ETV Bharat / bharat

ସରକାରୀ ବଙ୍ଗଳା ଖାଲି କରିବେ ମୁଫ୍‌ତି, ନୋଟିସ ପଠାଇଲେ ଉପରାଜ୍ୟପାଳ

author img

By

Published : Oct 21, 2022, 10:58 PM IST

ପିପୁଲ ଡେମୋକ୍ରାଟିକ ପାର୍ଟି ଅଧ୍ୟକ୍ଷା ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

Mehbooba Mufti asked to vacate govt residence by LG administration
ସରକାରୀ ବଙ୍ଗଳା ଖାଲି କରିବେ ମେହେବୁବା ମୁଫ୍‌ତି, ନୋଟିସ ପଠାଇଲେ ଉପରାଜ୍ୟପାଳ

ଶ୍ରୀନଗର: ପିପୁଲ ଡେମୋକ୍ରାଟିକ ପାର୍ଟି ଅଧ୍ୟକ୍ଷା ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁ ଉପରାଜ୍ୟପାଳ । ଜମ୍ମୁର ଫେୟାରଭିୟୁ ଗୁପକାର ସରକାରୀ ବଙ୍ଗଳାକୁ ବର୍ତ୍ତମାନ ଅକ୍ତିଆର କରି ରଖିଛନ୍ତି ମେହବୁବା ମୁଫତି । ଏହାକୁ ନେଇ ଫେୟାରଭିୟୁ ଗୁପକାରରେ ଏକ ନୋଟିସ ଆସି ପହଞ୍ଚିଛି ।

୨୦୦୨ ମସିହାରେ ମେହବୁବା ମୁଫ୍‌ତିଙ୍କ ବାପା ମୁଫ୍‌ତି ମହମ୍ମଦ ସୟଦ କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଢ଼ିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ । ସେବେଠାରୁ ଫେୟାରଭିୟୁ ଗୁପକାର ସରକାରୀ ବଙ୍ଗଳାରେ ରହି ଆସୁଛନ୍ତି ମେହେବୁବା ମୁଫ୍‌ତି । ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଅପସାରଣ ହୋଇଥିଲା । ଏହାପରେ ପ୍ରଥମ ଥର ପାଇଁ ସରକାରୀ ବଙ୍ଗଳା ଖାଲିବାକୁ ୨୦୨୦ରେ ତତ୍କାଳୀନ ଉପରାଜ୍ୟପାଳ ନୋଟିସ ପଠାଇଥିଲେ ।

ଶୁକ୍ରବାର ଦ୍ବିତୀୟ ଥର ପାଇଁ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ଜମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଅପସାରଣକୁ ଲଗାତାର ବିରୋଧ କରି ଆସୁଛନ୍ତି ମେହବୁବା ମୁଫ୍‌ତି । ଅନୁଚ୍ଛେଦ ୩୭୦ ଅପସାରଣ ହେବାପରେ୍ ଜମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.