ନୂଆଦିଲ୍ଲୀ: ଆଣ୍ଟିଗୁଆରୁ ନିକଟରେ ଫେରାର ହୋଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସ୍ତ୍ରୀ ଆଣିଛନ୍ତି ବଡ ଅଭିଯୋଗ । ସେ କହିଛନ୍ତି, ତାଙ୍କ ସ୍ବାମୀକୁ ନେଇ ପ୍ରସାରିତ ଖବର ଯୋଗୁଁ ପରିବାରକୁ କଷ୍ଟ ପହଞ୍ଚିଛି । ଏହା ସ୍ବାମୀଙ୍କ ମାନବାଧିକାର କ୍ଷୂର୍ଣ୍ଣ କରୁଥିବା ସ୍ତ୍ରୀ କହିଛନ୍ତି ।
ସ୍ତ୍ରୀ ପ୍ରୀତି ଚୋକସି ମେହୁଲଙ୍କ ଗାର୍ଲଫ୍ରେଣ୍ଡ ସହ ଡୋମିନିକା ଯିବା ଖବରକୁ ନେଇ କହିଛନ୍ତି, ମହିଳା ମୋ ସ୍ବାମୀଙ୍କୁ ଜାଣିଛନ୍ତି । ଯେତେବେଳେ ସେ ମହିଳା ଆଣ୍ଟିଗୁଆ ଆସନ୍ତି ସେତେବେଳେ ସେ ମେହୁଲଙ୍କୁ ଦେଖାକରିବାକୁ ଯାଆନ୍ତି । ପ୍ରୀତି କହିଛନ୍ତି, ମେହୁଲଙ୍କ ସହ ସାକ୍ଷାତ କରୁଥିବା ଲୋକଙ୍କ ଠାରୁ ମୁଁ ଯେତିକି ବୁଝିଛି ମିଡିଆ ଚ୍ୟାନେଲରେ ଦେଖାଯାଇଥିବା ମହିଳା ସେ ମହିଳା ନୁହନ୍ତି, ଯାହାଙ୍କୁ ସେ ବାରବରା ନାଁରେ ଜାଣିଥିଲେ ।
ପ୍ରୀତି ଚୋକସି କହିଛନ୍ତି, ଯଦି କିଛି ମୋ ପରିବାରକୁ କଷ୍ଟ ଦେଇଛି ତାହେଲେ ତାହା ହେଉଛି ଶାରୀରିକ ଉତ୍ପୀଡନ ଓ ସ୍ବାମୀଙ୍କ ମାନବାଧିକାରର ସମ୍ପୂର୍ଣ୍ଣ ଅବହେଳା । ଯଦି କେହି ମେହୁଲଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିଲେ, ତେବେ ତାଙ୍କୁ ଶାରୀରିକ ଓ ମାନିସିକ ରୂପେ ପ୍ରତାଡିତ କରିବାର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରୀତି ।
ପ୍ରୀତି କହିଛନ୍ତି, ମୋ ସ୍ବାମୀଙ୍କୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ରହିଛି । ସେ ଆଣ୍ଟିଗୁଆର ନାଗରିକ । ଆଣ୍ଟିଗୁଆ ଓ ବାରବରା ଅନୁଯାୟୀ, ତାଙ୍କୁ ସମସ୍ତ ଅଧିକାର ଓ ସୁରକ୍ଷା ପ୍ରାପ୍ତ ହୋଇଛି । ତେବେ ଖୁବଶୀଘ୍ର ଆଣ୍ଟିଗୁଆରୁ ସ୍ବାମୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନର ଅପେକ୍ଷା ରହିଥିବା ସ୍ତ୍ରୀ ପ୍ରୀତି ଚୋକସି କହିଛନ୍ତି ।