ETV Bharat / bharat

ମୋଦିଙ୍କ ବୈଠକରେ ମେହବୁବାଙ୍କ ପାକିସ୍ତାନ ପ୍ରେମ

author img

By

Published : Jun 24, 2021, 9:11 PM IST

ମୋଦିଙ୍କ ସହ ବୈଠକ ପରେ ପୁଣିଥରେ ଧାରା 370 ବିଷୟ ଉଠାଇଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ପାକିସ୍ତାନ ସହ ଆଲୋଚନା ଉପରେ ଜୋର ଦେଇଛନ୍ତି ମେହବୁବା । ଅଧିକ ପଢନ୍ତୁ...

ମୋଦିଙ୍କ ବୈଠକରେ ମେହବୁବାଙ୍କ ପାକିସ୍ତାନ ପ୍ରେମ
ମୋଦିଙ୍କ ବୈଠକରେ ମେହବୁବାଙ୍କ ପାକିସ୍ତାନ ପ୍ରେମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ପରେ ପୁଣିଥରେ ଧାରା 370 ବିଷୟ ଉଠାଇଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ସରକାରଙ୍କ ଦ୍ବାରା ବେଆଇନ ଭାବରେ ଧାରା 370 ହଟାଯାଇଥିବା କହିଛନ୍ତି ମେହବୁବା ।

ସରକାର ପାକିସ୍ତାନ ସହ ଆଲୋଚନା କରନ୍ତୁ ବୋଲି ଜୋର ଦେଇ କହିଛନ୍ତି ମେହବୁବା । ପାକିସ୍ତାନ ସହ ଯେବେ ଆଲୋଚନା ହୁଏ, ସେବେ କାଶ୍ମୀରୀଙ୍କୁ ଶାନ୍ତି ମିଳେ ବୋଲି ମାନନ୍ତି ମୁଫତି ।

ବୈଠକ ପୂର୍ବରୁ ଯେଉଁ ଆଭିମୁଖ୍ୟ ରହିଥିଲା ବୈଠକ ପରେ ମଧ୍ୟ ସାମାନ ଆଭିମୁଖ୍ୟ ରଖିଛନ୍ତି ମେହବୁବା ମୁଫତି । ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି, ଭାରତ ସରକାର ବେଆଇନ ଭାବରେ ଧାରା 370 ହଟାଇଛନ୍ତି । ସେ ସମୟରେ କୌଣସି ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯାଇନଥିଲା । କେବଳ ଗୋଟିଏ ଝଟକାରେ ଜମ୍ମୁ କାଶ୍ମୀରରୁ ତାର ଶକ୍ତି ଛଡାଇନିଆଯାଇଥିବା କହିଛନ୍ତି ମେହବୁବା ।

5 ଅଗଷ୍ଟ 2019 ପରେ ରାଜ୍ୟର ଲୋକେ ଚିନ୍ତିତ ଥିବା ଦାବି କରିଛନ୍ତି ମେହବୁବା । ସେ କହିଛନ୍ତି ଲୋକେ ନିଜକୁ ଶୋଷିତ ମନେକରୁଛନ୍ତି । ଧାରା 370 ଆମ ରୋଜଗାର, ଜମିର ଅଧିକାରକୁ ସୁନିଶ୍ଚିତ କରେ । ଆଉ ଏହା ସହ କୌଣସି ଚୁକ୍ତି ମଞ୍ଜୁର ନୁହେଁ ବୋଲି ସଫାସଫା କହିଛନ୍ତି ପିଡିପି ଅଧ୍ୟକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.