ETV Bharat / bharat

ଭାରତ ଆସିବ ପଳାତକ ମେହୁଲ ଚୋକସି: ବୈଦେଶିକ ମନ୍ତ୍ରଣାଳୟ

author img

By

Published : Jun 3, 2021, 8:39 PM IST

ପଳାତକ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଚାଲିଥିବା କହିଛି ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ମେହୁଲ ଚୋକସି ମାମଲାରେ ବୈଦେଶିକ ମନ୍ତ୍ରଣାଳୟର ବୟାନ, ପଳାତକକୁ ଭାରତ ଆଣିବୁ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ମାମଲାରେ ପ୍ରତିକ୍ରିୟା ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ପଳାତକକୁ ଦେଶକୁ ଆଣିବା ବିଷୟରେ ଭାରତ ଅଟଳ ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ମେହୁଲ ଚୋକସି ବର୍ତ୍ତମାନ ଡୋମିନିକା ପ୍ରଶାସନର ଅଧୀନରେ ଅଛନ୍ତି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେ କହିଛନ୍ତି ଯେ ଆମେ ପଳାତକ ଅପରାଧୀଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ।

ଡୋମିନିକାରେ ବେଆଇନ ପ୍ରବେଶ ମାମଲାରେ ଗୁରୁବାର ସ୍ଥାନୀୟ ମାଜିଷ୍ଟ୍ରେଟ କୋର୍ଟ ମେହୁଲ ଚୋକସିଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଶୁଣାଣି ପରେ ମେହୁଲ ଚୋକସିଙ୍କ ଆଇନଜୀବୀ କହିଛନ୍ତି ଯେ ସେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବେ । ଚୋକସିଙ୍କ ଆଇନଜୀବୀ ବିଜୟ ଅଗ୍ରୱାଲ କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯିବ । ଏହାପୂର୍ବରୁ ଚୋକସିଙ୍କୁ ମେ 23ରେ କାରବିଆନ ଦ୍ବୀପ ଦେଶରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.