ETV Bharat / bharat

ମିରଟରେ ନକଲି ମଦ କାରବାର, 8 ଗିରଫ - ମଦ କାରବାର

ଉତ୍ତରପ୍ରଦେଶର ମିରଟ ପୋଲିସକୁ ବଡ ସଫଳତା । 4 ରୁ 5 କୋଟି ମୂଲ୍ୟର ମଦ କାରବାରକୁ ପଣ୍ଡ କରି 8 ଜଣଙ୍କୁ ଗିରଫ କରିଥିବା ସୂଚନା । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ମିରୁଟରେ ନକଲି ମଦ କାରବାର, 8 ଗିରଫ

author img

By

Published : Jun 6, 2021, 12:15 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟ ପୋଲିସ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ନକଲି ମଦ କାରବାରର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ 8 ଜଣଙ୍କୁ ଗିରଫ କରିଛି । ତେବେ ଏ ସମ୍ପର୍କରେ ମିରଟ ପୋଲିସର ବରିଷ୍ଠ ସୁପରିଟେଣ୍ଡେଣ୍ଟ ଅଜୟ ଶାହନି କହିଛନ୍ତି ।

ପୋଲିସ ଚଢାଉ କରିବା ସମୟରେ 60 ହଜାର ନକଲି ମଦ ସହିତ 2ଟି ଟାଙ୍କର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 4ରୁ 5 କୋଟି ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଘଟଣାରେ ଶନିବାର 8 ଜଣଙ୍କୁ ଗିରଫ କରାଯାଇଛି । ଏଭଳି ବଡ ଧରଣର ଚଢାଉ କରିଥିବା ପୋଲିସ ଟିମକୁ 2 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସୂଚନା ମିଳିଛି । ଏହି ନକଲି ମଦ ବ୍ୟବସାୟୀ ପଞ୍ଜାବ ଡିଷ୍ଟେଲେରୀରୁ ମିରଟକୁ ପଠାଉଥିଲେ ।

ଗିରଫ ହୋଇଥିବା ବ୍ୟକ୍ତିମାନେ ପୂର୍ବରୁ ମଧ୍ୟ ମଦ କାରବାର ମାମଲାରେ ଜଡ଼ିତ ଥିବା ଶାହନି କହିଛନ୍ତି । ଚଢାଉ କରିଥିବା ପୋଲିସ ଟିମକୁ ପ୍ରଶଂସା କରାଯାଇଛି । ଏହାସହିତ ଏହି ନକଲି ମଦ ଅନ୍ୟ କୌଣସି ସ୍ଥାନକୁ ପଠାଯାଉଥିଲା କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.