ETV Bharat / bharat

ସଂସଦ କାଣ୍ଡ: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଗିରଫ

author img

By ETV Bharat Odisha Team

Published : Dec 14, 2023, 10:54 PM IST

Updated : Dec 14, 2023, 11:04 PM IST

Lalit Jha Arrested: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଗିରଫ । ଗତକାଲି ଠାରୁ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିଲା ଛାନଭିନ । ଅଧିକ ପଢନ୍ତୁ

ସଂସଦ କାଣ୍ଡ: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବିଭ୍ରାଟ ମାମଲାରେ ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝାକୁ ଗିରଫ କରାଯାଇଛି । ଗତକାଲି 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ 6ଷ୍ଠ ତଥା ମୁଖ୍ୟ ଅଭିଯୁକ୍ତ ଲଳିତକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଥିଲା । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦେଶର ବିଭିନ୍ନ ସ୍ଥାନରେ ଲୋକେସନ ଟ୍ରାକ ମାଧ୍ୟମରେ ଛାନଭିନ କରିଥିଲା । ଆଜି ବିଳମ୍ବିତ ସଂଧ୍ୟାରେ ତାକୁ ଦିଲ୍ଲୀରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ପୂର୍ବରୁ 5 ଜଣ ଗିରଫ ହୋଇଥିବା ବେଳେ ଏବେ ଗିରଫଦାରୀ ସଂଖ୍ୟା 6ରେ ପହଞ୍ଚିଛି । ଅନ୍ୟ କେହି ସାମିଲ ଥିବା କଥା ପୋଲିସ କହିନି । ଅଭିଯୁକ୍ତ ଲଳିତ କୋଲକାତାର ଶିକ୍ଷକତା ଓ ଏକ ଏନଜିଓରେ କାର୍ଯ୍ୟ କରୁଥିବା ଜଣାପଡିଛି । ଏବେ ତାକୁ ଗିରଫ କରାଯିବା ପରେ ମାମଲାରେ ସ୍ପଷ୍ଟତା ଆସିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର

ସୂଚନା ଥାଉକି, ଗତକାଲିଠୁ ଲଳିତକୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା । ଶେଷରେ ସେ ଦିଲ୍ଲୀରୁ ଗିରଫ ହୋଇଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଲଳିତର ଶେଷ ଲୋକେସନ ରାଜସ୍ଥାନ ନିମରାନା ନିକଟବର୍ତ୍ତୀ ଏରିଆରେ ଟ୍ରାକ ହୋଇଥିଲା । ଅନ୍ୟପଟେ ଏହି ସୁରକ୍ଷା ବିଭ୍ରାଟରେ ଗୃହରେ ହଟ୍ଟଗୋଳ କରି ଆଜି 14 ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦ ଶୀତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି ।

ମାଇଣ୍ଡ ପାଖରେ ଅଭିଯୁକ୍ତଙ୍କ ମୋବାଇଲ ଫୋନ: ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଘଟଣା ପୂର୍ବରୁ 4 ଅଭିଯୁକ୍ତଙ୍କ ମୋବାଇଲ ଫୋନ ଲଳିତ ନେଇଯାଇଥିଲା । ସେମାନଙ୍କୁ ଗିରଫ କରାଯିବା ବେଳେ ସେମାନଙ୍କ ନିକଟରୁ କଲର ବମ ଛଡା ଅନ୍ୟ କୌଣସି ସାମଗ୍ରୀ ଜବତ ହୋଇନଥିଲା । ଏପରିକି 4 ଅଭିଯୁକ୍ତଙ୍କ ନିକଟରେ ସେମାନଙ୍କର ମୋବାଇଲ ମଧ୍ୟ ନଥିଲା । ଗୁରୁଗ୍ରାମରେ ଯୋଜନା ସମ୍ପର୍କରେ ବୈଠକ କରିଥିଲା ଲଳିତ । ବୈଠକରେ 13 ଡିସେମ୍ବରରେ ଏହି କାଣ୍ଡକୁ ରୂପ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ ଏହି ତାରିଖରେ ଦୁଇଟି ଭିଜିଟର ପାସ ମଧ୍ୟ ଯୋଗାଡ କରିବାରେ ସେମାନେ ସଫଳ ହୋଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ମୋବାଇଲ ମଧ୍ୟ ନେଇଯାଇଥିଲା । ତେବେ ଏବେ ପୋଲିସ ହେପାଜତରେ ଅଛି ମାଷ୍ଟର ମାଇଣ୍ଡ ଲଳିତ ଝା । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Last Updated : Dec 14, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.