁଖାର୍ଜୀ ଲେନରେ ରହୁଥିଲେ । ଏହି ରେଡ ପରେ ୩୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କଙ୍ଗୋରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ଗଲାଣି 120 ଜୀବନ

ଏନେଇ ସୁରେଶ ବଧଓ୍ବା କହିଛନ୍ତି," ୩ଟି ଗାଡିରେ ପୋଲିସ ଷ୍ଟିକର ଲଗାଇ ପାଖାପାଖି ୮ଜଣ ଲୋକ ଆସିଥିଲେ । ମୁଁ ସେମାନଙ୍କୁ ପ୍ରମାଣପତ୍ର ମାଗିଥିଲି କିନ୍ତୁ ସେମାନେ ଦେଖାଇନଥିଲେ । ରେଡ୍‌ ପରେ ପ୍ରାୟ ୩୦ ଲକ୍ଷ ନଗଦ ଏବଂ ୭ ଲକ୍ଷ ଟଙ୍କାର ଗହଣା ସେମାନେ ଘରୁ ଜବତ କରି ନେଇଯାଇଛନ୍ତି । ଏହାପରେ ରେଡ କରି ଗଲାବେଳେ କହିଥିଲେ ତୁମ ଘରକୁ ଶୀଘ୍ର ଚିଠା ପଠାଯିବ । କିନ୍ତୁ ଆସିଲା ନାହିଁ ।"

ଏନେଇ ଥାନାଅଧିକାରୀ କହିଛନ୍ତି, "ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ ହୋଇଛି । ସୁରେଶଙ୍କ ଚାକରକୁ ଅଟକ ରଖି ପଚରାଉଚରା କରୁଛୁ । ଏହାସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଜବତ କରି ତଦନ୍ତ କରୁଛୁ । ତଦନ୍ତ ପରେ ଜଣାପଡିବ ପ୍ରକୃତ ସତ୍ୟ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.