ETV Bharat / bharat

MCD poll: ଦିଲ୍ଲୀରେ ନୈରାଶ୍ୟଜନକ ଭୋଟିଂ, ଅପରାହ୍ନ 4 ସୁଦ୍ଧା ମାତ୍ର 45 ପ୍ରତିଶତ - ଦିଲ୍ଲୀରେ ଭୋଟିଂ ପ୍ରତିଶତ ହ୍ରାସ

ଦିଲ୍ଲୀରେ ଜାରି ରହିଛି ମହାନଗର ନିଗମ ନିର୍ବାଚନ (Delhi municipal corporation poll) ପାଇଁ ମତଦାନ । ଭୋଟିଂକୁ ନେଇ ନାହିଁ ଦିଲ୍ଲୀବାସୀଙ୍କ ମଧ୍ୟରେ ଉତ୍ସାହ । ଅପରାହ୍ନ 4 ସୁଦ୍ଧା ମାତ୍ର 45 ପ୍ରତିଶତ । ସଂଧ୍ୟା 5.30 ରେ ଶେଷ ହେବା ଭୋଟିଂ । ସ୍ବାଭାବିକ ଠାରୁ ଭୋଟିଂ ପ୍ରତିଶତ ଯଥେଷ୍ଟ ହ୍ରାସ ପାଇବା ଆଶଙ୍କା । ଅଧିକ ପଢନ୍ତୁ

MCD polls: ଦିଲ୍ଲୀରେ ନୈରାଶ୍ୟଜନକ ଭୋଟିଂ, ଅପରାହ୍ନ 4 ସୁଦ୍ଧା ମାତ୍ର 45 ପ୍ରତିଶତ

author img

By

Published : Dec 4, 2022, 5:13 PM IST

ହାଇଦ୍ରାବାଦ: ଆଜି (ରବିବାର) ଦିଲ୍ଲୀ ମହାନଗର ନିଗମ (Delhi municipal corporation poll ) ନର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ହେଲେ ରାଜଧାନୀବାସୀଙ୍କ ଠାରେ ମତାଧିକାର ସାବ୍ୟସ୍ତ କରିବାକୁ ନେଇ ସେତେଟା ଉତ୍ସାହ ପରିଲିକ୍ଷିତ ହୋଇନାହିଁ । ଅପରାହ୍ନ 4ଟା ସୁଦ୍ଧା ମାତ୍ର 45 ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅପରାହ୍ନ 2ଟା ସୁଦ୍ଧା ମାତ୍ର 30 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିଲା । ତେବେ 4 ଟା ସୁଦ୍ଧା ଏହି ହାର 45 ପ୍ରତିଶତକୁ ବୃଦ୍ଧି ପାଇଛି ।

  • The polling percentage in Delhi MCD elections, for all 250 wards, stands at approx 45% till 4 PM: State Election Commission#MCDElections

    — ANI (@ANI) December 4, 2022 " class="align-text-top noRightClick twitterSection" data=" ">

ଆଜି ଦିଲ୍ଲୀ ମହାନଗର ନିଗମର ସମସ୍ତ 250 ଓ୍ବାର୍ଡ ପାଇଁ ମତଦାନ ହେଉଛି (Delhi municipal corporation poll )। ମତଦାନ ପ୍ରକ୍ରିୟା ସକାଳ 8ଟା ରୁ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା 5.30 ରେ ଶେଷ ହେବାକୁ ଯାଉଛି । ଭୋଟିଂ ଆରମ୍ଭରୁ ଦିଲ୍ଲୀବାସୀଙ୍କ ମଧ୍ୟରେ ମତଦାନକୁ ସେପରି ଉତ୍ସାହ ଦେଖିବାକୁ ମିଳି ନଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବାହ୍ନ 10.30 ଟା ଯାଏ ମାତ୍ର 9 ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ସେହିପରି ମଧ୍ୟାହ୍ନ 12 ଟା ସୁଦ୍ଧା ମାତ୍ର 18 ପ୍ରତିଶତ ଭୋଟିଂ, ଅପରାହ୍ନ 2 ଟା ସୁଦ୍ଧା 30 ପ୍ରତିଶତ ଭୋଟିଂ ଓ ବର୍ତ୍ତମାନର ଶେଷ ଅପଡେଟ ଅନୁସାରେ 4ଟା ସୁଦ୍ଧା ମାତ୍ର 45 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଯାହା ସ୍ବାଭାବିକ ଭୋଟିଂ ପ୍ରତିଶତ ଠାରୁ କମ ।

ରାଜଧାନୀ ଦିଲ୍ଲୀରେ ମୋଟ 1.45 କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି । ସେହିପରି ଏହି ନିର୍ବାଚନରେ 250 ଓ୍ବାର୍ଡରେ ବିଭିନ୍ନ ଦଳର ମୋଟ 1,349 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ମୁଖ୍ୟ ପ୍ରତିଦ୍ବନ୍ଦିତା ଆମ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ହେଉଛି । ସଂଧ୍ୟା 5.30 ରେ ମତାଦାନ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ବର୍ତ୍ତମାନର ଭୋଟିଂ ହାର ବଜାୟ ରହିଲେ ଭୋଟିଂ ପ୍ରତିଶତ ସ୍ବାଭାବିକ ହାର ଠାରୁ ଢେର କମ ରହିବ । ଆଜି ରବିବାର ଥିବା ସତ୍ତ୍ବେ ରାଜଧାନୀବାସୀ ମତଦାନକୁ ନେଇ ସେପରି ଉତ୍ସାହ ପ୍ରକାଶ କରିନଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.