ହାଇଦ୍ରାବାଦ: ଅଦମ୍ୟ ଇଚ୍ଛା, କଠୋର ପରିଶ୍ରମ କେବେ ବୃଥା ଯାଏ ନାହିଁ । ଆଉ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି କାଲାବୁରାଗିର ବାସିନ୍ଦା ଉଜ୍ବଳ । ୨୦ ବର୍ଷିୟ ବାଳକ ଉଜ୍ବଳ KGF 2ରେ କାମ କରି ବେଶ ଚର୍ଚ୍ଚାକୁ ଆସିଛନ୍ତି ।
କନ୍ନଡ ସୁପରଷ୍ଟାର ୟଶଙ୍କ ଚଳଚ୍ଚିତ୍ର KGF ଏପ୍ରିଲ ୧୪ ତାରିଖରେ ରିଲିଜ ହୋଇଛି । ସୂଚନାଅନୁଯାୟୀ, କେଜିଏଫ କେବଳ ଉତ୍ତର ଭାରତରେ ଆଡଭାନ୍ସ ବୁକିଂ ମାଧ୍ୟମରେ 20 କୋଟିରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିଛି, ସେଥିମଧ୍ୟରୁ 114 କୋଟିରୁ ଊର୍ଦ୍ଧ୍ବ ଟଙ୍କା କେବଳ ହିନ୍ଦୀ ସଂସ୍କରଣରୁ ଆସିଛି । ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୧୩୫ କୋଟି ରୋଜଗାର କରିଛି ।
KGF ଚାପ୍ଟର 2ର ଲୋକପ୍ରିୟତା ଦେଖି ଲୋକମାନେ ଚଳଚ୍ଚିତ୍ରର ସମ୍ପାଦକଙ୍କୁ ନେଇ ବେଶ ଚର୍ଚ୍ଚା କରୁଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଚଳଚ୍ଚିତ୍ରକୁ ଜଣେ ୨୦ ବର୍ଷିୟ ବାଳକ ଏଡିଟ କରିଛନ୍ତି । ତାଙ୍କ ନାମ ଉଜ୍ବଳ କୁଲକର୍ଣ୍ଣି ହୋଇଥିବାବେଳେ କାଲାବୁରାଗିର ବାସିନ୍ଦା ଅଟନ୍ତି । ସେ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ କହିଛନ୍ତି ଯେ, ସେ ୟଶ ରାଜଙ୍କର ବହୁତ ବଡ ପ୍ରଶଂସକ । ସମୟେ ସମୟେ ୟଶଙ୍କୁ ଦେଖା କରିବାକୁ ଯାଉଥିଲେ । KGF 1 ଫିଲ୍ମଟି ମୋ ଉପରେ ବହୁତ ପ୍ରଭାବ ପକାଇଥିଲା ଏବଂ ସେହି ସମୟରେ ସେ PUC ରେ ଅଧ୍ୟୟନ କରୁଥିଲେ । ଏହାପରେ ଉଜ୍ଜଳଙ୍କ ବଡଭାଇ ବିନୟ ତାଙ୍କୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ ପାଇଁ କହିଥିଲେ । ଏହାପରେ ସେ ଏଡିଟିଂରେ ଆଗ୍ରହ ପ୍ରକାଶ କରିବା ସହ କାମ ମଧ୍ୟ ଆରମ୍ଭ କରିଥିଲେ ।
ତେବେ କେତେକ କ୍ଷୁଦ୍ର ଚଳଚ୍ଚିତ୍ର କରି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ପତ୍ନୀ ଲିଖିତାଙ୍କୁ ଦେଖାଇଥିଲେ । ଏହାପରେ ଉଭୟ ନୀଲ ଏବଂ ଲିଖିତା ଏବିଷୟରେ ବିଚାର ବିମର୍ଶ କରିଥିଲେ । ଏହାପରେ ଉଜ୍ଜଳଙ୍କୁ KGF2 ରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସେହି ସମୟରେ ଉଜ୍ଜଳଙ୍କ ବୟସ ମାତ୍ର ୧୭ ବର୍ଷ ହୋଇଥିଲା ।
ଏ ସମ୍ପର୍କରେ ସେ କହିଛନ୍ତି ଯେ, KGF 2ରେ କାମ କରିବା ପାଇଁ ସୁଯୋଗ ପାଇବା କେବଳ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ପାଇଁ ସମ୍ଭବ ହୋଇଛି । ମାତ୍ର ୨୦ ବର୍ଷ ବୟସରେ KGFର ଦୁଇଟି ସିନେମାରେ କାମ କରିବାର ସୁଯୋଗ ପାଇଲି । ଏହା ମୋର ଭାଗ୍ୟ ଅଟେ । ମୁଁ ଉଚ୍ଚଶିକ୍ଷା ପାଇ ନ ଥିବାରୁ ମୋ ବାପା ଏବଂ ମା ଦୁଃଖ କରିବା ସହ ରାଗପରାୟଣ ହେଉଥିଲେ । କିନ୍ତୁ ଏବେ କେଜିଏଫ୍ ଦ୍ୱାରା ଲୋକମାନେ ମୋ ବିଷୟରେ ଚର୍ଚ୍ଚା କରୁଛନ୍ତି, ଯାହାକୁ ଦେଖି ସେମାନେ ମଧ୍ୟ ଖୁସି ବ୍ୟକ୍ତ କରୁଛନ୍ତି । ଏହି ଚଳଚ୍ଚିତ୍ରର ସମସ୍ତ ସିନ ହେବା ସହ ଦର୍ଶକଙ୍କ ମନକୁ ଛୁଇଁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।