ETV Bharat / bharat

ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ

author img

By ETV Bharat Odisha Team

Published : Dec 11, 2023, 1:07 PM IST

Mehbooba Mufti put under house arrest: ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପୂର୍ବରୁ ପିଡିପି ନେତ୍ରୀ ମେହବୁବା ମୁଫତିଙ୍କୁ କରାଯାଇଛି ଗୃହବନ୍ଦୀ । ଅଧିକ ପଢ଼ନ୍ତୁ,

ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ
ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ

ନୂଆଦିଲ୍ଲୀ/ଜମ୍ମୁ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରି୍ମକୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ଆଜି ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ ରଖିବା ସହ ଜମ୍ମୁ କାଶ୍ମୀର ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ଧାରା ୩୭୦ ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଜମ୍ମୁ କାଶ୍ମୀର ଯେବେଠାରୁ ଭାରତରେ ମିଶିଲା, ସେବେଠାରୁ ଏହା ସ୍ବତନ୍ତ୍ର ମାନ୍ୟତା ହରାଇଛି ।

ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଅନ୍ୟପଟେ ଜମ୍ମୁ କାଶ୍ମୀରର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ନେତ୍ରୀ ମେହବୁବା ମୁଫତି ନଜର ବନ୍ଦୀ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହ ବନ୍ଦୀ କରିଥିଲା ପୋଲିସ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଯାଇ, ପୋଲିସ ଏହି ନିଷ୍ପତ୍ତି ନେଇଛି । ପୋଲିସ, ମେହବୁବାଙ୍କ ବାସଭବନ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ଅଧିକ ଫୋର୍ସ ମୁତୟନ କରିଛି। ମେହବୁବାଙ୍କ ଉପରେ ନଜର ରଖାଯାଇଛି ।

ପୋଲିସ ଛାଉଣୀ ଏବଂ ନଜରବନ୍ଦୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପିଡିପି ସଭାପତି ମେହବୁବା ମୁଫତି । ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କ ଘର୍ ସିଲ୍ କରି ଦେଇଛନ୍ତି । ତାଙ୍କୁ ବେଆଇନ ଭାବେ ଗୃହବନ୍ଦୀ କରାଯାଇଛି । ମେହବୁବା ଏକ୍ସରେ ପୋଷ୍ଟ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସୁଚନା ଯୋଗ୍ୟ ଯେ, ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଦୀର୍ଘ ୪ ବର୍ଷ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଐତିହାସିକ ଫୈସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ଆଜି ଧାରା ୩୭୦କୁ ନେଇ ବଡ଼ ଫୈସଲା ଶୁଣାଇଛନ୍ତି । ପ୍ରଧାନ ବିଚାରପତି ରାୟ ଶୁଣାଇ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ ଅଙ୍ଗ । ଏଠାରେ ପ୍ରଚଳିତ ଧାରା ୩୭୦ ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଜମ୍ମୁ କାଶ୍ମୀର ଯେବେଠାରୁ ଭାରତରେ ମିଶିଲା, ସେବେଠାରୁ ଏହା ସ୍ବତନ୍ତ୍ର ମାନ୍ୟତା ହରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.