ETV Bharat / bharat

ଟ୍ରକ ସହ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ମୁଫତି

author img

By ETV Bharat Odisha Team

Published : Jan 11, 2024, 5:10 PM IST

Mehbooba Mufti escapes unhurt in car accident: ମେହେବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ, ଡ୍ରାଇଭର ସାମାନ୍ୟ ଆହତ । ତଦନ୍ତ ଦାବି କଲେ ଓମାର ଅବଦୁଲ୍ଲା । ଅଧିକ ପଢନ୍ତୁ

କାର ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ମୁଫତି
କାର ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ମୁଫତି

ଶ୍ରୀନଗର: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଆଜି ବଡଧରଣରୁ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅନନ୍ତନାଗ ଜିଲ୍ଲାର ସଙ୍ଗମ ବିଜବେହାରା ନିକଟରେ ତାଙ୍କ ସ୍କର୍ପିଓ କାର ଏକ ଟ୍ରକ ସହ ଧକ୍କା ଖାଇଛି । ଏଥିରେ କାରଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମୁଫତି ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

  • PDP chief Mehbooba Mufti’s car met with an accident en route to Anantnag in J&K today. The former CM & her security officers escaped unhurt without any serious injuries: PDP Media Cell pic.twitter.com/k8R6VUTA3B

    — ANI (@ANI) January 11, 2024 " class="align-text-top noRightClick twitterSection" data=" ">

ସ୍ଥାନୀୟ ସୂତ୍ର ଅନୁସାରେ, ମୁଫତିଙ୍କ ସହ ତାଙ୍କର କିଛି ସହଯୋଗୀ ଏହି କାରରେ ଯାତ୍ରା କରୁଥିଲେ । ଦୁର୍ଘଟଣାରେ କେବଳ ଡ୍ରାଇଭରଙ୍କ ଗୋଡରେ ଆଘାତ ଲାଗିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 64 ବର୍ଷୀୟା ମୁଫତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେ ଅନ୍ୟ ଏକ ଗାଡିରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲେ । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ କାରକୁ ଜବତ କରିଛି । ଏହି ଘଟଣାରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଓମାର ଅବଦୁଲ୍ଲା ତଦନ୍ତ ଦାବି କରିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଓମାର ‘ଏକ୍ସ’ରେ ଟ୍ବିଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ଏବେବି ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ

64 ବର୍ଷୀୟା ମୁଫତି ହେଉଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଏଦଙ୍କ ଝିଅ । 2016 ଅପ୍ରେଲ 4 ତାରିଖରୁ 2018 ଜୁନ 19 ତାରିଖ ପର୍ଯ୍ୟନ୍ତ ସେ କାଶ୍ମୀରର 9ମ ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ । ଜମ୍ମୁ କାଶ୍ମୀରର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁଫତି । ସେ ଅନନ୍ତନାଗ ସଂସଦୀୟ କ୍ଷେତ୍ରରୁ ଦୁଇଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି । 1999 ସାଧାରଣ ନିର୍ବାଚନରେ ସେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ଠାରୁ ପରାସ୍ତ ହୋଇଥିଲେ । ସେ କାଶ୍ମୀରରେ ବିରୋଧୀ ଦଳ ନେତା ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ତେବେ 2019ରେ କାଶ୍ମୀରରୁ ଧାରା-370 ଉଚ୍ଛେଦ ସମୟରେ ତାଙ୍କୁ ଦୀର୍ଘମାସ ଧରି ଗୃହବନ୍ଦୀ ରଖାଯାଇଥିଲା । ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାରର ବଡ ସମାଲୋଚକ ମଧ୍ୟ । ଏବେ ମଧ୍ୟ ସେ କାଶ୍ମୀର ପ୍ରସଙ୍ଗରେ ବିଜେପିର ନୀତିକୁ ତ୍ରୁଟିପୂର୍ଣ୍ଣ ବୋଲି କଡା ସମାଲୋଚନା କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.