ଶ୍ରୀନଗର:ଜମ୍ମୁକାଶ୍ମୀରେ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହେବୁବା ମୁଫତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ମେହେବୁବାଙ୍କ ପାକିସ୍ତାନ ସପକ୍ଷ ମନ୍ତବ୍ୟକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଡୋଗ୍ରା ଫ୍ରଣ୍ଟ୍ ଷ୍ଟେଜର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅଂଶୀଦାର ଅଟେ । ତେଣୁ ଏ ବାବଦରେ ସରକାର ପାକିସ୍ତାନ ସହ ଆଲୋଚନା କରିବା ଉଚିତ୍ ବୋଲି ଗୁପକର ବୈଠକରେ ମହେବୁବା ମୁଫତି ମତ ପ୍ରକାଶ କରିଥିଲେ । ଏହାକୁ ନେଇ ଆଜି(ଗୁରୁବାର) ଡୋଗ୍ରା ଫ୍ରଣ୍ଟ୍ ଷ୍ଟେଜର ସଦସ୍ୟମାନେ ଜମ୍ମୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ମେହେବୁବାଙ୍କୁ ସବୁବେଳେ ଜେଲରେ ରଖିବା ଉଚିତ୍ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।
@ANI