ETV Bharat / bharat

ଆଜି ବି ମୁଜାଫରପୁର ସାଇତିଛି ଶହୀଦ ଖୁଦୀରାମଙ୍କ ସ୍ମୃତି

author img

By

Published : Aug 16, 2021, 6:52 AM IST

Updated : Aug 20, 2021, 12:14 PM IST

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବିହାରର ମୁଜାଫରପୁରର ମାଟି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେଉଁଠି ମାତ୍ର ୧୯ ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମ ନିଆଁରେ ନିଜକୁ ଝାସ ଦେଇଥିଲେ ଶହୀଦ ଖୁଦୀରାମ ବୋଷ । ଖୁଦୀରାମଙ୍କ ନିର୍ଭୀକତା ଓ ବୀରତ୍ବକୁ ଦେଖି ବ୍ରିଟିଶମାନେ ଏତେ ଭୟଭୀତ ହୋଇଯାଇଥିଲେ ଯେ ଶେଷରେ ତାଙ୍କୁ ଝୁଲାଇଥିଲେ ଫାଶୀ ଖୁଣ୍ଟରେ । ତେବେ ଦେଶର ୭୫ତମ ସ୍ବାଧୀନତା ଦିବସରେ ଜାଣନ୍ତୁ ଏହି ବୀର ବାଳକଙ୍କ ତ୍ୟାଗର କାହାଣୀ...

ଆଜି ବି ମୁଜ୍ଜଫରପୁର ସାଇତିଛି ଶହୀଦ ଖୁଦୀରାମଙ୍କ ସ୍ମୃତି

ପାଟନା: ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବିହାରର ମୁଜାଫରପୁରର ମାଟି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଅମର ସ୍ବାଧୀନତା ସଂଗ୍ରାମୀଙ୍କ କାହାଣୀ ଭାରତରେ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇଥାଏ । ଦେଶର ସ୍ବାଧୀନତା ସଂଗ୍ରାମରେ ଯେଉଁ ଯୁବକମାନେ ଶହୀଦ ହୋଇଥିଲେ, ସେମାନେ ସ୍ବାଧୀନତା ସଂଗ୍ରାମର ଗତିପଥ ବଦଳାଇ ଦେଇଥିଲେ । ଏହିପରି ଯୁବ ଶହୀଦ ମାନଙ୍କ ମଧ୍ୟରେ ଅମର ଶହୀଦ ଖୁଦୀରାମ ବୋଷଙ୍କ ନାମ ମଧ୍ୟ ଅଛି, ଯିଏ ମାତ୍ର 19 ବର୍ଷ ବୟସରେ ବ୍ରିଟିଶ ଶାସନକୁ ଦୋହାଲାଇ ଦେଇ ସର୍ବୋଚ୍ଚ ବଳିଦାନ ଦେଇଥିଲେ।

ମୁଜାଫରପୁରର ଏହି ସାହସୀ ବିପ୍ଳବୀ ଖୁଦୀରାମ ବୋଷଙ୍କ ନିର୍ଭୀକତା ଏବଂ ବୀରତ୍ବ ଦ୍ବାରା ବ୍ରିଟିଶ ଶାସକମାନେ ଏତେ ଭୟଭୀତ ହୋଇଥିଲେ ଯେ ସେମାନେ ତାଙ୍କୁ ୧୯ ବର୍ଷ ବୟସରେ ଫାଶୀ ଖୁଣ୍ଟରେ ଝୁଲାଇଦେଲେ । ମୁଜାଫରପୁର ମାଟିରେ ଆଜି ମଧ୍ୟ ସେହି ମହାନ ବୀର ସଂଗ୍ରାମୀଙ୍କର ଅନେକ ସ୍ମୃତି ସାଇତିଛି । କିନ୍ତୁ ସରକାରଙ୍କ ଉଦାସୀନତା ହେତୁ ଧୀରେ ଧୀରେ ଏହି ସ୍ମୃତିଗୁଡ଼ିକ ଜରାଜୀର୍ଣ୍ଣ ହେବାରେ ଲାଗିଛି ।

ଖୁଦୀରାମ ବୋଷ ୩ ଡିସେମ୍ବର ୧୮୮୯ ରେ ପଶ୍ଚିମବଙ୍ଗର ମେଦିନାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ବ୍ରିଟିଶ ଶାସନର କବଳରୁ ଦେଶକୁ ମୁକ୍ତି ଦେବାକୁ ଇଚ୍ଛା କରିଥିଲେ। ସେ ମୁଜାଫରପୁରରେ ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଲେ, ଯେଉଁଠାରେ ସେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଅମର ହୋଇଗଲେ । ମାତ୍ର ୯ମ ଶ୍ରେଣୀରେ ପଢ଼ୁଥିବାବେଳେ ୧୯୦୫ ମସିହାରେ ସେ ବଙ୍ଗ ବିଭାଜନକୁ ବିରୋଧ କରି ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ଖୁଦୀରାମଙ୍କ ନିର୍ଭୀକତା ଏବଂ ସ୍ବାଧୀନତା ପାଇବା ପାଇଁ ଆଗ୍ରହ ଦେଖି ତାଙ୍କୁ ପ୍ରଥମ ଥର ପାଇଁ ୨୮ ଫେବୃଆରୀ ୧୯୦୬ରେ ଗିରଫ କରାଯାଇଥିଲା ସେତେବେଳେ ତାଙ୍କୁ ମାତ୍ର 17 ବର୍ଷ ବୟସ ହେଉଥିଲା । କିନ୍ତୁ ସେ ବ୍ରିଟିଶମାନଙ୍କ କବଳରୁ କୌଣସି ପ୍ରକାରେ ଖସି ପଳାଇ ଯାଇଥିଲେ।

ସ୍ବାଧୀନତା ଆନ୍ଦୋଳନରେ ଜଡି଼ତ ଦେଶପ୍ରେମୀଙ୍କୁ କଠୋର ଦଣ୍ଡ ଦେଇଥିବା ବ୍ରିଟିଶ ବିଚାରପତି କିଙ୍ଗସଫୋର୍ଡଙ୍କୁ ଏକ ଶିକ୍ଷା ଦେବା ପାଇଁ ଖୁଦୀରାମ ତାଙ୍କ ସହଯୋଗୀ ପ୍ରଫୁଲ୍ଲ ଚାକିଙ୍କ ସହ ୩୦ ଏପ୍ରିଲ ୧୯୦୮ ରେ ମୁଜାଫରପୁରର ସେସନ୍ସ ଜଜଙ୍କ ଗାଡ଼ି ଉପରେ ବୋମା ଫିଙ୍ଗିଥିଲେ। ସେସନ୍ ଜଜଙ୍କ ବଦଳରେ ଦୁଇ ୟୁରୋପୀୟ ମହିଳା କେନେଡି ଏବଂ ତାଙ୍କ ଝିଅ ଏହି ଆକ୍ରମଣରେ ନିହତ ହୋଇଥିଲେ। ଏହି ଆକ୍ରମଣ ପରେ ଖୁଦୀରାମ ବୋଷ ବ୍ରିଟିଶ ପୋଲିସର ଟାର୍ଗେଟରେ ପରିଣତ ହୋଇଥିଲେ। ମୋକାମା ଠାରେ ପୋଲିସ ଏନକାଉଣ୍ଟରରେ ଖୁଦୀଙ୍କ ସହଯୋଗୀ ପ୍ରଫୁଲ୍ଲ ଚାକି ଶହୀଦ ହୋଇଥିବା ବେଳେ ସମସ୍ତିପୁରର ପୁଷା ଷ୍ଟେସନରୁ ଗିରଫ ହୋଇଥିଲେ ଖୁଦୀରାମ ।

ଖୁଦୀରାମ ବୋଷଙ୍କୁ ୧୧ ଅଗଷ୍ଟ ୧୯୦୮ ରେ ମାତ୍ର ୧୯ ବର୍ଷ ବୟସରେ ମୁଜାଫରପୁରର ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା। ଯେଉଁ କୋଠରୀରେ ଏହି ମହାନ ବିପ୍ଳବୀଙ୍କୁ ରଖାଯାଇଥିଲା ଏବଂ ତାଙ୍କୁ ଫାଶୀ ଦିଆଯାଇଥିଲା ସେହି ସ୍ଥାନଟି ଏବେ ବି ସଂରକ୍ଷିତ ଅଛି । ଆଜି ମୁଜାଫରପୁର କେନ୍ଦ୍ରୀୟ ଜେଲ ଶହୀଦ ଖୁଦୀରାମ ବୋଷ ସେଣ୍ଟ୍ରାଲ ଜେଲ ଭାବେ ଜଣାଶୁଣା । ପ୍ରତିବର୍ଷ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜେଲ ଅଧିକାରୀମାନେ ଏକ ସରକାରୀ କାର୍ଯ୍ୟକ୍ରମ କରନ୍ତି ଯେଉଁଠାରେ ଖୁଦୀରାମ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ । ଦୁର୍ଭାଗ୍ୟବଶତଃ, ସାଧାରଣ ଜନତାଙ୍କ ପ୍ରବେଶ ଏପର୍ଯ୍ୟନ୍ତ ସେହି ସ୍ଥାନକୁ ନିଷେଧ ରହିଛି ।

ଏହା ବ୍ୟତୀତ ଖୁଦୀରାମ ବୋଷ ଯେଉଁଠାରେ ମୁଜାଫରପୁରର ଜଜ୍ କିଙ୍ଗସଫୋର୍ଡ ଉପରେ ବୋମା ଫିଙ୍ଗିଥିଲେ ଏବଂ ଯେଉଁଠାରେ ଖୁଦୀଙ୍କ ଶେଷକୃତ୍ୟ ହୋଇଥିଲା ସେହି ସ୍ଥାନ ମଧ୍ୟ ସଂରକ୍ଷିତ ହୋଇ ରହିଛି। ମାମଲାର ଶୁଣାଣି ସହ ଜଡିତ ସମସ୍ତ ଆଇନଗତ ଏବଂ ନ୍ୟାୟିକ ଦଲିଲ କୋଲକାତାର ଏକ ସଂଗ୍ରହାଳୟରେ ରଖାଯାଇଛି । କିଛି ସାମାଜିକ ସଂଗଠନ ମୁଜାଫରପୁର କୋର୍ଟରେ ଏକ କପି ଆଣିବାକୁ ଚେଷ୍ଟା କରୁଛନ୍ତି।

ଖୁବ୍ କମ୍ ବୟସରେ ଶହୀଦ ହେବା ପରେ ଖୁଦୀରାମ ବୋଷ ଏତେ ଲୋକପ୍ରିୟ ହୋଇଥିଲେ ଯେ ବଙ୍ଗଳାର ବୁଣାକାରମାନେ ଖୁଦୀରାମଙ୍କୁ ସମ୍ମାନ ଜଣାଇବା ପାଇଁ ଖୁଦୀରାମ ବୋଷ ନାମ ଲେଖାଯାଇଥିବା ଏକ ସ୍ବତନ୍ତ୍ର ଧୋତି ବୁଣିବାକୁ ନିଷ୍ପତ୍ତି ନେଇଥିଲେ । ଛାତ୍ରମାନେ ଖୁଦୀରାମଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ ଏବଂ ସେହି ସମୟରେ ବିଦ୍ୟାଳୟଗୁଡ଼ିକ ଅନେକ ଦିନ ବନ୍ଦ ରହିଥିଲା । ଦୀର୍ଘ ଦିନ ଧରି ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗରମ ଦଳ ସହିତ ଜଡିତ ବୈପ୍ଳବିକ କାର୍ଯ୍ୟକଳାପର ମଧ୍ୟ ମୁଜାଫରପୁର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2021, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.