ETV Bharat / bharat

ମେଡିକାଲ କଲେଜରେ ସଂସ୍କୃତରେ ଶପଥ ନେବା ଘଟଣା, ବଦଳିଲେ ଡିନ୍‌ - ମଦୁରାଇ ମେଡିକାଲ କଲେଜ ଶପଥ ସମାରୋହ ବିବାଦ

ମେଡିକାଲ କଲେଜରେ ସଂସ୍କୃତରେ ଶପଥ ନେବା ଘଟଣାକୁ ନେଇ ତାମିଲନାଡୁରେ ବଢୁଛି ବିବାଦ । ଗତକାଲି(ଅପ୍ରେଲ ୩୦) ତାମିଲନାଡୁର ମଦୁରାଇ ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଥିବା ଇନଡକ୍ସନ୍ ସମାରୋହକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

FD
ମେଡିକାଲ କଲେଜରେ ସଂସ୍କୃତରେ ଶପଥ ନେବା ଘଟଣା, ବଦଳିଲେ ଡିନ୍‌
author img

By

Published : May 1, 2022, 7:43 PM IST

ଚେନ୍ନାଇ: ମେଡିକାଲ କଲେଜରେ ସଂସ୍କୃତରେ ଶପଥ ନେବା ଘଟଣାକୁ ନେଇ ତାମିଲନାଡୁରେ ବଢୁଛି ବିବାଦ । ଗତକାଲି(ଅପ୍ରେଲ ୩୦) ତାମିଲନାଡୁର ମଦୁରାଇ ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଥିବା ଇନଡକ୍ସନ୍ ସମାରୋହକୁ ନେଇ ବିବାଦ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଗତକାଲି ମଦୁରାଇ ମେଡିକାଲ କଲେଜର ପ୍ରଥମ ବର୍ଷର ଏମବିବିଏସ(MBBS) ଛାତ୍ରଛାତ୍ରୀଙ୍କ ଇନଡକ୍ସନ୍ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଛାତ୍ରଛାତ୍ରୀଙ୍କୁ ତାମିଲନାଡୁ ଅର୍ଥମନ୍ତ୍ରୀ ପିଟିଆର ପାଲାନିଭେଲ ଥିଆଗରାଜନଙ୍କ ଧଳା କୋଟ ପ୍ରଦାନ କରିଥିଲେ । ଏହା ପରେ ପ୍ରଥମ ବର୍ଷର ଏମବିବିଏସ(MBBS) ଛାତ୍ରଛାତ୍ରୀ ହିପୋକ୍ରାଟିକ୍ (ଇଂରାଜୀ ଶପଥ)ରେ ଶପଥ ନେବା ପରିବର୍ତ୍ତେ ‘ମହର୍ଷି ଚାରକ ’(ସଂସ୍କୃତ ଶପଥ)ରେ ନେଇଥିଲେ । ଛାତ୍ରଛାତ୍ରୀ ସଂସ୍କୃତରେ ଶପଥ ନେବାକୁ ନେଇ କିଛି ଲୋକ ଏହା ବିରୋଧ କରିବା ସହ ଏବେ ବିବାଦକୁ ବଢିବାକୁ ଲାଗିଛି ।

ଏହି ବିବାଦ ବଢିବା ପରେ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲ କଲେଜର ଡିନଙ୍କୁ ଅନ୍ୟତ୍ର ବଦଳି କରିବା ସହ ଅପେକ୍ଷା ତାଲିକାରେ ରଖିଛନ୍ତି । ସେପଟେ ଅର୍ଥମନ୍ତ୍ରୀ ପିଟିଆର ପାଲାନିଭେଲ ଥିଆଗରାଜନଙ୍କ ଏହାକୁ ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସଂସ୍କୃତରେ ଶପଥ ନେବା ଶୁଣି ମୁଁ ବହୁତ ଆଚମ୍ବିତ ହୋଇଥିଲି । ମାତ୍ର ସବୁବେଳେ ତାମିଲନାଡୁରେ ମେଡିକାଲ ଛାତ୍ରଛାତ୍ରୀ ପାରମ୍ପରିକ ହିପୋକ୍ରାଟିକ୍‌ ଭାଷାରେ ଶପଥ ନେଇଥାନ୍ତି ।

ହେଲେ ମୁଁ ଏହାକୁ ସ୍ବାଗତ କରିବା ସହ ମନ୍ତ୍ରୀମଣ୍ଡଳ ଶପଥ ନେଲା ବେଳେ ସଂସ୍କୃତରେ ନେବାକୁ ସୁପାରିଶ କରିବି ବୋଲି ଥିଆଗରାଜନ କହିଛନ୍ତି । ଏପଟେ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଏମଏ ସୁବ୍ରମଣ୍ୟନ୍‌(Ma Subramanian) ଏହାକୁ ବିରୋଧ କରିବା ସହ କହିଛନ୍ତି, ଅତୀତରେ ମୁଁ ବହୁତ ମେଡିକାଲ କଲେଜ ଶପଥ ଉତ୍ସବ ସମାରୋହରେ ଯୋଗଦେବାକୁ ଯାଇଛି । ହେଲେ ସବୁଠି ପାରମ୍ପରିକ ଶପଥ ସମାରୋହରେ ଛାତ୍ରଛାତ୍ରୀ ଶପଥ ନେବା ସହ ମେଡିକାଲ କୋଟ ପ୍ରଦାନ କରାଯାଇଥାଏ ।

ଅନ୍ୟପଟେ ତାମିଲନାଡୁରେ ଚାଲି ଆସୁଥିବା ଏହି ପାରମ୍ପରିକ ପ୍ରଥା ଭାଙ୍ଗିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି । ତାମିଲନାଡୁରେ ଭାଷା ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ହୋଇଥିବାବେଳେ ଏଭଳି ବିବାଦ ସୃଷ୍ଟି କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟନ୍‌ ଅନୁଷ୍ଠାନର ଡିନ୍ ରଥିନାଭେଲଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ଏପଟେ ଡିନ୍‌ ଛାତ୍ରଛାତ୍ରୀଙ୍କ କ୍ୟାବିନେଟ୍‌ ସଚିବଙ୍କୁ ଦାୟୀ କରିବା ସହ ଘଟଣାର ତଦନ୍ତ ପାଇଁ କଲେଜ ପକ୍ଷରୁ ଆରମ୍ଭ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.