ETV Bharat / bharat

ମଥୁରା ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ - ମଥୁରା ସ୍ଥିତ ଗୋବର୍ଦ୍ଧନ ଅଞ୍ଚଳ

ମଥୁରା ସ୍ଥିତ ଗୋବର୍ଦ୍ଧନ ଅଞ୍ଚଳରେ ଶନିବାର ସନ୍ଦେହଜନକ ଅବସ୍ଥାରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ସାଧୁ ଗୋବର୍ଦ୍ଧନ କ୍ଷେତ୍ରର ଗିରିରାଜ ପଛପଟେ ଥିବା ଏକ ଆଶ୍ରମ ରହୁଥିଲେ । ଅଧିକ ପଢନ୍ତୁ...

mathura two saints suspected death after drinking tea
ମଥୁରା ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗୁରୁତର
author img

By

Published : Nov 22, 2020, 8:25 AM IST

ଲକ୍ଷ୍ନୌ: ମଥୁରା ସ୍ଥିତ ଗୋବର୍ଦ୍ଧନ ଅଞ୍ଚଳରେ ଶନିବାର ସନ୍ଦେହଜନକ ଅବସ୍ଥାରେ ଦୁଇଜଣ ସାଧୁଙ୍କ ମୃତ୍ୟୁ ଘଟିଛି । ଉଭୟ ସାଧୁ ଗୋବର୍ଦ୍ଧନ କ୍ଷେତ୍ରର ଗିରିରାଜ ପଛପଟେ ଥିବା ଏକ ଆଶ୍ରମ ରହୁଥିଲେ । ତେବେ ଅନ୍ୟ ଜଣେ ସାଧୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାମୁତାବକ, ରାମାୟଣ ପାଠ କରି ଅନ୍ୟ ସାଥୀଙ୍କ ସହ ସକାଳର ଚା ପିଇସାରିବା ପରେ 3ଜଣ ସାଧୁଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଥାଲା । ତାଙ୍କୁ ଡାକ୍ତରଖାନା ନିଆଯିବା ବେଳକୁ ଦୁଇଜଣ ସାଧୁଙ୍କର ମୃତ୍ୟୁ ହୋଇ ସାରିଥିଲା । ଆଶ୍ରମରେ ସାଧୁଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ଗୁରୁତର ଥିବା ସାଧୁଙ୍କ ନାମ ରାମବାବୁ ଥିବା ବେଳେ ମୃତ ସାଧୁମାନଙ୍କର ନାମ ଗୋପାଳଦାସ ଏବଂ ଶ୍ୟାମସୁନ୍ଦର ଦାସ ବୋଲି ଜଣା ପଡ଼ିଛି । ସାଧୁ ଗୋପାଳ ଦାସଙ୍କ ଭାଇ ଟିକମ ଦାସ ଅଭିଯୋଗ କରିଛନ୍ତି ଯେ, ସାଧୁମାନଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଛି । ଟିକମ ଦାସ କହିଛନ୍ତି, ସେ ଯେତେବେଳେ ଆଶ୍ରମରେ ପହଞ୍ଚିଥିଲେ ଆଶ୍ରମରୁ ବିଷାକ୍ତ ଔଷଧର ଗନ୍ଧ ବାହାରୁଥିଲା । ସେଥିପାଇଁ ସାଧୁମାନଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ।

ସେପଟେ ଆଶ୍ରମରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲାପାଳ ଏବଂ ଏଏସପିଙ୍କ ସମେତ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫରେନସିକ ଟିମ ଆଶ୍ରମରେ ଛାନଭିନ କରିବା ପରେ ମିଳିଥିବା ଖାଦ୍ୟ ପଦାର୍ଥର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଛି । ତେବେ ଏହି ଘଟଣା ପରଠାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.