ETV Bharat / bharat

Moustache Woman: ନିଶ ପାଇଁ ଗର୍ବିତ ମହିଳା, କହିଲେ-ଲୁଚାଇବାକୁ କେବେ ଚେଷ୍ଟା କରିନାହିଁ - ନିଶ ଥିବା ମହିଳା

କେରଳରେ ଜଣେ ନିଶ ଥିବା ମହିଳାଙ୍କୁ ଦେଖିବାକୁ ମିଳିଛି । ପୁରୁଷଙ୍କ ପରି ତାଙ୍କର ନିଶ ରହିଥିବା ବେଳେ ସେ ନିଜର ଏହି ଚେହେରାକୁ ନେଇ ଖୁବ ଗର୍ବିତ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Moustache Woman: ନିଶକୁ ନେଇ ଗର୍ବିତ ମହିଳା, ମାସ୍କରେ ଯୋଗୁଁ କରୁଛନ୍ତି ଦୁଃଖ

author img

By

Published : Jul 28, 2022, 9:19 PM IST

ଥିରୁଅନନ୍ତପୁରମ: ଆପଣ କିଛି ମହିଳାଙ୍କ ଶରୀରରେ ଅଧିକ ଲୋମ ଥିବା ନିଶ୍ଚିତ ଦେଖିଥିବେ । ହେଲେ ନିଶ ଥିବା ମହିଳାଙ୍କୁ କେବେ ଦେଖିଛନ୍ତି କି ? ନିଶ୍ଚିତ ଭାବରେ ଏହି ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ମାତ୍ର ଏହା ସତ । କେରଳରେ ନିଶ ଥିବା ଜଣେ ମହିଳା ଶୟଜା ( Kerala Moustache Woman Shyja)ଙ୍କୁ ଦେଖିବାକୁ ମିଳିଛି । ସେ ନିଜ ନିଶ ପାଇଁ କେବେ ଲଜ୍ଜିତ ନୁହଁନ୍ତି ବରଂ ଏଥିପାଇଁ ସେ ଗର୍ବ ଅନୁଭବ କରନ୍ତି ।

ନିଶକୁ ନେଇ ଗର୍ବିତ ମହିଳା
ନିଶକୁ ନେଇ ଗର୍ବିତ ମହିଳା

କୋରୋନା ମହାମାରୀ ଯୋଗୁଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଆଉ ମାସ୍କ ପିନ୍ଧିବା ଦ୍ବାରା ତାଙ୍କ ନିଶ ମଧ୍ୟ ଲୁଚିଯାଉଛି । ଏଥିଲାଗି ସେ ଦୁଃଖିତ ବୋଲି କୁହନ୍ତି । ସେ ନିଜ ନିଶକୁ ଏକ ଅଲଗା ଦୃଷ୍ଟିରେ ଦେଖନ୍ତି । ଏହା ମଧ୍ୟ ଏକପ୍ରକାର ସୌନ୍ଦର୍ଯ୍ୟ ବୋଲି କୁହନ୍ତି ଉକ୍ତ ମହିଳା । ଏନେଇ ମହିଳା ଜଣକ କୁହନ୍ତି ଯେ, "ମୁଁ ନିଜକୁ ଓ ମୋ ନିଶକୁ ଭଲପାଏ । ଏହାକୁ ଲୁଚାଇବାକୁ ମୁଁ କେବେ ଚେଷ୍ଟା କରିନାହିଁ ।" ଶୟଜାଙ୍କ ନିଶ ଥିବା ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ।

ଅନେକ ଲୋକ ନିଶ କାଟିବାକୁ ମହିଳାଙ୍କୁ ପରାମର୍ଶ ଦିଅନ୍ତି । ମାତ୍ର ମହିଳାଙ୍କୁ ଏଥିପ୍ରତି କୌଣସି ଅସୁବିଧା ନାହିଁ ବୋଲି ସେ କୁହନ୍ତି । ସେ ତାଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଉନଥିବା ମଧ୍ୟ କୁହନ୍ତି ମହିଳା । ଏହି ନିଶକୁ ନେଇ ତାଙ୍କ ସ୍ବାମୀ ଓ ସନ୍ତାନଙ୍କ ମଧ୍ୟ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ସେ କୁହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.