ETV Bharat / bharat

କୋରୋନା ସଂଘର୍ଷ, ମୃତ୍ୟୁକୁ 36 ଘଣ୍ଟା ଆଗରୁ ଦେଖିଥିଲେ ଡାକ୍ତର !

author img

By

Published : Apr 21, 2021, 8:31 PM IST

ଫେସବୁକରେ କହିଥିଲେ ଶେଷ ଶୁଭ ସକାଳ। ସୋସିଆଲ ମିଡିଆ ପୋଷ୍ଟ୍‌ର 36 ଘଣ୍ଟା ପରେ ଚାଲିଗଲା ଡାକ୍ତରଙ୍କ ଜୀବନ । ଅଧିକ ପଢନ୍ତୁ...

କୋରୋନା ସଂଘର୍ଷ, ମୃତ୍ୟୁକୁ 36 ଘଣ୍ଟା ଆଗରୁ ଦେଖିଥିଲେ ଡାକ୍ତର !
କୋରୋନା ସଂଘର୍ଷ, ମୃତ୍ୟୁକୁ 36 ଘଣ୍ଟା ଆଗରୁ ଦେଖିଥିଲେ ଡାକ୍ତର !

ମୁମ୍ବାଇ: ଶରୀର ମରିଯାଏ, ଆତ୍ମା ନୁହେଁ । ଆତ୍ମା ଚିରନ୍ତନ ଓ ଅମର । ଫେସବୁକର ଏକ ପୋଷ୍ଟ୍‌ରେ ଲେଖାଥିଲା ଏମିତି କିଛି ବାକ୍ୟ । ଆଉ ଏହାକୁ ଲେଖିବାର ମାତ୍ର 36 ଘଣ୍ଟା ପରେ ମହାମାରୀ କୋରୋନା ନେଇଗଲା ଡାକ୍ତରଙ୍କ ଜୀବନ । ବୋଧହୁଏ ଡାକ୍ତରଙ୍କୁ ହୋଇଯାଇଥିଲା ମୃତ୍ୟୁର ଆଭାସ ।

ମୃତ୍ୟୁ କିଭଳି କେଉଁ ମୁହୂର୍ତ୍ତରେ ଆସିବ ତାହା କଳ୍ପନାତିତ । ହେଲେ ମୃତ୍ୟୁର ଆଭାସ ହୁଏତ ପାଇସାରିଥିଲେ କୋରୋନା ଯୋଦ୍ଧା ଡାକ୍ତର ମନୀଷା । ଏଥିପାଇଁ ବୋଧହୁଏ ଶୁକ୍ରବାର ସକାଳେ ନିଜ ଫେସବୁକରେ ଗୁଡ୍‌ ମର୍ଣ୍ଣିଂର ଶୁଭେଚ୍ଛା ସହିତ ମୃତ୍ୟୁ ଭଳି ଅପ୍ରିୟ ସତ୍ୟକୁ ନେଇ ଦେଇଥିଲେ କିଛି ବାର୍ତ୍ତା । ହେଲେ ଏହି ଦୁଇ ପଦ ଯେ ଫେସବୁକରେ ମନିଷାଙ୍କ ଶେଷ ବାର୍ତ୍ତା ହୋଇ ତାଙ୍କ ଜୀବନ ଯାତ୍ରାରେ ପୂର୍ଣ୍ଣଛେଦ ପକାଇ ଦେବ ତାହା କେହି ଭାବିପାରିନଥିବେ ।

ଫେସବୁକରେ ପୋଷ୍ଟ କରିବାର 36 ଘଣ୍ଟା ପରେ କୋରୋନାରେ ମନୀଷାଙ୍କ ମୃତ୍ୟୁ ହୋଇଛି । 51 ବର୍ଷୀୟା ମନୀଷା ଯାଦବ ସେଭରୀ ଟିବି ହସ୍ପିଟାଲରେ ମୁଖ୍ୟ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ । ସେ ନିଜ ଭିତରର ସଂକ୍ରମଣ ସ୍ତରକୁ ପୂର୍ବରୁ ହିଁ ବୁଝିସାରିଥିଲେ । ଆଉ ଏଥିପାଇଁ ମୃତ୍ୟୁ ଅତି ନିକଟରେ ଥିବା ଜାଣିପାରି ଫେସବୁକ ଜରିଆରେ ଜଣାଇଥିଲେ ମନୀଷା । ମନୀଷାଙ୍କ ମୃତ୍ୟୁର କାହାଣୀ ହିଁ କୋରୋନାର ଭୟାବହତାକୁ ବର୍ଣ୍ଣନା କରୁଛି ।

ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମାଡରେ ଦୋହଲିଛି ଦେଶ । ଏହାର ସବୁଠୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ରହିଛି । ଦିନକୁ ଦିନ କୋରୋନା ରେକର୍ଡ ଭାଙ୍ଗୁଥିବାବେଳେ ଗଡି ଚାଲିଛି ଶହଶହ ମୁଣ୍ଡ । ଆଉ ଏହାର ଅନ୍ତ କେବେ ଘଟିବ ତାହା କାହାରିକୁ ଜଣାନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.