ETV Bharat / bharat

Mega opposition meet: 23ରେ ପାଟନାରେ ଏକାଠି ହେବେ 15 ବିରୋଧୀ ଦଳ, ସାମିଲ ହେବେନି KCR !

author img

By

Published : Jun 8, 2023, 5:12 PM IST

23 ତାରିଖରେ ପାଟନାରେ ବିରୋଧୀଙ୍କ ମେଗା ରାଲି । ଏକାଠି ହେବେ 15 ବିରୋଧୀ ଦଳ ନେତା । ପ୍ରତିନିଧି ନପଠାଇ ନିଜେ ଉପସ୍ଥିତ ରହିବାକୁ ଅନୁରୋଧ କଲେ ତେଜସ୍ବୀ ଯାଦବ । ଉପସ୍ଥିତ ରହିବେନି କେସିଆର । ଅଧିକ ପଢନ୍ତୁ

Mega opposition meet: 23 ରେ ପାଟନାରେ ଏକାଠି ହେବେ ବିରୋଧୀ, କେସିଆରଙ୍କୁ ନେଇ ଅନିଶ୍ଚିତତା

ପାଟନା: 23ରେ ପାଟନାରେ ହେବାକୁ ଯାଉଛି ବିରୋଧୀଙ୍କ ପ୍ରଥମ ମହାସମାବେଶ । ଏହି ସମାବେଶରେ ପ୍ରାୟ ସମସ୍ତ ବିରୋଧୀ ଦଳ ନେତା ସାମିଲ ହେବାକୁ ଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେସିଆରଙ୍କ ସାମିଲ ହେବା ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି । ସମସ୍ତ ବିରୋଧୀ ଦଳ ନେତାଙ୍କୁ ପ୍ରତିନିଧି ନପଠାଇ ପ୍ରତ୍ୟେକ୍ଷ ସାମିଲ ହେବାକୁ ଅନୁରୋଧ କରାଯାଇଥିବା ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୂଚନା ଦେଇଛନ୍ତି । ଏହି ବୈଠକରେ ଆଗକୁ ଏକ ବଡ଼ ରଣନୀତି ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ତେଜସ୍ବୀ ସଙ୍କେତ ଦେଇଛନ୍ତି ।

ସମାବେଶ ସମ୍ପର୍କରେ ସୂଚନା ଦେଇ ତେଜସ୍ବୀ କହିଛନ୍ତି, 15 ବିରୋଧୀ ଦଳ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନଆସିପାରନ୍ତି । କେସିଆରଙ୍କ ପକ୍ଷରୁ ସାମିଲ ହେବା ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ସମାବେଶକୁ ପ୍ରତିନିଧି ନପଠାଇ ନିଜେ ବିରୋଧୀ ଦଳର ନେତାମାନଙ୍କୁ ଉପସ୍ଥିତ ରହିବା ନେଇ ଅନୁରୋଧ କରାଯାଇଛି । ସମସ୍ତ ନେତାଙ୍କ ଉପସ୍ଥିତିରେ ମିଳିତ ବିରୋଧୀ ମଞ୍ଚର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବଡ଼ ଘୋଷଣା କରାଯାଇପାରେ ବୋଲି ମଧ୍ୟ ତେଜସ୍ବୀ କହିଛନ୍ତି ।

ପୂର୍ବରୁ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କହିଥିଲେ, 23 ତାରିଖରେ ସ୍ଥିର ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନେକ ବିରୋଧୀ ଦଳ ନେତା ସାମିଲ ହେବେ । ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ବର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସିପିଆଇ ନେତା ଡି.ରାଜା, ସିପିଆଇମ ମହାସଚିବ ସିତାରାମ ୟାଚୁରୀ, ଦୀପଙ୍କର ଭାଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହେବା ନେଇ ସ୍ପଷ୍ଟ କରିସାରିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ କିଛି ମାସ ହେବ ବିଭିନ୍ନ ରାଜ୍ୟ ଗସ୍ତ କରି ଏହି ନେତାମାନଙ୍କୁ ବାରମ୍ବାର ଭେଟିବା ସହ ବିରୋଧୀ ଏକତା ପ୍ରସଙ୍ଗରେ ମାରାଥନ ଆଲୋଚନା କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ପ୍ରଥମ ଔପଚାରିକ ସମାରୋହ ବିହାରରୁ ଆରମ୍ଭ ହେବା ନେଇ ପ୍ରସ୍ତାବ ରଖିଥିଲେ । ଯାହାକୁ ନୀତିଶ ସ୍ବାଗତ ମଧ୍ୟ କରିଥିଲେ । ଏବେ ଚଳିତ 23 ତାରିଖରେ ବିରୋଧୀ ପାଟନାରେ ଏକାଠି ହେବାକୁ ଯାଉଛନ୍ତି । ହେଲେ ପ୍ରଥମରୁ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାର ବିରୋଧରେ ବିରୋଧୀ ଏକତା ମିଶନ ଆରମ୍ଭ କରିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର କିନ୍ତୁ ଯୋଗ ନଦେବା ଏକପ୍ରକାର ସ୍ପଷ୍ଟ ସଙ୍କେତ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.